ETV Bharat / sitara

ଚାଲିଗଲେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତା ସଞ୍ଚାରୀ ବିଜୟ

author img

By

Published : Jun 14, 2021, 8:58 AM IST

Updated : Jun 14, 2021, 1:09 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସଞ୍ଚାରୀ ବିଜୟ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସଞ୍ଚାରୀ ବିଜୟ

ସାମ୍ନାକୁ ଆସିଲା ନୈରାଶ୍ୟଜନକ ଖବର । ସଡ଼କ ଦୁର୍ଘଟଣାରେ ଚାଲିଗଲା ଆକ୍ଟର ସଞ୍ଚାରୀଙ୍କ ଜୀବନ । ଦୁର୍ଘଟଣା ପରେ କୋମାରେ ଥିଲେ ଅଭିନେତା ଅଭିନେତା । ଅଧିକ ପଢନ୍ତୁ...

ମୁମ୍ବାଇ: ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତା ତଥା କନ୍ନଡ ଅଭିନେତା ସଞ୍ଚାରୀ ବିଜୟଙ୍କ ଦେହାନ୍ତ ଏକ ସଡ଼କ ଦୁର୍ଘଟଣାରେ ହୋଇଛନ୍ତି। ଦୁର୍ଘଟଣା ପରେ ତାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିଲା । ଅଭିନେତାଙ୍କ ଭାଇ ସିଦ୍ଧେଶ କୁମାର ରବିବାର ସୂଚନା ଦେଇଥିଲେ ଯେ ଅଭିନେତା ଏକ ବାଇକରେ ଯାଉଥିବା ସମୟରେ ଶନିବାର ଗାଡିଟି ଖସିଯିବାରୁ ଦୁର୍ଘଟଣା ଘଟିଥିଲା ​।

ଏହି ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରି ସିଦ୍ଧେଶ ଗଣମାଧ୍ୟମକୁ ଜଣାଇଥିଲେ ଯେ ଦୁର୍ଘଟଣା ପରେ ଅଭିନେତା କୋମାରେ ଥିବା କଥା । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଯାହାଦ୍ବାରା ରକ୍ତସ୍ରାବ ହୋଇଥିଲା । ଆସନ୍ତା 48 ଘଣ୍ଟା ଅତ୍ୟନ୍ତ ଗୁରୁତର ହେବାକୁ ଯାଉଛି ବୋଲି ଡାକ୍ତରମାନେ କହିଥିବା ବେଳେ ସୋମବାର ତାଙ୍କ ଦେହାନ୍ତ ହୋଇଛି । ବର୍ତ୍ତମାନ ତାଙ୍କ ମୃତ୍ୟୁରେ କନ୍ନଡ ଫିଲ୍ମ ଜଗତରେ ଶୋକର ଛାୟା ଖେଳିଯାଇଛି ।

ପ୍ରକାଶ ଥାଉକି ବିଜୟଙ୍କୁ ‘ନାନୁ ଆଭାନାଲା ଆଭାଲୁ’ ପାଇଁ ପୁରସ୍କାର ପ୍ରଦାନ କରାଯାଇଥିଲା। ସେହିପରି ଶେଷଥର ତାଙ୍କୁ ଫିଲ୍ମ ଆକ୍ଟ 1978ରେ ଦେଖିବାକୁ ମିଳିଥିଲା ।

Last Updated :Jun 14, 2021, 1:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.