ETV Bharat / sitara

ରାମଚରଣଙ୍କୁ RRR ମେକର୍ସଙ୍କ ବର୍ଥ ଡେ ଗିଫ୍ଟ

author img

By

Published : Mar 27, 2020, 10:49 PM IST

ରାମଚରଣଙ୍କୁ RRR ମେକର୍ସଙ୍କ ବର୍ଥ ଡେ ଗିଫ୍ଟ
ରାମଚରଣଙ୍କୁ RRR ମେକର୍ସଙ୍କ ବର୍ଥ ଡେ ଗିଫ୍ଟ

ଆରଆରଆର(RRR) ଫିଲ୍ମ ସ୍ବାଧୀନତା ସଂଗ୍ରାମ ସମୟର ଚିତ୍ରକୁ ନେଇ ନିର୍ମାଣ ହୋଇଛି । ଏଥିରେ 2 ସଂଗ୍ରାମୀଙ୍କ କାହାଣୀ ବର୍ଣ୍ଣନା ହୋଇଛି । ଅଧିକ ପଢନ୍ତୁ...

ହାଇଦ୍ରାବାଦ: ନିକଟରେ ରିଲିଜ ହୋଇସାରିଛି ବହୁ ପ୍ରତୀକ୍ଷିତ ଫିଲ୍ମ ଆରଆରଆର(RRR)ର ମୋସନ ପୋଷ୍ଟର । ବାହୁବଳୀ ସିରିଜ ପରେ ରାଜାମୌଲୀଙ୍କ ଏହି ଦ୍ବିତୀୟ ବିଗ ବଜେଟ ଫିଲ୍ମକୁ ସମସ୍ତେ ଉତ୍ସୁକତାର ସହ ଚାହିଁ ବସିଛନ୍ତି । ଫିଲ୍ମର ଲିଡରେ ଅଛନ୍ତି 2 ତେଲୁଗୁ ଷ୍ଟାର ରାମ ଚରଣ ଓ ଜୁନିୟର ଏନଟିଆର ।

ରାମଚରଣଙ୍କୁ RRR ମେକର୍ସଙ୍କ ବର୍ଥ ଡେ ଗିଫ୍ଟ
ରାମଚରଣଙ୍କୁ RRR ମେକର୍ସଙ୍କ ବର୍ଥ ଡେ ଗିଫ୍ଟ

ମୋସନ ପୋଷ୍ଟରକୁ ସିନେପ୍ରେମୀ ଖୁବ ପ୍ରଶଂସା କରିଥିବାବେଳେ ଏବେ ମେକର୍ସ ଆଉ ଏକ ଭିଡିଓ ରିଲିଜ କରିଛନ୍ତି । ଏଥିରେ ରାମ ଚରଣଙ୍କ କ୍ୟାରେକ୍ଟରକୁ ଦର୍ଶାଯାଇଛି । ଆଜି ତେଲୁଗୁ ଷ୍ଟାର ଚିରଞ୍ଜୀବିଙ୍କ ସୁପୁତ୍ର ରାମଙ୍କ ବର୍ଥ ଡେ । ଏହି ଅବସରରେ ଆରଆରଆର(RRR) ମେକର୍ସ ତାଙ୍କୁ ଏହି ଭିଡିଓ ଗିଫ୍ଟ କରିଛନ୍ତି । ଏଥିରେ ରାମଙ୍କ ସଂଘର୍ଷମୟ ଭୂମିକା ଦେଖିବାକୁ ମିଳିଛି ଯେଉଁଥିରେ ସେ ପ୍ରତିଶୋଧପରାୟଣ ନଜର ଆସୁଛନ୍ତି ।

ରାମଚରଣଙ୍କୁ RRR ମେକର୍ସଙ୍କ ବର୍ଥ ଡେ ଗିଫ୍ଟ
ରାମଚରଣଙ୍କୁ RRR ମେକର୍ସଙ୍କ ବର୍ଥ ଡେ ଗିଫ୍ଟ

ଆରଆରଆର(RRR) ଫିଲ୍ମ ସ୍ବାଧୀନତା ସଂଗ୍ରାମ ସମୟର ଚିତ୍ରକୁ ନେଇ ନିର୍ମାଣ ହୋଇଛି । ଏଥିରେ 2 ସଂଗ୍ରାମୀଙ୍କ କାହାଣୀ ବର୍ଣ୍ଣନା ହୋଇଛି । ଏନଟିଆର ଓ ରାମଙ୍କ ଛଡା ଏଥିରେ ବଲିଉଡ ଷ୍ଟାର ଅଜୟ ଦେବଗନ ଓ ଆଲିୟା ଭଟ୍ଟ ନଜର ଆସିବେ । ମିଳିଥିବା ଖବର ଅନୁସାରେ ଏହା ସମସ୍ତ ଭାରତୀୟ ଭାଷାରେ ରିଲିଜ ହେବ । ଏହାର ହିନ୍ଦୀ ଭର୍ସନରେ ଡବିଂ ନକରି ନିଜ ଭଏସ ପ୍ରଥମ ଥର ହିନ୍ଦୀରେ ଦେଇଛନ୍ତି ଜୁନିୟର ଏନଟିଆର । ଆସନ୍ତାବର୍ଷ ଜାନୁୟାରୀରେ ଏହା ପରଦାକୁ ଆସିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.