ETV Bharat / science-and-technology

2028 ସୁଦ୍ଧା ପ୍ରଥମ ଭାରତୀୟ ସ୍ପେସ୍ ଷ୍ଟେସନ ଲକ୍ଷ୍ୟ: ଇସ୍ରୋ ମୁଖ୍ୟ

author img

By ETV Bharat Odisha Team

Published : Jan 19, 2024, 3:35 PM IST

ISRO Space Station
ଭାରତୀୟ ସ୍ପେସ୍ ଷ୍ଟେସନ

ISRO Space Station: 2028 ସୁଦ୍ଧା ହେବ ଭାରତୀୟ ସ୍ପେସ୍ ଷ୍ଟେସନ । 2035 ସୁଦ୍ଧା ଏହାକୁ ସଂପୂର୍ଣ୍ଣ ଭାବେ ପ୍ରତିଷ୍ଠା କରାଯିବା ନେଇ ଘୋଷଣା କରିଛନ୍ତି ଇସ୍ରୋ ମୁଖ୍ୟ ଏସ ସୋମନାଥ ।

ହାଇଦ୍ରାବାଦ: ମହାକାଶ ଗବେଷଣା କ୍ଷେତ୍ରରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ସଫଳତା ଦିଗରେ ଆଗେଇ ଚାଲିଥିବା ବେଳେ ସ୍ସେସ ଷ୍ଟେସନର ଅଭାବ ରହିଛି । ବର୍ତ୍ତମାନ ଭାରତ ନିଜସ୍ବ ସ୍ପେସ ସେଣ୍ଟର ଉପରେ କାର୍ଯ୍ୟ କରୁଥିବା ବେଳେ 2028 ସୁଦ୍ଧା ଏହା ସଫଳ ହୋଇପାରିବ ବୋଲି କହିଛନ୍ତି ଇସ୍ରୋ ମୁଖ୍ୟ ଏସ ସୋମନାଥ ।

ଫରିଦାବାଦରେ ଭାରତ ଅନ୍ତରାଷ୍ଟ୍ରୀୟ ବିଜ୍ଞାନ ମହୋତ୍ସବର ଆୟୋଜନ ହେଉଛି । ଆସନ୍ତା 17 ତାରିଖରୁ ଏହା ଆରମ୍ଭ ହୋଇଥିବା ବେଳେ 20 ତାରିଖ ପର୍ଯ୍ୟନ୍ତ ଚାଲିବ । ତେବେ ଗୁରୁବାର ଏହି ଉତ୍ସବରେ ଇସ୍ରୋ ମୁଖ୍ୟ ଯୋଗଦେଇଥିଲେ । ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ନିଜର ସ୍ସେସ ଷ୍ଟେସନ ପ୍ରତିଷ୍ଠା କରିବାକୁ ଯାଉଛି । ଏହାର ପରୀକ୍ଷଣ ଆସନ୍ତା ବର୍ଷ ଠାରୁ ଆରମ୍ଭ କରାଯିବ । ତେବେ 2028 ସୁଦ୍ଧା ଭାରତ ନିଜର ସ୍ପେସ ଷ୍ଟେସନ ପ୍ରତିଷ୍ଠା କରିପାରିବ ବୋଲି କହିଛନ୍ତି ଇସ୍ରୋ ମୁଖ୍ୟ ଏସ ସୋମନାଥ ।

ଏହା ମଧ୍ୟ ପଢନ୍ତୁ: ଆଗାମୀ 20ରୁ 25 ବର୍ଷ ମଧ୍ୟରେ ଭାରତ ନିଜର ସ୍ପେସ ଷ୍ଟେସନ ନିର୍ମାଣ କରିବ: ଇସ୍ରୋ ମୁଖ୍ୟ

ସୋମନାଥ ଦାବି କରି କହିଛନ୍ତି, ଯଦି ସବୁକିଛି ଠିକ ରୁହେ ତାହେଲେ 2028 ସୁଦ୍ଧା ଭାରତ ପାଖରେ ନିଜର ସ୍ପେସ ଷ୍ଟେସନ ଉପଲବ୍ଧ ହେବ । 2028 ସୁଦ୍ଧା ସ୍ସେସ ଷ୍ଟେସନର ବେସିକ ମଡେଲ କକ୍ଷ ପଥରେ ସ୍ଥାପିତ କରାଯିବା ନେଇ ଆଶା କରାଯାଉଥିବା କହିଛନ୍ତି ଇସ୍ରୋ ମୁଖ୍ୟ । ଏହାସହ 2035 ସୁଦ୍ଧା ଏହାକୁ ସଂପୂର୍ଣ୍ଣ ଭାବେ ପ୍ରତିଷ୍ଠା କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ବର୍ତ୍ତମାନ ଡିଜାଇନର ସମୀକ୍ଷା କରାଯାଉଥିବା ବେଳେ ଶୀଘ୍ର କାର୍ଯ୍ୟକାରୀ ହେବ ବୋଲି କୁହାଯାଇଛି ।

ଇସ୍ରୋ ମୁଖ୍ୟ ଆହୁରି ମଧ୍ୟ କହିଛନ୍ତି, ସ୍ସେସ ଷ୍ଟେସନକୁ ପ୍ରୟୋଗଶାଳାରେ ସ୍ଥାପନ କରାଯିବା ଆମର ଲକ୍ଷ୍ୟ । ଯେଉଁ ଠାରେ ଗବେଷଣା କରାଯାଇପାରିବ । ଏହି ସ୍ସେସ ଷ୍ଟେସନରେ ଏକ କ୍ରୁ କମାଣ୍ଡ ମଡ୍ୟୁଲ, ଡକିଂ ବୋର୍ଡ, ହେବିଟେଟ ମଡ୍ୟୁଲ ଏବଂ ପ୍ରପୋଲ୍ୟୁସନ ମଡେଲ ରହିବ । ଏହାର ଓଜନ 25 ଟନ ରହିବ । 2023 ମସିହାରେ ଇସ୍ରୋ ଷ୍ଟାଟଅପ ପାଇଁ ଦ୍ବାର ଖୋଲିଥିଲା ବୋଲି କହିଛନ୍ତି ଇସ୍ରୋ ମୁଖ୍ୟ ଏସ ସୋମନାଥ । ପ୍ରକାଶଥାଉକି, ଆଗାମୀ କିଛି ବର୍ଷ ମଧ୍ୟରେ ଅର୍ଥାତ 2040 ସୁଦ୍ଧା ଚନ୍ଦ୍ରରେ ମାନବ ଉପସ୍ଥିତି ଜାହିର କରିବା ପାଇଁ ଆମେ ସର୍ବଦା ଚେଷ୍ଟା କରିବୁ କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.