ETV Bharat / sports

Shane Warne funeral: ଏମସିଜିରେ ହେବ ୱାର୍ଣ୍ଣଙ୍କ ରାଜକୀୟ ଅନ୍ତିମ ସଂସ୍କାର

author img

By

Published : Mar 7, 2022, 7:03 PM IST

ମହାନ ଅଷ୍ଟ୍ରେଲୀୟ ସ୍ପିନର ସେନ ୱାର୍ଣ୍ଣଙ୍କ ରାଜକୀୟ ଅନ୍ତିମ ସଂସ୍କାର ଐତିହାସିକ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ(MCG) ଏକ ଲକ୍ଷ ଲୋକଙ୍କ ସାମ୍ନାରେ ଆୟୋଜିତ ହେବ । ଅଧିକ ପଢନ୍ତୁ

Warne's state funeral service to be held at iconic MCG; 100,000 likely to attend
Shane Warne funeral: ଏମସିଜିରେ ହେବ ୱାର୍ଣ୍ଣଙ୍କ ରାଜକୀୟ ଅନ୍ତିମ ସଂସ୍କାର

ମେଲବର୍ଣ୍ଣ: ମହାନ ଅଷ୍ଟ୍ରେଲୀୟ ସ୍ପିନର ସେନ ୱାର୍ଣ୍ଣଙ୍କ ରାଜକୀୟ ଅନ୍ତିମ ସଂସ୍କାର ଐତିହାସିକ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ(MCG) ଏକ ଲକ୍ଷ ଲୋକଙ୍କ ସାମ୍ନାରେ ଆୟୋଜିତ ହେବ । ଏହାପୂର୍ବରୁ ୱାର୍ଣ୍ଣଙ୍କ ପରିବାର ଲୋକଙ୍କୁ ଅଲବିଦା କହିବାକୁ ଏକ ବ୍ୟକ୍ତିଗତ କାର୍ଯ୍ୟକ୍ରମ ରଖାଯାଇଛି ।

ଏନେଇ ଡେଲି ମେଲ୍‌ର ଏକ ରିପୋର୍ଟରୁ ସୂଚନା ମିଳିଛି । ଡେଲି ମେଲ୍‌ରେ ପ୍ରକାଶିତ ଏହି ରିପୋର୍ଟରେ ଏହା କୁହାଯାଇଛି ଯେ, ୫୨ ବର୍ଷୀୟ ୱାର୍ଣ୍ଣଙ୍କ ମୃତଦେହକୁ ଅଷ୍ଟ୍ରେଲିଆ ଅଣାଯିବ । ଏହି ସମୟରେ ତାଙ୍କର ନିକଟତର ବନ୍ଧୁ ଓ ପରିବାର ସଦସ୍ୟ ମେଲବର୍ଣ୍ଣରେ ଉପସ୍ଥିତ ରହିବେ । ଗତ ଶୁକ୍ରବାର ଥାଇଲାଣ୍ଡର ଏକ ରିସୋର୍ଟରେ ୱାର୍ଣ୍ଣଙ୍କ ମୃତ୍ୟୁ ହୋଇଥିଲା ।

ଏହାମଧ୍ୟ ପଢନ୍ତୁ: ଆସିଲା ସେନ ୱାର୍ଣ୍ଣଙ୍କ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ

ରିପୋର୍ଟରେ କୁହାଯାଇଛି ଯେ ପ୍ରଶଂସକ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାପାଇଁ ବିଅର, ଫୁଲ ଓ ପିଜାନେଇ ସେନ ୱାର୍ଣ୍ଣଙ୍କ ପ୍ରତିମୂର୍ତ୍ତୀ ପାଖରେ ରଖୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.