ETV Bharat / science-and-technology

ହ୍ବାଟ୍ସଆପରେ ଆସିବ ରିପ୍ଲାଇ ବାର୍, ବଦଳିବ ୟୁଜର ଏକ୍ସପେରିୟନ୍ସ

author img

By ETV Bharat Odisha Team

Published : Dec 11, 2023, 11:51 AM IST

Reply Bar on Whatsapp Status
Reply Bar on Whatsapp Status

Reply Bar on Whatsapp Status: ଏକ ନୂଆ ଫିଚର ଉପରେ କାର୍ଯ୍ୟ କରୁଛି ହ୍ବାଟ୍ସଆପ । ଷ୍ଟାଟସରେ ଖୁବଶୀଘ୍ର ଆସିବ ରିପ୍ଲାଇ ବାର । ଅଧିକ ପଢ଼ନ୍ତୁ

ହାଇଦ୍ରାବାଦ: ବଦଳିବ ହ୍ବାଟ୍ସଆପ ଷ୍ଟାଟସରେ ରିପ୍ଲାଇ ଦେବାର ତରିକା । ଷ୍ଟାଟସ ବାରରେ ଦେଖାଯିବ ରିପ୍ଲାଇ ଅପ୍ସନ । ସୋସିଆଲ ମିଡିଆ କମ୍ପାନୀ ହ୍ବାଟ୍ସଆପ୍‌ ଏହି ଫିଚର ଉପରେ କାର୍ଯ୍ୟ ଜାରି ରଖିଛି । ଏନେଇ ହ୍ବାଟ୍ସଆପ ଉପରେ ନଜର ରହିଥିବା ଓ୍ବେବସାଇଟ Wabetainfo ପକ୍ଷରୁ ସୂଚନା ଦିଆଯାଇଛି।

ବର୍ତ୍ତମାନ ସମୟରେ ଆପଣ କାହାର ଷ୍ଟାଟସ ଦେଖିବା ପରେ କାହାକୁ ରିପ୍ଲାଇ କରିବାକୁ ଇଚ୍ଛା ହୁଏ ତାହାଲେ ନିମ୍ନରେ ରହିଥିବା ତୀରଚିହ୍ନ ଉପରେ କ୍ଲିକ କରିବାକୁ ପଡ଼େ । କିନ୍ତୁ ଶୀଘ୍ର ଏହାର ବିକଳ୍ପ ଆସିବାକୁ ଯାଉଛି। ଏହାର ଅର୍ଥ ଷ୍ଟାଟସରେ ରିପ୍ଲାଇ କରିବା ପାଇଁ ଆଉ କୌଣସି ସ୍ଥାନରେ କ୍ଲିକ୍‌ କରିବାର ଆବଶ୍ୟକତା ରହିବ ନାହିଁ । ରିପ୍ଲାଇ ବାରରେ ଟାଇପ କରି ଆପଣ ମେସେଜ ପଠାଇ ପାରିବେ । ଖୁବଶୀଘ୍ର ହ୍ବାଟ୍ସଆପରେ ଏହି ଫିଚର ରୋଲଆଉଟ ହେବା ନେଇ ସୂଚନା ରହିଛି।

