ETV Bharat / sports

'ସଫଳତା ଆଡକୁ ବାଟ କଢାଏ ଯୋଗ, ପ୍ରାଣାୟମ'

author img

By

Published : Aug 10, 2021, 9:12 PM IST

Olympian Sindhu says meditation helps, everyone must try it
'ସଫଳତା ଆଡକୁ ବାଟ କଢାଏ ଯୋଗ, ପ୍ରାଣାୟମ'

ମ୍ୟାଚ ସମୟରେ କଠିନ ପରିସ୍ଥିତିରେ ଯୋଗ, ପ୍ରାଣାୟମର ଲାଭ ବିଶେଷ ଭାବେ ମିଳିଥାଏ କହିଛନ୍ତି ସିନ୍ଧୁ । ଅଧିକ ପଢନ୍ତୁ...

ହାଇଦ୍ରାବାଦ: ଅଲମ୍ପିକ ବ୍ରୋଞ୍ଜ ପଦକ ବିଜୟିନୀ ତଥା ବ୍ୟାଡମିଣ୍ଟନ ଚମ୍ପିଆନ ପିଭି ସିନ୍ଧୁଙ୍କ ବଡ ଖୁଲାସା । ନିଜ ବିଜୟର ସଫଳ ମନ୍ତ୍ରର ଖୁଲାସା କରିଛନ୍ତି ସିନ୍ଧୁ । ମ୍ୟାଚ ସମୟରେ କଠିନ ପରିସ୍ଥିତିରେ ତାଙ୍କୁ ଯୋଗ, ପ୍ରାଣାୟମର ଲାଭ ବିଶେଷ ଭାବେ ମିଳିଥାଏ ବୋଲି ସିନ୍ଧୁ କହିଛନ୍ତି । ମନକୁ ଶାନ୍ତ ଓ ଭାବାବେଗକୁ ବୁଝିବାକୁ ମେଡିଟେସନ (meditation) ସହାୟକ ହୋଇଥାଏ କହିଛନ୍ତି ସିନ୍ଧୁ ।

ହାର୍ଟଫୁଲନେସ ଇଷ୍ଟିଚ୍ୟୁଟ୍‌ରେ ଟୋକିଓ ଅଲମ୍ପିକରେ ଭାରତର ବିଜୟୀ ପ୍ରଦର୍ଶନର ଉତ୍ସବ ପାଳନ କାର୍ଯ୍ୟକ୍ରମ ରହିଥିଲା । ଏହି ଇେଭେଣ୍ଟରେ ଯୋଗଦେଇଥିଲେ ଅଲମ୍ପିକର ଦୁଇଟି ସଂସ୍କରଣରେ ଲଗାତାର ପ୍ରଦକ ବିଜେତା ରହିଥିବା ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ।

ସିନ୍ଧୁ କହିଛନ୍ତି, "କିପରି ମେଡିଟେସନ ସଫଳତା ଆଡକୁ ବାଟ କଢାଏ ବୋଲି ଲୋକେ ଆଶ୍ଚର୍ଯ୍ୟ ହୁଅନ୍ତି, ଏହା ବାସ୍ତକ ଯେ ମେଡିଟେସନ ସଫଳତାର କୌଣସି ମ୍ୟାଜିକ ବଟିକା ନୁହେଁ, ମାତ୍ର ଏହା ମନ ଓ ହୃଦୟ ଭିତରେ ସକରାତ୍ମକ ସନ୍ତୁଳନ ରକ୍ଷା କରେ । ଯାହା ଶ୍ରେଷ୍ଠ ପ୍ରଦର୍ଶନ ସହ ବିଜୟ ପାଇଁ ଉପଯୋଗୀ ସାବ୍ୟସ୍ତ ହୁଏ ।"

କାର୍ଯ୍ୟକ୍ରମରେ ସାମିଲ ହେବାପରେ ଦେଶବ୍ୟାପୀ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ମଧ୍ୟ ନିଜକୁ ସାମିଲ କରିଥିଲେ। ଟିମ ଇଣ୍ଡିଆର ଟୋକିଓ ଅଲମ୍ପିକ ବିଜୟୀ ପ୍ରଦର୍ଶନକୁ ପାଳନ କରିବାକୁ ହାର୍ଟଫୁଲନେସ ଗାଇଡ୍‌ ପକ୍ଷରୁ ୭ ଲକ୍ଷ ବୃକ୍ଷରୋପଣ ଯୋଜନା କରାଯାଇଛି । ହାଇଦ୍ରାବାଦର ହାର୍ଟଫୁଲନେସ ଗ୍ଳୋବାଲ ମେଡିଟେସନ ସେଣ୍ଟର କାହ୍ନା ଶାନ୍ତିବନମରେ ଏହି ବୃକ୍ଷରୋପଣ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.