ETV Bharat / science-and-technology

Biogas plants: ବାୟୋଗ୍ୟାସରୁ ବିଦ୍ୟୁତ ଉତ୍ପାଦନ ଦୌଡ଼ର ଶୀର୍ଷରେ ମହାରାଷ୍ଟ୍ର

author img

By

Published : Mar 31, 2022, 5:28 PM IST

Updated : Mar 31, 2022, 7:24 PM IST

ଦେଶରେ ବାୟୋଗ୍ୟାସରୁ ବିଦ୍ୟୁତ ଉତ୍ପାଦନ ପାଇଁ ବିଭିନ୍ନ ରାଜ୍ୟ ପ୍ରୟାସ କରୁଛନ୍ତି । ଏହାର ଶୀର୍ଷରେ ମହାରାଷ୍ଟ୍ର ରହିଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ

Biogas plants: ବାୟୋଗ୍ୟାସରୁ ବିଦ୍ୟୁତ ଉତ୍ପାଦନ ଦୌଡ଼ରେ ଶୀର୍ଷରେ ମହାରାଷ୍ଟ୍ର
Biogas plants: ବାୟୋଗ୍ୟାସରୁ ବିଦ୍ୟୁତ ଉତ୍ପାଦନ ଦୌଡ଼ରେ ଶୀର୍ଷରେ ମହାରାଷ୍ଟ୍ର

ନୂଆଦିଲ୍ଲୀ: ଅଦରକାରୀ ଜୈବିକ ପଦାର୍ଥରୁ ବିଦ୍ୟୁତ ଉତ୍ପାଦନ କରିବା ପାଇଁ ଅଣ୍ଟା ଭିଡିଛି ମହାରାଷ୍ଟ୍ର, କର୍ଣ୍ଣାଟକ, ମଧ୍ୟପ୍ରଦେଶ ଓ ଆନ୍ଧ୍ର ପ୍ରଦେଶ । ଏଥିଲାଗି ଅନେକ ସ୍ଥାନରେ ସ୍ଥାପନ କରିଛି ଛୋଟ ଛୋଟ ବାୟୋଗ୍ୟାସ ପ୍ଲାଣ୍ଟ । ଗତ ୩ ବର୍ଷରେ ଏହି ୪ଟି ରାଜ୍ୟ ପ୍ରାୟ ୭୦ ପ୍ରତିଶତ ବାୟୋଗ୍ୟାସ ପ୍ଲାଣ୍ଟ ସ୍ଥାପନ କରିଥିବା ଜଣାପଡ଼ିଛି । ତେବେ ଏ ସମ୍ପର୍କରେ ଗତ ମଙ୍ଗଳବାର ରାଜ୍ୟସଭାରେ ସରକାରଙ୍କ ଦ୍ବାରା ତଥ୍ୟ ସେୟାର କରାଯାଇଛି ।

ମହାରାଷ୍ଟ୍ର ଏକ ଉନ୍ନତ କୃଷି ଭିତ୍ତିଭୂମି ସହିତ ଦେଶର ଅନ୍ୟତମ ଶିଳ୍ପାୟନ ତଥା ସମୃଦ୍ଧ ରାଜ୍ୟ । ଏପ୍ରିଲ 2018ରୁ ମାର୍ଚ୍ଚ 2021 (FY 2018-19) ମଧ୍ୟରେ ଦେଶରେ ପ୍ରାୟ ୱାନ-ଇନ-ଥ୍ରି ବାୟୋଗ୍ୟାସ୍ ପ୍ଲାଣ୍ଟ ସ୍ଥାପିତ ହୋଇଛି । ଶକ୍ତି ରାଷ୍ଟ୍ର ମନ୍ତ୍ରୀ ଆର. କେ ସିଂ ଦେଇଥିବା ସଦ୍ୟତମ ତଥ୍ୟ ଅନୁଯାୟୀ ରାଜ୍ୟସଭାରେ ଗତ ତିନି ଆର୍ଥିକ ବର୍ଷରେ ମୋଟ 23,260 ଟି ଛୋଟ ବାୟୋଗ୍ୟାସ୍ ପ୍ଲାଣ୍ଟ ପ୍ରତିଷ୍ଠା କରାଯାଇଥିଲା ।

