ETV Bharat / sports

ପାକିସ୍ତାନ ପ୍ରତି ରହିବ ଟିମ ଇଣ୍ଡିଆର ସମ୍ମାନ: ରାହାଣେ

author img

By

Published : Oct 22, 2021, 5:06 PM IST

Am sure Indian T20 team has lots of respect for Pakistan: Rahane
ପାକିସ୍ତାନ ପ୍ରତି ରହିବ ଟିମ ଇଣ୍ଡିଆର ସମ୍ମାନ: ରାହାଣେ

ICC ପୁରୁଷ ଟି-୨୦ ବିଶ୍ବକପ୍‌ରେ ଅକ୍ଟୋବର ୨୪ରେ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଚିର ପ୍ରତିନ୍ଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ । ଅଧିକ ପଢନ୍ତୁ...

ଦୁବାଇ: ICC ପୁରୁଷ ଟି-୨୦ ବିଶ୍ବକପ୍‌ରେ ରବିବାର ମୁହାଁମୁହିଁ ହେବେ ଚିର ପ୍ରତିନ୍ଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ । ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଅକ୍ଟୋବର ୨୪ରେ ଏହି ହାଇଭୋଲଟେଜ ଲଢେଇ ଖେଳାଯିବ । ଏହି ମ୍ୟାଚ୍‌କୁ ନେଇ ଉତ୍କଣ୍ଠା ବଢିବାରେ ଲାଗିଛି ଓ ଏହି ମ୍ୟାଚ୍‌ର ବିଜେତା ନେଇ କ୍ରିକେଟ ସମୀକ୍ଷକଙ୍କ ପୂର୍ବାନୁମାନ ଆସିବାରେ ଲାଗିଛି । ଏହି କ୍ରମରେ ଟିମ ଇଣ୍ଡିଆ ଟେଷ୍ଟ ଭାଇସ-କ୍ୟାପଟେନ୍‌ ଅଜିଙ୍କ୍ୟ ରାହାଣେଙ୍କ ବଡ ବୟାନ ସାମ୍ନାକୁ ଆସିଛି । ରାହାଣେ କହିଛନ୍ତି, ବିରାଟ କୋହଲିଙ୍କ ନେତୃତାଧୀନ ଭାରତୀୟ ଟିମ ବାବର ଆଜମଙ୍କ ଟିମକୁ କମଜୋର୍‌ ମନେ କରିବ ନାହିଁ । ଛୋଟ ଫର୍ମାଟରେ ବିଗତ ବର୍ଷର ରେକର୍ଡ ଓ ଇତିହାସର ପରିସଂଖ୍ୟାନ ଗୁରୁତ୍ବ ରଖେ ନାହିଁ ।

ପାକିସ୍ତାନ ବିପକ୍ଷରେ ସମସ୍ତ ବିଶ୍ବକପ ମ୍ୟାଚ୍‌ ଜିତିବାର ରେକର୍ଡ ଭାରତ ନାମରେ ରହିଛି । ଅନ୍ତର୍ଜାତୀୟ ଦିନିଆରେ (୭-୦) ଓ ଅନ୍ତର୍ଜାତୀୟ ଟି-୨୦ ରେ(୫-୦) ରେକର୍ଡ ରହିଛି । ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ସୀମିତ ଓଭର ସିରିଜ ବାତିଲ କରିବା ପରେ ପାକିସ୍ତାନ ଟିମର ପ୍ରସ୍ତୁତି ପ୍ରଭାବୀତ ହୋଇଥିଲା । ମାତ୍ର ନ୍ୟାସନାଲ ଟି-୨୦ କପ୍‌ ଖେଳି ଏହାର ଭରଣା କରିଛି ବାବର ଆଜମଙ୍କ ଟିମ ।

UAEରେ ପାକିସ୍ତାନ ଟିମ ଗତ କିଛି ବର୍ଷ ମଧ୍ୟରେ ସର୍ବାଧିକ ମ୍ୟାଚ୍‌ ଖେଳିଛି । ବର୍ଷ ୨୦୦୯ରେ ଶ୍ରୀଲଙ୍କା ଟିମ ଉପରେ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଅନ୍ୟଟିମ ଗୁଡିକ ପାକିସ୍ତାନ ଗସ୍ତ ବନ୍ଦ କରିଥିଲେ । ଫଳରେ UAEକୁ ହୋମ ଗ୍ରାଉଣ୍ଡ ଭାବେ ଗ୍ରହଣ କରିଥିଲା ପାକିସ୍ତାନ । UAE ପିଚ୍‌ ଗୁଡିକରେ ଖେଳିବାର ଅଭିଜ୍ଞତା ଅଧିକ ଥିବାରୁ ପାକିସ୍ତାନ ଟି-୨୦ ବିଶ୍ବକପ ଟୁର୍ଣ୍ଣାମେଣ୍ଟର ଅନ୍ୟତମ ଦାବିଦାର ରହିଛି ।

ରାହାଣେ କହିଛନ୍ତି, "ଭାରତ ଓ ପାକିସ୍ତାନ ମ୍ୟାଚ୍‌ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା । ଭାରତ ପ୍ରତି ନିଃସନ୍ଦେହରେ ବିଜୟ ସମର୍ଥ ରହିବ ମାତ୍ର କୌଣସି ଟିମ କାହାରିକୁ ସହଜରେ ଗ୍ରହଣ କରିବେ ନାହିଁ । ଅନ୍ୟ ସମସ୍ତ ଟିମ ପରି ପାକିସ୍ତାନ ପ୍ରତି ମଧ୍ୟ ସମ୍ମାନ ପ୍ରଦର୍ଶନ କରିବ ଭାରତୀୟ ଟି-୨୦ ଟିମ ।"

UAEର ପିଚ୍‌ ଭାରତୀୟ ପିଚ୍‌ ପରି ପ୍ରାୟତଃ ସମାନ । ଏହି ପରିବେଶରେ IPL ଖେଳିଥିବାରୁ ୨୦୦୭ ଟି-୨୦ ବିଶ୍ବ ଚମ୍ପିଆନ ଟିମ ଇଣ୍ଡିଆ କୌଣସି ସମସ୍ୟାରେ ପଡିବନାହିଁ କହିଛନ୍ତି ରାହାଣେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.