ETV Bharat / sitara

ମିଲିନ୍ଦ ଗାବାଙ୍କ ‘ଶାନ୍ତି’ ମ୍ୟୁଜିକ ଭିଡିଓରେ ଦେଖିବାକୁ ମିଳିବ ନିକ୍କିଙ୍କ ଜଲୱା

author img

By

Published : Jun 19, 2021, 1:41 PM IST

ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି ନିକ୍କିଙ୍କ ଆଗାମୀ ମ୍ୟୁଜିକ ଭିଡିଓ । ସିଙ୍ଗର ମିଲିନ୍ଦ ଗାବାଙ୍କ ଗୀତ ‘ଶାନ୍ତି’ରେ ନଜର ଆସିବେ ଅଭିନେତ୍ରୀ । ଅଧିକ ପଢନ୍ତୁ...
ଫଟୋ ସୌଜନ୍ୟ:ଇନଷ୍ଟାଗ୍ରାମ@ନିକ୍କି ତମ୍ବୋଲି
ଫଟୋ ସୌଜନ୍ୟ:ଇନଷ୍ଟାଗ୍ରାମ@ନିକ୍କି ତମ୍ବୋଲି

ମୁମ୍ବାଇ: ‘ବିଗବସ 14’ ପରଠୁ ମରାଠୀ ଅଭିନେତ୍ରୀ ନିକ୍କି ତମ୍ବୋଲିଙ୍କ ଲୋକପ୍ରିୟତା ବେଶ୍ ବଢିଯାଇଛି । ସେ କିଛି ନା କିଛି କାରଣରୁ ଚର୍ଚ୍ଚାରେ ରହୁଛନ୍ତି । ଇତିମଧ୍ୟରେ ତାଙ୍କ ଆଗାମୀ ପ୍ରୋଜେକ୍ଟକୁ ନେଇ ଉତ୍ସାହିତ ଅଛନ୍ତି ଫ୍ୟାନ୍ସ । କାରଣ ଚର୍ଚ୍ଚା ଜୋର ଧରିଛି ଯେ ନିକ୍କି ଖୁବଶୀଘ୍ର ଫେମସ ଗାୟକ ମିଲିନ୍ଦ ଗାବାଙ୍କ ଅପକମିଂ ସଙ୍ଗ ‘ଶାନ୍ତି’ରେ ନଜର ଆସିବେ ।

ଏହି ଗୀତରେ ନିକ୍କିଙ୍କ ସହ ରୋମାନ୍ସ କରିବେ ମିଲିନ୍ଦ । ନିକଟରେ ନିକ୍କି ଦେଇଥିବା ଏକ ସାକ୍ଷାତକାରରେ କହିଥିଲେ ମିଲିନ୍ଦ ଗାବାଙ୍କ ସହ ଏହି ଟ୍ରାକର ସୁଟିଂ କରିବା ମୋ ପାଇଁ ଶାନଦାର ଅନୁଭୂତି ଥିଲା । ଆମେ ଦୁହେଁ ସୁଟିଂ ସେଟରେ ଖୁବ୍ ମଜାମସ୍ତି ମଧ୍ୟ କରିଥିଲୁ । ଖୁବଶୀଘ୍ର ରିଲିଜ ହେବ ଏହି ଗୀତ ।’

ସେହିପରି ମିଲିନ୍ଦ ମଧ୍ୟ କହିଥିଲେ, ‘ଏହି ଟ୍ରାକରେ ନିକ୍କି ଭଲ ଡ୍ୟାନ୍ସ କରିଛନ୍ତି । ଶାନ୍ତି ବହୁତ ଉତ୍ସାହିତ ଟ୍ରାକ । ଯାହା ଆପଣଙ୍କୁ ଡ୍ୟାନ୍ସ କରାଇବାକୁ ବାଧ୍ୟ କରିବ।’

ପ୍ରକାଶ ଥାଉକି ନିକ୍କି ବର୍ତ୍ତମାନ କେପଟାଉନରେ ରୋହିତ ସେଟ୍ଟୀଙ୍କ ସବୁଠାରୁ ବଡ ରିୟାଲିଟି ଶୋ ‘ଖତୋରୋଁ କେ ଖିଲାଡି’ର ସୁଟିଂରେ ବ୍ୟସ୍ତ ଅଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.