ETV Bharat / sitara

ସନ୍ନି ଲିଓନୀ ବିରୋଧରେ ଠକେଇ ଅଭିଯୋଗ, କ୍ରାଇମବ୍ରାଞ୍ଚ କରୁଛି ପଚରାଉଚୁରା

author img

By

Published : Feb 6, 2021, 8:27 PM IST

Kerala: Crime Branch records Sunny Leone's statement in financial fraud case
ସନ୍ନି ଲିଓନୀ ବିରୋଧରେ ଠକେଇ ଅଭିଯୋଗ, କ୍ରାଇମବ୍ରାଞ୍ଚ କରୁଛି ପରରାଉଚରା

ସନ୍ନି ଲିଓନିଙ୍କ ନାଁରେ ଠକେଇ ଅଭିଯୋଗ । 29 ଲକ୍ଷ ଟଙ୍କାର ଠକେଇ ମାମଲାରେ କ୍ରାଇମବ୍ରାଞ୍ଚ ପ୍ରଶ୍ନ ଜାଲରେ ଫସିଲେ ସନ୍ନି । ଅଧିକ ପଢନ୍ତୁ...

ଥିରୁଅନନ୍ତପୁରମ: ସେକ୍ସୀ ଅଭିନେତ୍ରୀ ସନ୍ନି ଲିଓନୀଙ୍କୁ ନେଇ ନୂଆ ଚର୍ଚ୍ଚା । କେରଳର ଥିରୁଅନନ୍ତପୁରମରେ କ୍ରାଇମବ୍ରାଞ୍ଚର କୋଚି ୟୁନିଟ୍ ଦ୍ବାରା ଆର୍ଥିକ ଟଙ୍କା ହେରଫେର ଅଭିଯୋଗରେ ସନ୍ନିଙ୍କୁ ପଚରାଉଚରା କରାଯାଇଛି ।

କହିବାକୁ ଗଲେ, ଏକ ଘରୋଇ ଚ୍ୟାନେଲର ସୁଟିଂ ପାଇଁ କେରଳରେ ପହଞ୍ଚିଥିବା ସନ୍ନିଙ୍କୁ ଗତ ଗୁରୁବାର ପଚରାଉଚରା କରାଯାଇଥିଲା । ଏହି ଠକେଇ ମାମଲାରେ କ୍ରାଇମବ୍ରାଞ୍ଚର ଅଧିକାରୀମାନେ ସନ୍ନିଙ୍କୁ ଘଣ୍ଟା ଘଣ୍ଟା ଧରି ପଚରାଉଚରା କରିଛନ୍ତି ।

ତେବେ ଜଣେ ବ୍ୟକ୍ତି ସନ୍ନିଙ୍କ ବିରୋଧରେ 29 ଲକ୍ଷ ଟଙ୍କା ଠକେଇର ଅଭିଯୋଗ ଆଣିଥିଲେ । ସେ ପେରୁମ୍ବାବୁରର ଶିଆସ ବୋଲି ଜଣାପଡିଛି ।

ଶିଆସ ଅଭିଯୋଗ କରିଛନ୍ତି ଯେ, ଅଭିନେତ୍ରୀ କୋଚିରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଟଙ୍କା ନେଇଥିଲେ, କିନ୍ତୁ ସେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇନଥିଲେ ।

ଏପଟେ କିନ୍ତୁ ସନ୍ନି ଯୁକ୍ତି ବାଢିଛନ୍ତି ଯେ କାର୍ଯ୍ୟକ୍ରମକୁ ପାଞ୍ଚ ଥର ସ୍ଥଗିତ କରାଯାଇଛି ଏବଂ ଏହା ଆୟୋଜକଙ୍କ ଦୋଷ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.