ETV Bharat / sitara

ସନ୍ନିଙ୍କ ମହାନତା: 10 ହଜାର ପ୍ରବାସୀଙ୍କୁ ଯୋଗାଇବେ ଖାଦ୍ୟ

author img

By

Published : May 6, 2021, 10:08 AM IST

10 ହଜାର ପ୍ରବାସୀଙ୍କୁ ଖାଦ୍ୟ ଯୋଗାଇବେ ସନ୍ନି
10 ହଜାର ପ୍ରବାସୀଙ୍କୁ ଖାଦ୍ୟ ଯୋଗାଇବେ ସନ୍ନି

ପେଟା ସହ ମିଶି ସନ୍ନି ନୂଆ ଅଭିଯାନରେ ସାମିଲ ହୋଇଛନ୍ତି । ଏଥର ହଜାର ହଜାର ପ୍ରବାସୀଙ୍କୁ ଯୋଗାଇବେ ଖାଦ୍ୟ । ଅଧିକ ପଢନ୍ତୁ...

ମୁମ୍ବାଇ: ଚର୍ଚ୍ଚାରେ ସେକ୍ସି ଅଭିନେତ୍ରୀ ସନ୍ନି ଲିଓନୀ । ତାଙ୍କ ମହାନ କାର୍ଯ୍ୟକୁ ନେଇ ବର୍ତ୍ତମାନ ସମସ୍ତେ ଖୁସି । କାରଣ ସେ 10 ହଜାର ପ୍ରବାସୀ ଶ୍ରମିକଙ୍କୁ ଖାଦ୍ୟ ଯୋଗାଇବେ । ଏହି କାର୍ଯ୍ୟ ପାଇଁ ସେ ପିପୁଲ୍ ଫର୍ ଏଥିକାଲ୍ ଟ୍ରିଟମେଣ୍ଟ ଅଫ୍ ଆନିମଲ୍ସ (ପେଟା) ସହ ହାତ ମିଶାଇଛନ୍ତି ।

ଆଉ ସହରରେ 10 ହଜାର ପ୍ରବାସୀ ଶ୍ରମିକଙ୍କ ପାଇଁ ଭାତ, ଡାଲି ଓ ଖେଚୁଡି ବ୍ୟବସ୍ଥା କରିବେ । ଏହି ଅବସରରେ ସେ କହିଛନ୍ତି, ‘ଆମେ ଏକ ସଙ୍କଟର ସମ୍ମୁଖୀନ ହେଉଛୁ, କିନ୍ତୁ ଦୟା ଏବଂ ଏକତା ସହିତ ଆମେ ଆଗକୁ ବଢିପାରିବା । ମୁଁ ପୁଣିଥରେ ପେଟା ଇଣ୍ଡିଆ ସହିତ ହାତ ମିଳାଇ ଆନନ୍ଦିତ ଅନୁଭବ କରୁଛି । ଏଥର ପ୍ରୋଟିନ୍-ପ୍ୟାକ୍ ହୋଇଥିବା ଭୋଜନ ଆବଶ୍ୟକ କରୁଥିବା ହଜାର ହଜାର ଲୋକଙ୍କୁ ଯୋଗାଇ ପାରିବୁ ।’

ପ୍ରକାଶ ଥାଉକି ପ୍ରଥମଥର ସନ୍ନି 2016ରେ ପେଟା ସହ ସମ୍ପୃକ୍ତ ହୋଇଥିଲେ । ପୂର୍ବରୁ ଭିଗାନ୍ ଫ୍ୟାସନ୍, ଶାକାହାରୀ ଖାଇବା, କୁକୁର ଏବଂ ବିଲେଇ ପୋଷିବା ଏବଂ ନିରାକରଣକୁ ସମର୍ଥନ କରି ସଂଗଠନର ଅଭିଯାନରେ ସାମିଲ ହୋଇଥିଲେ । ଆଉ ଏବେ ପେଟା ଏବଂ ସନ୍ନି ଉଦୟ ଫାଉଣ୍ଡେସନ୍ ମାଧ୍ୟମରେ ଖାଦ୍ୟ ଦାନ କରିବେ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.