ETV Bharat / sports

Asia Cup 2023: ୨୪୫ରେ ଅଟକିଲା ଆଫଗାନିସ୍ତାନ, ୮୯ ରନରେ ବାଂଲାଦେଶ ବିଜୟୀ

author img

By ETV Bharat Odisha Team

Published : Sep 3, 2023, 11:07 PM IST

ଏସିଆ କପ୍‌ ୨୦୨୩ର ଚତୁର୍ଥ ମ୍ୟାଚ୍‌ରେ ପ୍ରଥମ ସଫଳତା ପାଇଛି ବାଂଲାଦେଶ । ଶ୍ରୀଲଙ୍କା ବିପକ୍ଷରେ ଶୋଚନୀୟ ଭାବେ ହାରିଥିବା ବାଂଲାଦେଶ ଆଫଗାନିସ୍ତାନକୁ ୮୯ ରନରେ ହରାଇ ସୁପର ୪ରେ ପହଞ୍ଚିବା ଆଶା ଜୀବିତ ରଖିଛି । ଅଧିକ ପଢ଼ନ୍ତୁ

ଆଫଗାନିସ୍ତାନକୁ ୮୯ ରନରେ ହରାଇଲା ବାଂଲାଦେଶ
ଆଫଗାନିସ୍ତାନକୁ ୮୯ ରନରେ ହରାଇଲା ବାଂଲାଦେଶ

ଲାହୋର: ଏସିଆ କପ୍‌ ୨୦୨୩ର ଚତୁର୍ଥ ମ୍ୟାଚ୍‌ରେ ଆଜି ଲାହୋରର ଗଦାଫି ଷ୍ଟାଡିୟମଠାରେ ମୁହାଁମୁହିଁ ହୋଇଥିଲେ ବାଂଲାଦେଶ ଓ ଆଫଗାନିସ୍ତାନ । ତେବେ ଏହି ମ୍ୟାଚ୍‌ରେ ଆଫଗାନିସ୍ତାନକୁ ୮୯ ରନରେ ପରାସ୍ତ କରି ସୁପର ୪ ପର୍ଯ୍ୟାରେ ପହଞ୍ଚିବା ସ୍ବପ୍ନକୁ ଉଦ୍‌ଜୀବିତ ରଖିଛି ବାଂଲାଦେଶ ଟିମ୍‌ । ବାଂଲାଦେଶ ଦ୍ବାରା ରଖାଯାଇଥିବା ୩୩୫ ରନ୍‌ ବିଜୟ ଲକ୍ଷ୍ୟର ଜବାବରେ ଆଫଗାନିସ୍ତାନ ୪୪.୩ ଓଭରେ ମାତ୍ର ୨୪୫ ରନ କରି ସମସ୍ତ ୱିକେଟ ହରାଇଥିଲା । ଦଳ ପକ୍ଷରୁ ଇବ୍ରାହିମ ଜଦରାନ ୭୫ ରନ କରିଥିବା ବେଳେ ହସମତୁଲ୍ଲା ଶାହିଦି ୫୧ରନ ଓ ରହମତ ଶାହ ୩୩ ରନ କରିବାକୁ ସକ୍ଷମ ହୋଇଥିଲେ । ଅନ୍ୟ ବ୍ୟାଟରଙ୍କ ବିଫଳତା କାରଣରୁ ବାଂଲାଦେଶଠାରୁ ୮୯ ରନରେ ମ୍ୟାଚ୍‌ ହାରିଛି ଆଫଗାନିସ୍ତାନ ।

ଆଜିର ମ୍ୟାଚ୍‌ରେ ବାଂଲାଦେଶ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳର ଦୁଇ ଓପନର ମହମ୍ମଦ ନଇମ୍ ଓ ମେହଦି ହାସନ ମିରାଜ୍ ପ୍ରଥମ ୱିକେଟ ଯୋଡ଼ିରେ ୬୦ ରନ କରି ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ । ନଇମ୍ ୨୮ ରନ କରି ଆଉଟ ହେବା ପରେ ତୁରନ୍ତ ତୌହିଦ୍ ହ୍ରିଦୟ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ । ତେବେ ମିରାଜ ଓ ନଜମୁଲ ହୁସେନ ସାଣ୍ଟୋ ଲଢୁଆ ବ୍ୟାଟିଂ କରି ବିପକ୍ଷ ଦଳ ପାଇଁ ଏକ ବଡ଼ ସ୍କୋର ଛିଡ଼ା କରିଥିଲେ । ଉଭୟ ବ୍ୟାଟର ଶତକ ହାସଲ କରିଥିଲେ । ମିରାଜ ୧୧୨ ରନ କରି ରିଟାୟାର୍ଡ ହଟ୍‌ ହୋଇଥିବା ବେଳେ ସାଣ୍ଟୋ ରନ୍‌ ଆଉଟ ହୋଇ ପାଭିଲିୟନ ଫେରିଯାଇଥିଲେ । ଏହି ଦୁଇ ବ୍ୟାଟର ପାଭିଲିୟନ ଫେରିବା ପରେ ବ୍ୟାଟିଂ ପାଇଁ ଆସିଥିବା ମୁସ୍ତାଫିଜୁର ରହିମ ଓ ଶାକିବଲ ହାସନ ମଧ୍ୟ ଉପଯୋଗୀ ଇନିଂସ ଖେଳି ଦଳୀୟ ସ୍କୋରକୁ ୩୩୪ରେ ପହଞ୍ଚାଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...Asia Cup 2023: ନେପାଳ ବିପକ୍ଷ ମ୍ୟାଚ୍‌ରେ ମଧ୍ୟ ବର୍ଷା ସମ୍ଭାବନା, ସୁପର-୪କୁ ଯିବ ତ ଭାରତ ?

ସେପଟେ ଆଫଗାନିସ୍ତାନ ପକ୍ଷରୁ ରାମାନୁଲ୍ଲା ଗୁରବାଜ ମାତ୍ର ୧ ରନ କରି ଦଳକୁ ନିରାଶ କରିଥିଲେ । ଇବ୍ରାହିମ ଜଦରାନ ୭୫ ରନ କରିଥିବା ବେଳେ ହସମତୁଲ୍ଲା ଶାହିଦି ୫୧ରନ ଓ ରହମତ ଶାହ ୩୩ ରନ କରିବାକୁ ସକ୍ଷମ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରସିଦ ଖାନ୍‌ (୨୪)ଙ୍କ ବ୍ୟତୀତ କୌଣସି ବ୍ୟାଟର ୨୦ ରନ ମଧ୍ୟ କରିବାରେ ସକ୍ଷମ ହୋଇନଥିଲେ । ଫଳରେ ଦଳ ୪୪.୩ ଓଭରେ ମାତ୍ର ୨୪୫ ରନ କରି ସମସ୍ତ ୱିକେଟ ହରାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.