ETV Bharat / science-and-technology

ଭାରତ Electric vehicle ବଜାରରେ ପାଦ ଦେବ ଆମେରିକୀୟ କମ୍ପାନୀ

author img

By

Published : Jan 6, 2022, 8:05 PM IST

ଭାରତ Electric vehicle ବଜାରରେ ପାଦ ଦେବ ଆମେରିକୀୟ କମ୍ପାନୀ
ଭାରତ Electric vehicle ବଜାରରେ ପାଦ ଦେବ ଆମେରିକୀୟ କମ୍ପାନୀ

ଭାରତର ବିଦ୍ୟୁତ ଚାଳିତ ଯାନ ବଜାରରେ ପ୍ରବେଶ କରିବ ଆମେରିକୀୟ କମ୍ପାନୀ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଭାରତୀୟ ବିଦ୍ୟୁତ ଚାଳିତ ଯାନ ବା EV (Electric vehicle) ବଜାରରେ ପାଦ ଥାପିବାକୁ ଯାଉଛି ଆମେରିକୀୟ କମ୍ପାନୀ । ଚଳିତ ଜାନୁଆରୀ ଶେଷ ଭାଗରେ ଆମେରିକୀ କମ୍ପାନୀ "ନିକୋଇଲେକ୍ଟ୍ରିକ ଅଟୋମୋବାଇଲ" (Nikolaelektric Otomobil) ଭାରତର ଏହି ବଜାରରେ ଏକ ଇଲେକ୍ଟ୍ରିକ ମୋଟର ବାଇକ ଲଞ୍ଚ କରିବାକୁ ପ୍ରସ୍ତୁତି ଚଳାଇଥିବା ଜଣାପଡ଼ିଛି ।

ଏସିଆରେ ବିଦ୍ୟୁତ ଚାଳିତ ଯାନର ବିକ୍ରି ପାଇଁ ଏହି କମ୍ପାନୀ ଭାରତକୁ କେନ୍ଦ୍ର ସ୍ଥଳ କରିବା ପାଇଁ ଉଦ୍ୟମ କରୁଛି । ଏବେ ଏହି ନିର୍ଦ୍ଦିଷ୍ଟ କମ୍ପାନୀ ଭାରତରେ ଏକ ଡିଲର ନେଟୱର୍କର ବିକାଶ ପାଇଁ ଚେଷ୍ଟା ଚଳାଇଛି । ଏହାସହିତ ବିଶ୍ବସ୍ତରରେ Nikolaelektric ଗ୍ଲୋବାଲ ମୋଟର ସାଇକେଲ ବ୍ରାଣ୍ଡ ହେବା ପାଇଁ ଲକ୍ଷ୍ୟ ରଖିଛି ।

ଏହାସହିତ ସମସ୍ତ ପ୍ରକାର ଗ୍ରାହକଙ୍କୁ ସୁହାଇବା ଭଳି ମୋଟର ସାଇକେଲର ଦର ସ୍ଥିର କରିଛି ଏହି କମ୍ପାନୀ । ବର୍ତ୍ତମାନର ବଜାର ସ୍ଥିତି ବିଷୟରେ, ବ୍ରାଣ୍ଡର CTO, ଖ୍ରୀଷ୍ଟୋଫର୍ ଏମେରୀ କହିଛନ୍ତି ଯେ ଟେକ୍ନୋଲୋଜି ସର୍ବଦା ବିକଶିତ ହୁଏ ଏବଂ ଏହାର ବିସ୍ତାର ସହିତ ବଜାରକୁ ଆମେ ନୂତନ ଯାନ ନିର୍ମାଣ କରି ଏହାର ବାଜର ପ୍ରବେଶ ପାଇଁ ଲକ୍ଷ୍ୟ ରଖିଛୁ ।

ଭାରତର EV ଯାନ ଏକ ନୂତନ ପର୍ଯ୍ୟାୟରେ ଅଛି । ତଥାପି, ଏହାକୁ ଭିନ୍ନ ଦୃଷ୍ଟିରେ ଦେଖୁଥିବା କହିଛନ୍ତି ଏମେରୀ । ଏହି କମ୍ପାନୀ ବଜାରକୁ କିଛି ସ୍ବତନ୍ତ୍ର ଯାନ ଭେଟିବା ପାଇଁ ଯୋଜନା କରୁଥିବା ସେ କହିଛନ୍ତି । ଏହାସହିତ ଗ୍ରାହକମାନେ ଏହାର ସୁବିଧାକୁ ଉପଭୋଗ କିପରି କରିବେ ଏହା ଉପରେ କମ୍ପାନୀ ଗୁରୁତ୍ବ ଦେଉଥିବା ସେ କହିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.