ETV Bharat / sitara

ଅନାମିକାର ନାୟିକା ସନ୍ନି ଲିଓନୀ

author img

By

Published : Dec 22, 2020, 10:14 AM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସନ୍ନି ଲିଓନୀ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସନ୍ନି ଲିଓନୀ

ବିକ୍ରମ ଭଟ୍ଟଙ୍କ ‘ଅନାମିକା’ର ନାୟିକା ହେବେ ସନ୍ନି । ଏଥର ଆକ୍ସନ ମୋଡରେ ଆସିବେ ନଜର । ଆରମ୍ଭ କଲେ ସିରିଜର ସୁଟିଂ । ଅଧିକ ପଢନ୍ତୁ...

ମୁମ୍ବାଇ: ପୁଣି ନିଜ ସେକ୍ସୀ ଅନ୍ଦାଜ ନେଇ ପରଦାକୁ ଫେରିବେ ପପୁଲାର ଅଭିନେତ୍ରୀ ସନ୍ନି ଲିଓନୀ । ସେ ଖୁବସୀଘ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କ ଆଗାମୀ ସିରିଜ ଅନାମିକାରେ ଦେଖାଯିବେ । ଯାହାର ସୁଟିଂ ଏବେ ଆରମ୍ଭ ହୋଇଯାଇଛି । ଲକଡାଉନ ପୂର୍ବରୁ ଏହାର କିଛି ସୁଟିଂ ଆରମ୍ଭ କରିଥିଲେ ସନ୍ନି ହେଲେ ଲକଡାଉନ ପାଇଁ ଅଧାରେ ବନ୍ଦ ହୋଇଥିଲା ସୁଟିଂ । ମୁଖ୍ୟ କଥା ହେଲା ଯେ ସିରିଜରେ ସନ୍ନି ପ୍ରଥମଥର ମାର୍ଶଲ ଆର୍ଟ କରୁଥିବାର ନଜର ଆସିବେ ।

ସୁଟିଂ ଆରମ୍ଭ ହେବାର ସୂଚନା ସନ୍ନି ଇନଷ୍ଟାଗ୍ରାମରେ ସମସ୍ତଙ୍କୁ ଦେଇଛନ୍ତି । ସେ ନିଜର ଫଟୋ ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି, ସତନାମ, ‘କିଛି ନୂଆ ଆରମ୍ଭ ଏବଂ ମୋ ଲକଡାଇନରେ ଶେଷ । ଏହି ନୂଆ ଯାତ୍ରା ଏକ ଭଲ ଅନ୍ଦାଜରେ ଆରମ୍ଭ ହୋଇଛି ।’

‘ଅନାମିକା’ ସିରିଜରେ 10ଟି ଏପିସୋଡ ଦେଖିବାକୁ ମିଳିବ । ମୁମ୍ବାଇରେ ସୁଟିଂ କରିବେ ସନ୍ନି । ଏହାର ପ୍ରଥମ ସିଡ୍ୟୁଲ ସୁଟିଂ ଏମାସରେ ଶେଷ କରିବାକୁ ସ୍ଥିର କରିଛନ୍ତି । ସେହିପରି ବିକ୍ରମଙ୍କ ଦ୍ବାରା ଲେଖିତ ଏବଂ ନିର୍ଦ୍ଦେଶିତ ଏହି ସିରିଜର ପ୍ରଯୋଜନା ଦାୟିତ୍ବ ତୁଲାଇବେ ତାଙ୍କ ଝିଅ କ୍ରିଷ୍ଣା ଭଟ୍ଟ । ‘ଅନାମିକା’ ପପୁଲାର ଓଟିଟି ପ୍ଲାଟଫର୍ମ ଏମଏକ୍ସ ପ୍ଲେୟାରରେ ରିଲିଜ ହେବାକୁ ଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.