ETV Bharat / sitara

ଯୁବରାଜଙ୍କ ରିଟାଏରମେଣ୍ଟ ପାର୍ଟି, ନଜର ଆସିଲେ ଏକ୍ସ କିମ ଶର୍ମା

author img

By

Published : Jun 30, 2019, 5:33 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

କ୍ରିକେଟର ସବୁ ଫର୍ମାଟରୁ ଅବସର ନେଇଛନ୍ତି ଯୁବରାଜ ସିଂହ । ଗତ ଶନିବାର(29 ଜୁନ)ରେ ରିଟାଏରମେଣ୍ଟ ପାର୍ଟିର ଆୟୋଜନ କରିଥିଲେ ଯୁବରାଜ ସିଂହ । ଏଥିରେ ଯୋଗ ଦେଇଥିଲେ ବଲିଉଡ ଓ ଖେଳଜଗତର ଅନେକ ସେଲିବ୍ରିଟି ।

ହାଇଦ୍ରାବାଦ: ଭାରତୀୟ ଦଳର ସୁପର ଖେଳାଳୀ ଯୁବରାଜ ସିଂହ କ୍ରିକେଟର ସମସ୍ତ ଫର୍ମାଟରୁ ନେଇଛନ୍ତି ସନ୍ୟାସ । ଏହାପରେ ନିଜ ରିଟାଏରମେଣ୍ଟ ପାର୍ଟିର ଆୟୋଜନ କରିଥିଲେ । ବଲିଉଡଠାରୁ ଆରମ୍ଭ କରି ଖେଳ ଜଗତର ଅନେକ ସାମିଲ ହୋଇଥିଲେ । ଏହାସହ ଯୋଗ ଦେଇଥିଲା ପୁରା ଅମ୍ବାନି ପରିବାର । ତେବେ ସବୁଠୁ ମଜାଦାର କଥା ହେଲା ପାର୍ଟିରେ ଯୁବରାଜଙ୍କ ଏକ୍ସ ଗର୍ଲଫ୍ରେଣ୍ଡ କିମ ଶର୍ମା ।

yuvraj singh
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ


ଯୁବରାଜଙ୍କ ସହ କିମ ଶର୍ମା କାଫି ଖୁସି ଦେଖାଯାଉଥିଲେ । କିମ ମଧ୍ୟ ଯୁବରାଜଙ୍କ ପତ୍ନୀ ହେଜଲ କିଚଙ୍କ ଭଲ ସାଙ୍ଗ । ଏହାସହା ପାର୍ଟିରେ ପହଞ୍ଚିଥିଲା ଅମ୍ବାନୀ ପରିବାର । ନିତା ଅମ୍ବାନିଙ୍କ ସହ ଥିଲେ ଆକାଶ ଅମ୍ବାନୀ ଓ ଶ୍ଲୋକ ମେହେତା ।

yuvraj singh
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଏହାସହ କ୍ରିକେଟର ମହମ୍ମଦ କୈଫ ମଧ୍ୟ ଉପସ୍ଥିତ ଥିଲେ । ବଲିଉଡ ଅଭିନେତା କୁନାଲ ଖେମୁଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା । ଟେନିସ ଖେଳାଳୀ ସାନିଆ ମିର୍ଜା ମଧ୍ୟ ନଜର ଆସିଥିଲେ । ବଲିଉଡ ଅଭିନେତା ଫରହାନ ଅଖତର ଏ ଗର୍ଲଫ୍ରେଣ୍ଡ ଶିବରାଣୀ ଦାଣ୍ଡେକର ମଧ୍ୟ ଉପସ୍ଥିତ ଥିଲେ ।

yuvraj singh
ଡିଜାଇନ ଫଟୋ

କ୍ରିକେଟର ଇରଫାନ ପଠାନ ମଧ୍ୟ ପତ୍ନୀ ଓ ପୁଅଙ୍କ ସହ ନଜର ଆସିଥିଲେ । ଅନ୍ୟପକ୍ଷେ ଅଭିନେତ୍ରୀ ସାଗରିକା ଘାଟଗେ ପତି ଜାହୀର ଖାନଙ୍କ ସହ ନଜର ଆସିଥିଲେ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.