ETV Bharat / sitara

ଆସିଲା ‘ସଞ୍ଜିବନୀ-2’ର ଟିଜର

author img

By

Published : Jul 14, 2019, 2:10 AM IST

ଛୋଟ ପରଦାରେ ପୁଣି ମେଡିକାଲ ସାଇନ୍ସ ଓ ଡାକ୍ତରଙ୍କ ଜୀବନ ବିଷୟରେ ଜାଣିବାକୁ ମିଳିବ । ସଞ୍ଜିବନୀ-2 ଜରିଆରେ ପୁଣି ଥରେ ପରଦାକୁ ଫେରୁଛନ୍ତି ଡ଼ ଶଶାଙ୍କ ।
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ/mohnish_bahl

ହାଇଦ୍ରାବାଦ: ବହୁ ଚର୍ଚ୍ଚିତ ସିରିଏଲ ସଞ୍ଜିବନୀର ରିମେକ ଖୁବ ଶୀଘ୍ର ଛୋଟ ପରଦାରେ ଦେଖିବାକୁ ମିଳିବ । ମେଡିକାଲ ସାଇନ୍ସର କାହାଣୀ ନେଇ ଏକ ନୂଆ ଅନ୍ଦାଜରେ ଆସୁଛି ‘ସଞ୍ଜିବନୀ-2’ । ନିକଟରେ ଏହାର ଟିଜରକୁ ରିଲିଜ କରାଯାଇଛି ।

ଭିିଡିଓ ସୌଜନ୍ୟ: ଇନଷ୍ଟାଗ୍ରାମ/mohnish_bahl

ଟିଜରର ଆରମ୍ଭରେ ମୋନିଶ ବାହଲ ଅପରେସନ ଥିଏଟରରୁ ହସ ହସ ମୁହଁରେ ବାହାରିକି ଆସୁଛନ୍ତି । ମୋନିଶଙ୍କ ଡ଼ ଶଶାଙ୍କ ଭୁମିକାରେ ଦେଖିବାକୁ ମିଳିବ । ଭିଡିଓର ଦ୍ବିତୀୟ ପର୍ଯ୍ୟାୟରେ କିଛି ନୂଆ ଡାକ୍ତରଙ୍କୁ ଦେଖିବାକୁ ମିଳିଛି । ସୁରଭି ଚନ୍ଦା ଓ ନିମତ ଖନ୍ନାଙ୍କୁ ଦେଖିବାକୁ ମିଳିବା ସହ ବ୍ୟାକଗ୍ରାଉଣ୍ଡରେ ସଞ୍ଜିବନୀର ଥିମ ଗୀତ ବାଜିଥିଲା ।

ପ୍ରକାଶଥାଉକି, 2002 ମସିହାରେ ସଞ୍ଜିବନୀ ପ୍ରସାରଣ ହେଉଥିଲା । ଏଥିରେ ଚାରିଜଣ ଡାକ୍ତରଙ୍କ ପ୍ରଫେସନାଲ ଓ ପର୍ସନାଲ କାହାଣୀ ଦେଖିବାକୁ ମିଳିଥିଲା । ତେବେ ଏହା ପୂର୍ବରୁ ଡାକ୍ତର ଦିବସ ଜୁଲାଇ 1ରେ ସିରିଏଲର ଫାଷ୍ଟ ଲୁକ ରିଲିଜ କରାଯାଇଥିଲା ।

Intro:Body:

BLANK FOR LINK 


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.