ଏଣିକି ଇନଷ୍ଟାଗ୍ରାମରେ ହ୍ବାଟ୍ସଆପ ଭଳି ଫିଚର: Wabetainfo ଅନୁସାରେ, ଏହି ଫିଚର ବର୍ତ୍ତମାନ କିଛି ବିଟା ଟେଷ୍ଟରଙ୍କୁ ଆଇଓଏସ ଏବଂ ଆଣ୍ଟ୍ରୋଏଡରେ ରୋଲଆଉଟ କରାଯାଇଛି । ଏହା ଦ୍ବାରା ୟୁଜର୍ସଙ୍କ ଏକ୍ସପେରିୟନ୍ସ ଏବଂ ରିପ୍ଲାଇ କରିବା ସହଜ ହେବ । ଏହି ଫିଚର ଇନଷ୍ଟାଗ୍ରାମ ଭଳି କାର୍ଯ୍ୟ କରିବ । ଇନଷ୍ଟାଗ୍ରାମରେ ଷ୍ଟୋରୀ ଦେଖିଲା ପରେ ଯେପରି ରିପ୍ଲାଇ ବାର ଦେଖାଯାଏ, ସେହିପରି ଅନୁରୂପ ହ୍ବାଟ୍ସଆପରେ ମଧ୍ୟ ଦେଖାଯିବ । ହ୍ବାଟ୍ସଆପ ଷ୍ଟାଟସ୍‌ରେ ଯେଉଁ ସ୍ଥାନରେ ତୀର ଚିହ୍ନ ଦେଖାଯାଉଛି ସେହି ସ୍ଥାନରେ ରିପ୍ଲାଇ ବାରର ଅପ୍ସନ ରହିବ । ଏହି ଫିଚର ରୋଲ୍‌ ଆଉଟ୍‌ ହେବା ପରେ ସ୍କ୍ରିନସଟ ନେଲେ ରିପ୍ଲାଇ ବାର ମଧ୍ୟ ଦେଖାଯିବ । ଏହାର ଅର୍ଥ ବର୍ତ୍ତମାନ କୌଣସି ବ୍ୟକ୍ତିର ଷ୍ଟାଟସ ନେବା ସମୟରେ ଯେଉଁଭଳି ଭାବେ ଖାଲି ଫଟୋ ଦେଖାଯାଉଛି, ଫିଚର ରୋଲଆଉଟ ହେବା ପରେ ସ୍କ୍ରିନସଟରେ ରିପ୍ଲାଇ ବାର ମଧ୍ୟ ଦେଖାଯିବ।

ଏହା ମଧ୍ୟ ପଢନ୍ତୁ: ଥରେ ଭଏସ ନୋଟ୍ ଶୁଣିବା ପରେ ହୋଇଯିବ ଗାଏବ, ହ୍ବାଟ୍ସଆପରେ ଆସିଲା ଦମଦାର ଫିଚର

ଭିଡିଓ କଲ ସମୟରେ ଶୁଣିପାରିବେ ମ୍ୟୁଜିକ: ହ୍ବାଟ୍ସଆପର ପ୍ୟାରେଣ୍ଟ୍ କମ୍ପାନୀ ମେଟା ଶୀଘ୍ର ମେସେଜିଂ ଆପ୍ ପାଇଁ ଏକ ସୁନ୍ଦର ଫିଚର ରୋଲଆଉଟ କରିବାକୁ ଯାଉଛି । ଏହି ଫିଚର ଭିଡିଓ କଲ୍ ସମୟରେ ବ୍ୟବହାରରେ ଆସିବ । ଉଦାହରଣ ସ୍ୱରୂପ ହ୍ବାଟ୍ସଆପ୍‌ରେ ଭିଡିଓ କଲ୍ ମାଧ୍ୟମରେ ଅନେକ ମିଟିଂ ହୋଇଥାଏ। ବେଳେବେଳେ ମିଟିଂରେ ବୋର୍ ହେବାକୁ ପଡ଼ିଥାଏ। ଏଭଳି ସମୟରେ ହ୍ବାଟ୍ସଆପ୍‌ ଭିଡିଓ କଲ୍ ସମୟରେ ମ୍ୟୁଜିକ୍‌ ଶୁଣିବାର ଅପ୍ସନ ପ୍ରଦାନ କରିବ । WaBetaInfoର ଏହି ଫିଚର ବର୍ତ୍ତମାନ ଡେଭଲପିଂ ଷ୍ଟେଜରେ ରହିଛି। ଯାହା ବିଟା ଟେଷ୍ଟରଙ୍କ ପାଇଁ ମଧ୍ୟ ଉପଲବ୍ଧ ହୋଇ ନାହିଁ । ଏହି ଫିଚର ଦ୍ବାରା ୟୁଜର ଏକ୍ସପିରିୟନ୍ସ ଆହୁରି ବଦଳିବ । ଏହାସହ ଆପଣ ଯେତେବେଳେ କାହା ସହ ସ୍କ୍ରିନ ସେୟାର କରୁଛନ୍ତି, ସେହି ସମୟରେ ମଧ୍ୟ ଆପଣ ମ୍ୟୁଜିକ ଶୁଣିପାରିବେ। ଯାହା ବର୍ତ୍ତମାନ ପକ୍ଷେ ସମ୍ଭବ ହେଉ ନାହିଁ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.