ETV Bharat / sitara

ନିଶାଙ୍କ ସମର୍ଥନରେ ବାହାରିଲେ ସୀତା

author img

By

Published : Jun 5, 2021, 7:11 PM IST

seeing-the-wound-on-nisha-rawal-face-dipika-chikhila-said-the-marks-are-telling-the-truth
ନିଶାଙ୍କ ସମର୍ଥନରେ ବାହରିଲେ ସୀତା

ଏବେ ଚର୍ଚ୍ଚାରେ ଟିଭି ସିରିଏଲ ‘ୟେ ରିସ୍ତା କ୍ୟା କେହଲତା ହେ’ ଫେମ୍ ଅଭିନେତା କରନ ମେହେରା ଏବଂ ତାଙ୍କ ପତ୍ନୀ ନିଶା ରାୱଲ । ଦୁହିଁଙ୍କ ମଧ୍ୟରେ ଝଗଡା ଦିନକୁ ଦିନ ବଢିବାରେ ଲାଗିଛି । ଏହି ପ୍ରସଙ୍ଗରେ, ଏବେ ରାମାୟଣ ଧାରାବାହିକର ସୀତା ଦୀପିକା ଚିଖିଲା ଘଟଣାକୁ ନେଇ ନିଜର ପ୍ରତିକ୍ରିୟା ଦେଇଛନ୍ତି । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ଟିଭି ସିରିଏଲ ‘ୟେ ରିସ୍ତା କ୍ୟା କେହଲତା ହେ’ ଫେମ୍ ଅଭିନେତା କରନ ମେହେରା ଏବଂ ତାଙ୍କ ପତ୍ନୀ ନିଶା ରାୱଲଙ୍କ ମଧ୍ୟରେ ଝଗଡା ଦିନକୁ ଦିନ ବଢିବାରେ ଲାଗିଛି । ଏପରିକି ଉଭୟ ପରସ୍ପରକୁ ଖୋଲାଖୋଲି ଭାବେ ଦାୟୀ କରୁଛନ୍ତି।

ଏପର୍ଯ୍ୟନ୍ତ କିଏ ସତ କହୁଛି କିଏ ମିଛ କହୁଛି କିଛି ଜଣାପଡୁନାହିଁ । ଏହି ପ୍ରସଙ୍ଗରେ ଏବେ ରାମାୟଣ ଧାରାବାହିକର ସୀତା ଦୀପିକା ଚିଖିଲା ଘଟଣାକୁ ନେଇ ନିଜର ପ୍ରତିକ୍ରିୟା ଦେଇଛନ୍ତି ।

ଦୀପିକା ନିଶାଙ୍କ ମୁଣ୍ତରେ ଲାଗିଥିବା ଆଘାତ ଫଟୋ ଦେଖି କହିଛନ୍ତି ଯେ, ଏହି ଆଘାତ ଦେଖି ଲାଗୁଛି କରନ ତାଙ୍କୁ ମାରିଥିବା ସ୍ପଷ୍ଟ ଜଣାପଡୁଛି । କିନ୍ତୁ ଯେତେବେଳ ପ୍ରଥମେ କରନ ନିଶାଙ୍କ ଉପରକୁ ହାତ ଉଠାଇଥିଲେ, ସେତେବେଳେ ହିଁ ତାଙ୍କୁ ଆଗକୁ ଆସିବାର ଥିଲା । ଯଦି ସମୟ ଥାଉ ଥାଉ ଏଭଳି କରିଥାନ୍ତେ, ତେବେ ଆଜି ଏପରି ଘଟିନଥାନ୍ତା । ଯାହାସହ କିଛି ଖରାପ ବ୍ୟବହାର କରାଯାଉଛି ସ୍ବର ଉଠାଇବା ଉଚିତ । ମହିଳାମାନଙ୍କୁ ମନରୁ ଡର କାଢି ଦେବା ଉଚିତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.