ସବୁଠୁ ଲୋକପ୍ରିୟ ଚାଟ୍ ଜିପିଟି ଏଆଇ, ବହୁ ପଛରେ ଗୁଗୁଲ ବାର୍ଡ ଏବଂ ମାଇକ୍ରୋସଫ୍ଟ ବିଙ୍ଗ

ସବୁଠୁ ଲୋକପ୍ରିୟ ଚାଟ୍ ଜିପିଟି ଏଆଇ, ବହୁ ପଛରେ ଗୁଗୁଲ ବାର୍ଡ ଏବଂ ମାଇକ୍ରୋସଫ୍ଟ ବିଙ୍ଗ
ChatGPT topped list of most used chatbots: ଓପେନ ଏଆଇ ଦ୍ବାରା ବିକଶିତ ଚାଟ୍ ଜିପିଟି ଲୋକଙ୍କ ମଧ୍ୟରେ ଖୁବ୍ କମ ଦିନରେ ବେଶ ଲୋକପ୍ରିୟତା ହାସଲ କରିପାରିଛି । ତେବେ ଗୁଗୁଲର ଗୁଗୁଲ ବାର୍ଡ ଓ ମାଇକ୍ରୋସଫ୍ଟର ମାଇକ୍ରୋସଫ୍ଟ ବିଙ୍ଗ ଏ କ୍ଷେତ୍ରରେ ବହୁ ପଛରେ ପଡି ଯାଇଛନ୍ତି । ଅଧିକ ପଢନ୍ତୁ ।
ହାଇଦ୍ରାବାଦ: ଆଜିର ବିଜ୍ଞାନ ଯୁଗରେ ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ ବା ଏଆଇ ଏକ ନୂଆ ସେନସେଶନ ରୂପେ ଉଭା ହୋଇଛି । ଏହି ଏଆଇ ଟୁଲ୍ ଗୁଡିକୁ ବିଭିନ୍ନ ଉଦେଶ୍ୟରେ ବ୍ୟବହାର କରାଯାଇଥାଏ । ତେବେ ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ ବା ଏଆଇ ଆଧାରିତ ଚାଟବଟ୍ ଲୋକଙ୍କ ମଧ୍ୟରେ ଖୁବ୍ କମ ଦିନରେ ବେଶ ଲୋକପ୍ରିୟତା ହାସଲ କରିପାରିଛି । ରାଇଟ୍ ବଡି ଏଆଇ ସଂସ୍ଥା ଦ୍ବାରା କରାଯାଇଥିବା ଏକ ସର୍ବେକ୍ଷଣରେ ଚାଟ୍ ଜିପିଟି (ChatGPT) ଲୋକପ୍ରିୟ ଏଆଇ ଆପ୍ ତାଲିକାରେ ସର୍ବୋଚ୍ଚ ସ୍ଥାନ ଅଧିକାର କରିଛି । ସେପ୍ଟେମ୍ବର 2022 ରୁ ଅଗଷ୍ଟ 2023 ମଧ୍ୟରେ କରାଯାଇଥିବା ଏହି ସର୍ଭେରେ ମୋଟ୍ 50 ଗୋଟି ଚାଟ୍ ବଟ୍ ଆପ୍ ମଧ୍ୟରେ ଚାଟ୍ ଜିପିଟି ପ୍ରଥମ ସ୍ଥାନ ଅଧିକାର କରିଛି ।
ଏହା ମଧ୍ୟ ପଢନ୍ତୁ ... AI: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି କଣ ? ବାସ୍ତବରେ AIର ଆବଶ୍ୟକତା ରହିଛି କି ଜାଣନ୍ତୁ
ମିଳିଥିବା ତଥ୍ୟ ଅନୁସାରେ ଚାଟ୍ ଜିପିଟି (ChatGPT)କୁ ପ୍ରତି ମାସ ହାରାହାରି 1.5 ବିଲିୟନ ଜଣ ବ୍ୟକ୍ତିମାନେ ବ୍ୟବହାର କରିଥାନ୍ତି । ସେହିପରି ଏହି ତାଲିକାରେ ଦ୍ବିତୀୟ ସ୍ଥାନରେ କ୍ୟାରେକ୍ଟର ଏଆଇ ରହିଛି ଯାହାକୁ ପ୍ରତି ବର୍ଷ 3.8 ବିଲିୟନ ୟୁଜର ମାନେ ବ୍ୟବହାର କରିଥାନ୍ତି । ଏ ଆଗ ଧାଡିର ଦୁଇ ଏଆଇ ଆପ୍ ମଧ୍ୟରେ ଆକାଶ ପାତାଳର ତଫାତ୍ ରହିଛି । ତେବେ ପୂର୍ବରୁ ଏକ ସର୍ବେକ୍ଷଣ ଅନୁଯାୟୀ ବ୍ୟବହାରକାରୀମାନେ ଚାଟ୍ ଜିପିଟି (ChatGPT) ତୁଳନାରେ କ୍ୟାରେକ୍ଟର ଏଆଇକୁ 8 ଗୁଣା ଅଧିକ ବ୍ୟବହାର କରୁଥିଲେ । ସେହିପରି ପ୍ରମୁଖ ଟେକ୍ କମ୍ପାନୀର ଏଆଇ ଆପ୍ ଯଥା ଗୁଗୁଲର ଗୁଗୁଲ ବାର୍ଡ ଓ ମାଇକ୍ରୋସଫ୍ଟର ମାଇକ୍ରୋସଫ୍ଟ ବିଙ୍ଗ ଏ କ୍ଷେତ୍ରରେ ବହୁ ପଛରେ ପଡି ଯାଇଛନ୍ତି । ଗୁଗୁଲ ଏହି ବର୍ଷ ଗୁଗୁଲ ବାର୍ଡ ଏଆଇକୁ ଲଞ୍ଚ କରିଥିବା ବେଳେ ଏହି ତାଲିକାରେ 241 ମିଲିୟନ ଜଣ ୟୁଜର ସହିତ ଷଷ୍ଠ ସ୍ଥାନରେ ରହିଛି । ସେହିପରି ମାଇକ୍ରୋସଫ୍ଟ ବିଙ୍ଗ ଏ ଶୀର୍ଷ ତାଲିକାରୁ ବାଦ୍ ପଡିଛି ।
ଏହା ମଧ୍ୟ ପଢନ୍ତୁ ...ଗୁଗୁଲର ନୂଆ ଅଲଟିଟ୍ୟୁଡ୍ ଟୁଲ୍, ଆତଙ୍କବାଦ ସମ୍ପର୍କିତ ଗତିବିଧିକୁ କରିବ ଠାବ
ବିଶ୍ବର ଟପ୍ 10 ଚାଟ୍ ବଟର ତାଲିକା:-
1. ଚାଟ୍ ଜିପିଟି
2. କ୍ୟାରେକ୍ଟର ଏଆଇ
3. କ୍ବିଲ୍ ବଟ୍
4. ମିଡ୍ ଜର୍ଣି
5. ହଗିଙ୍ଗ ଫେସ୍
6. ଗୁଗୁଲ ବାର୍ଡ
7. ନଭେଲ୍ ଏଆଇ
8. କ୍ୟାପ୍ କଟ୍
9 .ଜାନିଟର ଏଆଇ
10. ସିଭିଟାଇ
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