ମହାରାଷ୍ଟ୍ର କର୍ଣ୍ଣାଟକକୁ ଅନୁସରଣ କରି ଏହି ସମୟ ମଧ୍ୟରେ ମୋଟ 15,283ଟି ଛୋଟ ବାୟୋଗ୍ୟାସ୍ ପ୍ଲାଣ୍ଟ ପ୍ରତିଷ୍ଠା କରିଛି । କର୍ଣ୍ଣାଟକ ପରେ ମଧ୍ୟପ୍ରଦେଶ (8,440) ଏବଂ ଆନ୍ଧ୍ରପ୍ରଦେଶ (7,311 ) ରହିଛି । ଭାରତର ଖାଦ୍ୟ ପାତ୍ର କୁହାଯାଉଥିବା ସୀମାନ୍ତ ରାଜ୍ୟ ପଞ୍ଜାବ ଏହି ସମୟ ମଧ୍ୟରେ 5,682 ଟି ଛୋଟ ବାୟୋଗ୍ୟାସ୍ ପ୍ଲାଣ୍ଟ ସ୍ଥାପନ କରିଛି । ଛତିଶଗଡ 4,252 ପ୍ଲାଣ୍ଟ ସ୍ଥାପନ କରିଛି । ସେପଟେ ହରିୟାଣାରେ 1741ଟି ପ୍ଲାଣ୍ଟ ଏହି ସମୟ ମଧ୍ୟରେ ସ୍ଥାପିତ ହୋଇଛି ।

ହିଲ ଷ୍ଟେସନ ଉତ୍ତରାଖଣ୍ଡରେ 2277ଟି ପ୍ଲାଣ୍ଟ ସ୍ଥାପିତ ହୋଇଥିବାବେଳେ ଦେଶର ଅଧିକ ଜନସଂଖ୍ୟା ରହିଥିବା ଉତ୍ତରପ୍ରଦେଶରେ 953ଟି ପ୍ଲାଣ୍ଟ ସ୍ଥାପିତ ହୋଇଛି । ସେପଟେ ପଶ୍ଚିମବଙ୍ଗରେ 316 ଟି ପ୍ଲାଣ୍ଟ ସ୍ଥାପିତ ହୋଇଛି । ସେହିପରି କେରଳରେ 2513ଟି, ତାମିଲନାଡୁରେ 1133, ରାଜସ୍ଥାନରେ 1024, ଆସାମରେ 991 ଓ ଗୁଜୁରାଟରେ 841ଟି, ବିହାରରେ 198, ଓଡ଼ିଶାରେ 264, ଝାଡ଼ଖଣ୍ଡରେ 96ଟି ପ୍ଲାଣ୍ଟ ରହିଛି ।

କେନ୍ଦ୍ର ସରକାର ଏଥିଲାଗି ଏଯାବତ୍ ୧୦୫ କୋଟି ଟଙ୍କାର ସବସିଡ଼ି ବିଭିନ୍ନ ରାଜ୍ୟକୁ ଦେଇଛନ୍ତି । ଏଥିରେ 2018-19 ବର୍ଷରେ 43.072 କୋଟି ରହିଥିବାବେଳେ 2019-20 ମଧ୍ୟରେ 33.244 କୋଟି, 2020-21 ଆର୍ଥିକ ବର୍ଷରେ 29.19 କୋଟି ବ୍ୟୟ ମଞ୍ଜୁର ହୋଇଥିଲା । ରିପୋର୍ଟ ଅନୁସାରେ ଏବେ ଦେଶରେ ୯୬ ପ୍ରତିଶତ ବାୟୋଗ୍ୟାସ ପ୍ଲାଣ୍ଟ କାର୍ଯ୍ୟ କରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Mar 31, 2022, 7:24 PM IST

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.