ETV Bharat / science-and-technology

ଆମାଜନ ଫେଷ୍ଟିଭ ସେଲରେ ଶସ୍ତାରେ ମିଳୁଛି ସ୍ମାର୍ଟୱାଚ, 12 ହଜାର ଟଙ୍କିଆ ଘଣ୍ଟା ମିଳୁଛି 15ଶହ ଟଙ୍କାରେ

author img

By ETV Bharat Odisha Team

Published : Oct 11, 2023, 5:05 PM IST

ସ୍ମାର୍ଟଓ୍ବାଚ ଦ୍ବାରା ଆପଣ ସମୟ ଦେଖିପାରିବା ସହିତ ମନିଟର କରିପାରିବେ ହାର୍ଟ ବିଟ । ଶସ୍ତାରେ ଅଧିକ ଫିଚର ଯୁକ୍ତ ସ୍ମାର୍ଟଓ୍ବାଚ ଚାହୁଁଥିଲେ ପଢନ୍ତୁ ପୁରା ଖବର ।

Smartwatch Discount
Smartwatch Discount

ହାଇଦ୍ରାବାଦ: ଯୁଗ ବଦଳିବା ସହ ବଦଳୁଛି ଲୋକଙ୍କ ରୁଚି । ଆଜିକା ସମୟରେ ସ୍ମାର୍ଟଓ୍ବାଟ ଲୋକମାନଙ୍କର ଯେପରି ଏକ ଆବଶ୍ୟକତା ପାଲଟି ଯାଇଛି । ଏଥିରେ ସମୟ ଦେଖିପାରିବା ସହିତ ସ୍ବାସ୍ଥ୍ୟ ବିଷୟରେ ମଧ୍ୟ ଜାଣି ହେଉଛି । ବିଗତ ଦିନରେ କେବଳ ସମୟ ଦେଖିବା ପାଇଁ ଘଣ୍ଟାର ବ୍ୟବହାର କରାଯାଉଥିଲା । କିନ୍ତୁ ବର୍ତ୍ତମାନ ଏଥିରେ ପରିବର୍ତ୍ତନ ହୋଇଛି । ବର୍ତ୍ତମାନ ବଜାରକୁ ଆସିଛି ସ୍ମାର୍ଟଓ୍ବାଚ। ସ୍ମାର୍ଟଓ୍ବାଚ.. ନାମ ଯେମିତି କାମ ମଧ୍ୟ ସେତିକି ସ୍ମାର୍ଟ । ଏହା ସମୟ ସହିତ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ମଧ୍ୟ ପ୍ରଦାନ କରିଥାଏ । ତେବେ ବର୍ତ୍ତମାନ ସମୟରେ ପୂଜା ଅଫ ଚାଲିଥିବା ବେଳେ ଆମାଜନରେ ଫେଷ୍ଟିଭ ସେଲ ଜାରି ରହିଛି । ଏହି ସେଲରେ ଅତି ଶସ୍ତାରେ ମିଳୁଛି ସ୍ମାର୍ଟଓ୍ବାଚ । ତେବେ ଜାଣନ୍ତୁ କେଉଁ ସ୍ମାର୍ଟଓ୍ବାଚ(ଅଧିକ ଫିଚର) କମ ଦାମରେ ମିଳିଥାଏ ।

ବର୍ତ୍ତମାନର ଡିଜିଟାଲ ସ୍ମାର୍ଟଓ୍ବାଚ ଦ୍ବାରା ସମୟ ସହିତ ହୃଦସ୍ପନ୍ଦନ ମଧ୍ୟ ଜାଣି ହୋଇଥାଏ । ବଜାରରେ ମିଳୁଥିବା ସ୍ମାର୍ଟଓ୍ବାଚରେ SpO2(Oxygen saturation) ମନିଟର, ହାର୍ଟ ରେଟିଂ, ପଲ୍ସ ମିଟର ସହିତ ଆଲାର୍ମ ବିଷୟରେ ମଧ୍ୟ ସୂଚନା ଦେଇଥାଏ ।

