ETV Bharat / sitara

ସ୍ପେନର ରାପର ପାବଲୋଙ୍କୁ ଗିରଫ ଘଟଣା: ପୋଲିସ ଷ୍ଟେସନ ଭାଙ୍ଗିଲେ ପ୍ରଶଂସକ

author img

By

Published : Feb 17, 2021, 12:32 PM IST

Police station attacked in Spain after arrest of rap singer
ସ୍ପେନର ରାପର ପାବଲୋଙ୍କୁ ଗିରଫ ଘଟଣା: ପୋଲିସ ଷ୍ଟେସନ ଭାଙ୍ଗିଲେ ପ୍ରଂସଶକ

ସ୍ପେନର ରାପର ପାବଲୋଙ୍କୁ ପୋଲିସ ଗିରଫ କରିବା ପରେ ତାଙ୍କ ପ୍ରଶଂସକମାନେ ପୋଲିସ ଷ୍ଟେସନକୁ ଭଙ୍ଗାରୁଜା କରିଥିବା ଜଣାପଡିଛି । ଅଧିକ ପଢନ୍ତୁ...

ମାଡ୍ରିଡ୍: ରାଜତନ୍ତ୍ରକୁ ଅପମାନିତ କରିବା ଏବଂ ଆତଙ୍କବାଦକୁ ପ୍ରୋତ୍ସାହିତ କରିବା ପାଇଁ ଦିନକ ପୂର୍ବରୁ ହେପାଜତରେ ଥିବା ରାପ୍ ଗାୟକ ପାବଲୋ ହାସେଲଙ୍କୁ ପୋଲିସ ଗିରଫ କରିଥିଲା । ତେବେ ଏହାକୁ ବିରୋଧ କରି ମଙ୍ଗଳବାର ସନ୍ଧ୍ୟାରେ କାଟାଲୋନିଆର ଭିକ୍ ସହରରେ ବିକ୍ଷୋଭକାରୀମାନେ ପୋଲିସ ଷ୍ଟେସନକୁ ଭଙ୍ଗାରୁଜା କରିଥିବା ଦେଖିବାକୁ ମିଳିଛି ।

ଆନ୍ଦୋଳନକାରୀମାନେ ପୋଲିସ ଷ୍ଟେସନକୁ ପଥର ଫିଙ୍ଗି ଭଙ୍ଗାରୁଜା କରିଥିବା ଦେଖିବାକୁ ମିଳିଥିଲା । ଦୁର୍ବୃତ୍ତଙ୍କ ଏହି ଆକ୍ରମଣରେ 11 ଜଣ ପୋଲିସ କର୍ମଚାରୀ ଆହତ ହୋଇଥିବା କାଟାଲୋନିଆର ଆଞ୍ଚଳିକ ପୋଲିସ ମୋସୋସ୍ ଡିସ୍କାଡ୍ରା କହିଛନ୍ତି । ପୋଲିସ ତଦନ୍ତ କରି ଭିକ୍‌ରେ ଅତି କମ୍‌ରେ 4 ଜଣଙ୍କୁ ଅଟକ ରଖିଛି ।

ପୋଲିସ୍ ଏବଂ ସ୍ପେନର ରାପର ପାବଲୋଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିବା ବେଳେ ମଙ୍ଗଳବାର ଦିନ ଦଙ୍ଗା ବିରୋଧୀ ଅଧିକାରୀମାନେ ତାଙ୍କୁ ଏକ ବିଶ୍ୱବିଦ୍ୟାଳୟରୁ ଗିରଫ କରିଥିଲେ । ରାଜତନ୍ତ୍ରକୁ ଅପମାନିତ କରିବା ଏବଂ ଆତଙ୍କବାଦକୁ ପ୍ରୋତ୍ସାହିତ କରିଥିବାରୁ ସେ 9 ମାସର ଦଣ୍ଡ ଭୋଗିବାକୁ ଯାଉଥିବା ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.