ETV Bharat / science-and-technology

30 ବର୍ଷ ପରେ କି ବୋର୍ଡରେ ପରିବର୍ତ୍ତନ କଲା ମାଇକ୍ରୋସଫ୍ଟ

author img

By ETV Bharat Odisha Team

Published : Jan 5, 2024, 8:58 PM IST

Microsoft Adds New AI Assistant Button: 30 ବର୍ଷ ପରେ କି ବୋର୍ଡରେ ପରିବର୍ତ୍ତନ କଲା ମାଇକ୍ରୋସଫ୍ଟ। କି ବୋର୍ଡରେ ନୂଆ ବଟମ୍ ଯୋଡିଛି ମାଇକ୍ରୋସଫ୍ଟ। ଅଧିକ ପଢନ୍ତୁ

Microsoft Adds New AI Assistant Button
Microsoft Adds New AI Assistant Button

ହାଇଦ୍ରାବାଦ: 30 ବର୍ଷ ପରେ ବଦଳିଲା ମାଇକ୍ରୋସଫ୍ଟ କି ବୋର୍ଡ। ମାଇକ୍ରୋସଫଟ ପ୍ରାୟ 30 ବର୍ଷ ପରେ ଲାପଟପ ଏବଂ ପିସି କି ବୋର୍ଟରେ ଏକ ବଡ ପରିବର୍ତ୍ତନ କରିଛି। ଏଆଇ ଚାଟବୋଟ କୋପାଇଲଟକୁ କିବୋର୍ଡ ବଟନରୁ ଲଞ୍ଚ କରିବା ପାଇଁ କି ବୋର୍ଡରେ ନୂଆ ବଟମ୍ ଯୋଡିଛି ମାଇକ୍ରୋସଫ୍ଟ। ତେବେ ଏହି ନୂଆ ଟେକ୍ନୋଲୋଜି ଦ୍ବାରା ୟୁଜର ଏକ୍ସପେରିୟନ୍ସ ବଢିବ ବୋଲି ଆଶା କରାଯାଉଛି। ଏହାକୁ ଅଧିକାଂଶ କି ବୋର୍ଡରେ ଅଲ୍ଟ କି ପାଖରେ ରଖାଯିବ। ଏହାର ପ୍ଲେସମେଣ୍ଟ ଓଇଏମ(ଓରିଜିନାଲ ଇକ୍ବିପମେଣ୍ଟ ମାନୁଫ୍ୟକ୍ଚର)।

ଏହା ମଧ୍ୟ ପଢନ୍ତୁ: ସବୁଠୁ ଲୋକପ୍ରିୟ ଚାଟ୍ ଜିପିଟି ଏଆଇ, ବହୁ ପଛରେ ଗୁଗୁଲ ବାର୍ଡ ଏବଂ ମାଇକ୍ରୋସଫ୍ଟ ବିଙ୍ଗ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(AI) ଟେକ୍ନୋଲୋଜିର ବ୍ୟବହାର ବୃଦ୍ଧି ପାଉଥିବା ବେଳେ ଏହାକୁ ଦେଖି ଟେକ କମ୍ପାନୀ ମାଇକ୍ରୋସଫ କି ବୋର୍ଡରେ ଏଆଇ ବଟମ ନେଇ ବ୍ୟବସ୍ଥା କରିଛି। ମାଇକ୍ରୋସଫ୍ଟର ଅପରେଟିଂ ସିଷ୍ଟମ୍ ୱିଣ୍ଡୋଜ୍ ଚଳାଉଥିବା ସମସ୍ତ ୟୁଜର୍ସଙ୍କୁ ଏହି ସୁବିଧା ପ୍ରଦାନ କରାଯିବ। କମ୍ପ୍ୟୁଟର ନିର୍ମାତା କମ୍ପାନୀଗୁଡିକୁ ଏହି ବଟନକୁ କି ବୋର୍ଡରେ ଯୋଡିବା ପାଇଁ କୁହାଯାଇଛି। କହିରଖୁଛୁ କି, ପ୍ରାୟ ତିନି ଦଶନ୍ଧି ଧରି କମ୍ପାନୀ ୱିଣ୍ଡୋଜ୍ ଆଧାରିତ କିବୋର୍ଡରେ କୌଣସି ମଧ୍ୟ ବଡ ପରିବର୍ତ୍ତନ କରି ନାହିଁ। କିନ୍ତୁ ବର୍ତ୍ତମାନ ଏଥିରେ ପରିବର୍ତ୍ତନ ନେଇ ଘୋଷଣା କରିଛି। କି ବୋର୍ଡର ଡାହାଣ ପାର୍ଶ୍ୱରେ ରହିଥିବା କଣ୍ଟ୍ରୋଲ୍ ବଟନ୍ (CTRL) ସ୍ଥାନରେ ନୂତନ AI ଚାଟବଟ୍ ବଟନ୍ ଦିଆଯିବ।

ଏହା ମଧ୍ୟ ପଢନ୍ତୁ: ଆଣ୍ଡ୍ରଏଡ ୟୁଜର୍ସଙ୍କ ପାଇଁ କୋପାଇଲଟ ଆପ୍ ଲଞ୍ଚ କଲା ମାଇକ୍ରୋସଫ୍ଟ

ଏହି କି ବୋର୍ଡ ସବୁଠାରୁ ବଡ ପରିବର୍ତ୍ତନ ବୋଲି ବିବେଚନା କରାଯାଉଛି। ଏହି ବଟମକୁ କୋ ପାଇଲଟ କୁହାଯାଏ। କମ୍ପାନୀର AI ଟେକ୍ନୋଲୋଜି ଉପରେ ଆଧାର କରି ଚାଟବଟ୍ ବ୍ୟବହାର ପାଇଁ ସୁବିଧା ପ୍ରଦାନ କରିବ। ମାଇକ୍ରୋସଫ୍ଟ ଏହି ପଦକ୍ଷେପ ଦ୍ବାରା ଓପନ ଏଆଇ ଠାରୁ ଆଗରେ ରହିବା ପାଇଁ ପ୍ରୟାସ ଆରମ୍ଭ କରିଛି। ଏହା ଅନେକ ଲୋକପ୍ରିୟ ହେଉଥିବା ନେଇ ମଧ୍ୟ ଦେଖାଦେଇଛି।

ପ୍ରକାଶଥାଉକି, ନିକଟରେ ମାଇକ୍ରୋସଫ୍ଟର କୋପାଇଲଟ ଆପ ଲଞ୍ଚ କରିଥିଲା। ଏଥିରେ ଚାଟଜିପିଟି ଭଳି ପ୍ରଶ୍ନ କରିବାର ସୁବିଧା ପାଇବେ ୟୁଜର୍ସ। ଏହା ବ୍ୟତୀତ DALL-E 3 ଜରିଆରେ ଇମେଜ ତିଆରି କରିବା, ଇମେଲ ଏବଂ ଡକ୍ୟୁମେଣ୍ଟ ପାଇଁ ଡ୍ରାଫ ନୋଟ ଏବଂ ଜିପିଟି-4ର ସୁବିଧା ମଧ୍ୟ ପାଇବେ ୟୁଜର୍ସ। ଓପନ ଏଆଇର ଚାଟଜିପିଟିରେ ଜିପିଟି4ର ପେଡ୍ ଫିଚର ରହିଛି। ଏହାର ଅର୍ଥ ଏହି ଫିଚର ବ୍ୟବାହର କରିବା ପାଇଁ ଦେୟ ଦେବାକୁ ହେବ। କିନ୍ତୁ କୋପାଇଲଟରେ ଏହା ଫ୍ରି ରହିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.