Fire-Boltt Phoenix: ଫାୟାର ବୋଲ୍ଟର ଏହି ସ୍ମାର୍ଟଓ୍ବାଚ ଷ୍ଟେନଲେସ ଷ୍ଟିଲ ବଡି ସହିତ ଆସିଥାଏ । ଏଥିରେ ବ୍ଲୁଟୁଥ କଲିଂ ସହିତ 120 ଅଧିକ ସ୍ପୋର୍ଡ୍ସ ମୋଡ ସୁବିଧା ରହିଥାଏ । ତେବେ ଏହି Fire-Boltt Phoenix ସ୍ମାର୍ଟଓ୍ବାଚ ଜରିଆରେ ହାର୍ଟ ବିଟ ମଧ୍ୟ ମପା ଯାଇ ପାରିବ । Fire-Boltt Phoenix ଦାମ 12 ହଜାର 499 ଟଙ୍କା ରହିଥିବା ବେଳେ ବର୍ତ୍ତମାନ ଆପଣ ମାତ୍ର 1499 ଟଙ୍କାରେ କିଣିପାରିବେ ।

ଏହା ମଧ୍ୟ ପଢନ୍ତୁ: Apple launches Watch Ultra 2: S9 ଚିପ ସହ ଲଞ୍ଚ ହେଲା ଆପଲ୍ ୱାଚ୍ ଅଲଟ୍ରା 2, ରହିଛି ଡବଲ ଟ୍ୟାପ୍ ସୁବିଧା

boAt Wave Sigma Smartwatch: ବୋର୍ଟର ଏହି ସ୍ମାର୍ଟଓ୍ବାଚରେ 2.1 ଇଞ୍ଚର HD ଡିସପ୍ଲେ ଦିଆଯାଇଛି। ଏହି ସ୍ମାର୍ଟଓ୍ବାଚ ଜରିଆରେ ବ୍ଲୁଟୁଥ କଲିଂ, SpO2 ମନିଟର ଏବଂ ସ୍ଲିପ ସ୍କୋରର ମନିଟର ମଧ୍ୟ କରିପାରିବେ। ଏହି ସ୍ମାର୍ଟଓ୍ବାଚରେ 70 ରୁ ଅଧିକ ସ୍ମାର୍ଟଓ୍ବାଚ ଦିଆଯାଇଛି। boAt Wave Sigma Smartwatchର ଦାମ 7 ହଜାର 499 ରହିଛି। ଯାହାକୁ ଆପଣ କେବଳ 1099 ଟଙ୍କାରେ କିଣିପାରିବେ।

Noise Pulse 2 Max: ନୋଏଜର ଏହି ସ୍ମାର୍ଟଓ୍ବାଚରେ 1.85 ଇଞ୍ଚର ଡିସପ୍ଲେ ମିଳିଥାଏ। ଏଥିରେ ମଧ୍ୟ ବ୍ଲୁଟୁଥ କଲିଂ ସୁବିଧା ରହିଛି । ଏହି ସ୍ମାର୍ଟଓ୍ବାଚରେ ବ୍ୟାଟେରୀ ବ୍ୟାକଅପ ମଧ୍ୟ ଭଲ ରହିଛି । ଥରେ ଚାର୍ଜ କରିଲେ 10 ଦିନ ପର୍ଯ୍ୟନ୍ତ ବ୍ୟବହାର କରିପାରିବେ। ଏହାସହିତ ଡିସପ୍ଲେରେ 550 ନିଟ୍ସର ବ୍ରାଇଟନେସ ମିଳିଥାଏ । Noise Pulse 2 Maxରେ ସମସ୍ତ ପ୍ରକାର ସ୍ବାସ୍ଥ୍ୟ ଫିଚର ମଧ୍ୟ ରହିଛି । ଏହି ସ୍ମାର୍ଟଓ୍ବାଚର ଦାମ 5 ହଜାର 999 ରହିଛି । କିନ୍ତୁ ଅଫରରେ ଏହା 1 ହଜାର 1999 ଟଙ୍କାରେ ଉପଲବ୍ଧ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.