ETV Bharat / science-and-technology

ବିଶ୍ୱର ସବୁଠୁ ଦାମୀ କମ୍ପାନୀ; ଆପଲ୍‌କୁ ଟପିଲା ମାଇକ୍ରୋସଫ୍ଟ

author img

By ETV Bharat Odisha Team

Published : Jan 12, 2024, 10:52 AM IST

Microsoft outranks Apple
ମାଇକ୍ରୋସଫ୍ଟ ହେଲା ବିଶ୍ବର ଦାମୀ କମ୍ପାନୀ

Microsoft Outranks Apple: ହ୍ରାସ ପାଇଲା ଆପଲର ସେୟାର । ଆପଲକୁ ପଛରେ ପକାଇ ମାଇକ୍ରୋସଫ୍ଟ ହେଲା ବିଶ୍ବର ଦାମୀ କମ୍ପାନୀ। ଅଧିକ ପଢନ୍ତୁ

ହାଇଦ୍ରାବାଦ: ବର୍ଷ ଆରମ୍ଭରୁ ଆପଲକୁ ଝଟକା । ଆଇଫୋନ ନିର୍ମାତା ଆପଲକୁ ପଛରେ ପକାଇଲା ସଫ୍ଟଓ୍ବେୟାର କମ୍ପାନୀ ମାଇକ୍ରୋସଫ୍ଟ । ଗୁରୁବାର ବିଶ୍ବର ସବୁଠାରୁ ଦାମୀ କମ୍ପାନୀ ହେଲା ମାଇକ୍ରୋସଫ୍ଟ । ଆଇଫୋନର ବିକ୍ରି ଅଭିବୃଦ୍ଧିକୁ(ସେଲ୍ସ ଗ୍ରୋଥ) ନେଇ ଚିନ୍ତା କାରଣରୁ ଗତ କିଛି ଦିନ ହେବ ଆପଲର ସେୟାର ହ୍ରାସ ପାଉଥିବା ଦେଖାଦେଇଛି । 2021 ମସିହା ଠାରୁ ଆପର ଦବଦବା ଜାରୀ ରହିଥିବା ବେଳେ ପ୍ରଥମ ଥର ପାଇଁ ଆପଲକୁ ଟପିଛି ମାଇକ୍ରୋସଫ୍ଟ ।

ମାଇକ୍ରୋସଫ୍ଟର ସେୟାର ବୃଦ୍ଧି: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇର ଟ୍ରେଣ୍ଟ ଭିତରେ ଗତ କିଛି ଦିନ ହେବ ମାଇକ୍ରୋସଫ୍ଟରର ସେୟାର ପ୍ରତି ଆକୃଷ୍ଟ ହେଉଛନ୍ତି ନିବେଶକ । ମାଇକ୍ରୋସଫ୍ଟର ଷ୍ଟକ 1.6 ପ୍ରତିଶତ ବୃଦ୍ଧି ଘଟିଛି । ଯେଉଁ କାରଣରୁ ଏହାର ମୂଲ୍ୟ 2.875 ଟ୍ରିଲିୟନ ଡଲାରକୁ ବୃଦ୍ଧି ପାଇଛି । ଅନ୍ୟପଟେ ଆପଲର ସେୟାର 0.09 ପ୍ରତିଶତ ହ୍ରାସ ପାଇଛି । ଏହାର ଭେଲୁଏସନ 2.871 ଟ୍ରିଲିୟନ ଡଲାରକୁ ହ୍ରାସ ପାଇଛି । ତେବେ ବର୍ଷ ଆରମ୍ଭରୁ ଗୁରୁବାର ସୁଦ୍ଧା ଆପଲର ସେୟାର 3.3 ପ୍ରତିଶତ ହ୍ରାସ ପାଇଥିବା ବେଳେ ମାଇକ୍ରୋସଫ୍ଟର ସେୟାର 1.8 ପ୍ରତିଶତ ବୃଦ୍ଧି ପାଇଛି ।

ଆପଲର ସେୟାର ହ୍ରାସ ପାଇବାର କାରଣ: ଏକ ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଆଇଫୋନର ସେଲସ ଗ୍ରୋଥକୁ ନେଇ ଚାଇନା ଭଳି ପ୍ରମୁଖ ବଜାରରେ ଚିନ୍ତା ବୃଦ୍ଧି ପାଇଛି । ଏହି କାରଣରୁ ଆପଲର ରେଟିଂରେ ହ୍ରାସ ପାଇଛି । ଅର୍ଥାତ ଆଇଫୋନର ପ୍ରଭାବ ଆପଲ ଉପରେ ପଡିଥିବା କୁହାଯାଉଛି । ଅନ୍ୟ କେତେକ ରିପୋର୍ଟରେ କୁହାଯାଇଛି, ନିକଟ ଅତୀତରରେ ଆପଲ ସର୍ଭିସ ବିଜନେସରେ ଅଭିବୃଦ୍ଧି ରହିଥିଲା । ଆଇଓଏସରେ ଗୁଗୁଲକୁ ଡିଫଲ୍ଟ ସର୍ଚ୍ଚ ଇଞ୍ଜିନ୍ କରିବା ପାଇଁ ଡିଲକୁ ନେଇ ଚିନ୍ତା ବୃଦ୍ଧି ଯୋଗୁଁ ଆପଲର ରେଟିଂ ହ୍ରାସ ପାଇଛି ।

ଏହା ମଧ୍ୟ ପଢନ୍ତୁ: 30 ବର୍ଷ ପରେ କି ବୋର୍ଡରେ ପରିବର୍ତ୍ତନ କଲା ମାଇକ୍ରୋସଫ୍ଟ

2023ରେ ଆପଲ ଏବଂ ମାଇକ୍ରୋସଫ୍ଟର ପ୍ରଦର୍ଶନ: ଗତବର୍ଷ ଅର୍ଥାତ 2023 ମସିହାରେ ଆପଲରେ ସେୟାର ବୃଦ୍ଧି ପାଇଥିଲା। 2023 ରେ ଆପଲର ସେୟାରଗୁଡିକ ଭଲ ବୃଦ୍ଧି ପାଇ 48 ପ୍ରତିଶତ ରିଟର୍ଣ୍ଣ ଦେଇଥିଲା । ଡିସେମ୍ବର 14 ତାରିଖରେ ଆପଲର ବଜାର ପୁଞ୍ଜି 3.081 ଟ୍ରିଲିୟନ୍ ଡଲାର ଛୁଇଁଥିଲା । ବର୍ତ୍ତମାନ ସମୟରେ ଆପଲ ଏଭଳି ଏକ କମ୍ପାନୀ ରହିଛି ଯାହାର ବଜାର ପୁଞ୍ଜି 3 ଟ୍ରିଲିୟନ ଡଲାର ଛୁଇଁଥିଲା । ଅନ୍ୟପଟେ ମାଇକ୍ରୋସଫ୍ଟ ସେୟାରରେ 57 ପ୍ରତିଶତ ରିଟର୍ଣ୍ଣ ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.