ETV Bharat / sports

Women's World Cup: ପାକିସ୍ତାନକୁ ୭ ୱିକେଟରେ ହରାଇଲା ଅଷ୍ଟ୍ରେଲିଆ

author img

By

Published : Mar 8, 2022, 8:44 PM IST

All round Australia cruise to 7-wicket win over Pakistan
Women's World Cup: ପାକିସ୍ତାନକୁ ୭ ୱିକେଟରେ ହରାଇଲା ଅଷ୍ଟ୍ରେଲିଆ

ଚଳିତ ମହିଳା କ୍ରିକେଟ ବିଶ୍ବକପରେ ପାକିସ୍ତାନ ଟିମର ଆଉ ଏକ ପରାଜୟ । ଭାରତ ଠାରୁ ପ୍ରଥମ ମ୍ୟାଚ୍‌ରେ ୧୦୭ ରନ୍‌ରେ ଶୋଚନୀୟ ହେବାପରେ ଦ୍ବିତୀୟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଠାରୁ ୭ ୱିକେଟରେ ପରାସ୍ତ ହୋଇଛି । ଅଧିକ ପଠନ୍ତୁ

ମାଉଣ୍ଟ ମାଉଙ୍ଗନୁଇ: ଚଳିତ ମହିଳା କ୍ରିକେଟ ବିଶ୍ବକପରେ ପାକିସ୍ତାନ ଟିମର ଆଉ ଏକ ପରାଜୟ । ଭାରତ ଠାରୁ ପ୍ରଥମ ମ୍ୟାଚ୍‌ରେ ୧୦୭ ରନ୍‌ରେ ଶୋଚନୀୟ ହେବାପରେ ଦ୍ବିତୀୟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଠାରୁ ୭ ୱିକେଟରେ ପରାସ୍ତ ହୋଇଛି । ଚଳିତ ICC ମହିଳା କ୍ରିକେଟ ବିଶ୍ବକପ ୨୦୨୨ରେ ମଙ୍ଗଳବାର ଖେଳଯାଇଥିବା ମ୍ୟାଚରେ ବିଶମାହ ମାରୁଫଙ୍କ ଟିମକୁ ଅଷ୍ଟ୍ରେଲିଆ ୭ ୱିକେଟରେ ହରାଇ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଛି ।

ଏହାମଧ୍ୟ ପଢନ୍ତୁ: Shane Warne funeral: ଏମସିଜିରେ ହେବ ୱାର୍ଣ୍ଣଙ୍କ ରାଜକୀୟ ଅନ୍ତିମ ସଂସ୍କାର

ଓପନର ଆଲେସା ହେଲିଙ୍କ ଦମଦାର ଅର୍ଦ୍ଧଶତକ ବଳରେ ୧୯୧ ରନ୍‌ର ସହଜସାଧ୍ୟ ବିଜୟଲକ୍ଷ୍ୟକୁ ୯୨ଟି ବଲ୍‌ ବାକିଥାଇ ହାସଲ କରିନେଇଥିଲା ୬ ଥରର ବିଶ୍ବ ଚାମ୍ପିୟନ ଅଷ୍ଟ୍ରେଲିଆ । ପୂର୍ବରୁ ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡକୁ ପ୍ରଥମ ମ୍ୟାଚ୍‌ରେ ହରାଇଥିଲା କଙ୍ଗାରୁ ଟିମ ।

ପ୍ରଥମ ବ୍ୟାଟିଂ କରି ପାକିସ୍ତାନ ଟିମ ନିର୍ଦ୍ଧାରିତ 50 ଓଭରରେ ୬ ୱିକେଟ ହରାଇ ୧୯୦ ରନ୍‌ ସଂଗ୍ରହ କରିଥିଲା । କ୍ୟାପଟେନ ବିଶମାହ ମାରୁଫ ୧୨୨ ବଲ୍‌ରୁ ୮ଟି ଚୌକା ବଳରେ ୭୮ ରନ୍‌ର ଧୈର୍ଯ୍ୟପୂର୍ଣ୍ଣ ଇଂନିସ ଖେଳିଥିଲେ । ଆଲିୟା ରିଆଜ ୫୩ ରନ୍‌ର ଅର୍ଦ୍ଧଶତକ ହାସଲ କରିଥିଲେ । ତେବେ ଅନ୍ୟ କୌଣସି ବ୍ୟାଟ୍‌ର ସଫଳ ହୋଇନଥିଲେ । ପରେ ୧୯୧ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଅଷ୍ଟ୍ରେଲିଆ ୩୪.୪ ଓଭରରେ ହାସଲ କରିନେଇଥିଲା । ଆଲେସା ହେଲି ୭୨, ରାଚେଲ ହେଇନସ ୩୪ ଓ କ୍ୟାପେଟନ ମେଗ ଲାନିଙ୍ଗ ୩୫ ରନ୍‌ର ଉପଯୋଗୀ ଇଂନିସ ଖେଳିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.