ETV Bharat / science-and-technology

Amazon Project Kuiper: ସ୍ପେସ୍ ଇଣ୍ଟରନେଟ୍ ସେବା ଯୋଗାଇବା ପାଇଁ ଆମାଜନ ଲଞ୍ଚ କଲା ପ୍ରଥମ ସାଟେଲାଇଟ

author img

By ETV Bharat Odisha Team

Published : Oct 7, 2023, 11:17 AM IST

ସଫଳତାର ସହ କୁଇପର ସାଟେଲାଇଟ ଲଞ୍ଚ କରିଲା ଆମାଜନ । ମସ୍କଙ୍କ ସହ ଷ୍ଟାରଲିଙ୍କକୁ ଦେଇପାରେ ଟକ୍କର। ଅଧିକ ପଢନ୍ତୁ

Amazon Project Kuiper
Amazon Project Kuiper

ହାଇଦ୍ରାବାଦ: ସ୍ପେସ୍ ଇଣ୍ଟରନେଟ୍ ସେବା ଯୋଗାଇବା ପାଇଁ ଆମାଜନ ପ୍ରଥମ ସେଟେଲାଇଟ ଲଞ୍ଚ କରିଛି । ଗତକାଲି(ଶୁକ୍ରବାର) ଏହି ସାଟେଲାଇଟକୁ ଉତକ୍ଷେପଣ କରାଯାଇଛି। କମ୍ପାନୀ ସ୍ପେସ ଇଣ୍ଟରନେଟ ସର୍ଭିସ ଆରମ୍ଭ କରିବାକୁ ଯାଉଥିବା ବେଳେ ଏହାର ନାମ ପ୍ରୋଜେକ୍ଟ କୁଇପର ରଖାଯାଇଛି । ତେବେ ଏନେଇ ବର୍ତ୍ତମାନ ଚର୍ଚ୍ଚା ଆରମ୍ଭ ହୋଇସାରିଥିବା ବେଳେ ଏହି ପ୍ରକଳ୍ପ ମାଧ୍ୟମରେ ଆମାଜନ ଏଲନ୍ ମସ୍କଙ୍କ କମ୍ପାନୀ ସ୍ପେସ୍ ଏକ୍ସର ଷ୍ଟାରଲିଙ୍କ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବ ବୋଲି ଆଶା କରାଯାଉଛି ।

ଏହି ପ୍ରୋଜେକ୍ଟରେ 'କୁଇପରସେଟ -1' ଏବଂ 'କୁଇପରସାଟ-୨' ନାମକ ଏକ ଉପଗ୍ରହ ରହିଛି । ଯାହାକୁ ଫ୍ଲୋରିଡାର କେପ କୋନାବେରଲରୁ ଶୁକ୍ରବାର (ଅକ୍ଟୋବର 6) ମଧ୍ୟାହ୍ନ 2ଟା 6 ମିନିଟରେ ୟୁନାଇଟେଡ୍ ଲଞ୍ଚ ଆଲାୟନ୍ସ (ULA)ଆଟଲାସ୍ ଭି ରକେଟରେ ଉତକ୍ଷେପଣ କରାଯାଇଛି । ଏହାକୁ କୁଇପର ମେଗା କନ୍ସଟେଲେସନକ ପ୍ରମୁଖ କମ୍ପୋନେଟ୍ସର ପରୀକ୍ଷଣ କରିବା ପାଇଁ ପୃଥିବୀ ପୃଷ୍ଠରୁ 500 କିଲୋମିଟର ଉଚ୍ଚରେ ଏକ କକ୍ଷପଥରେ ସ୍ଥାପିତ କରାଯିବ । ଯେଉଁଥିରେ 3200 ସାଟେଲାଇଟକୁ ସାମିଲ କରିବାର ଯୋଜନା ରହିଛି ।

ଆମାଜନର ସ୍ପେସ୍ ଇଣ୍ଟରନେଟ୍ ସୁବିଧା କେବେ ଉପଲବ୍ଧ ହେବ ? ଆମାଜନ FAQ ଅନୁଯାୟୀ, ପ୍ରାରମ୍ଭିକ କୁଇପର ସମୂହରେ 3ହଜାର236 ସାଟେଲାଇଟକୁ ସାମିଲ କରାଯିବ । Kuipersat-1 ଏବଂ Kuipersat-2 ମୂଳତଃ ULAର ନୂତନ ଭାଲକାନ୍ ସେଣ୍ଟାଉରର ପ୍ରଥମ ମିଶନ ଜରିଆରେ ଲଞ୍ଚ କରିବା ପାଇଁ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ଏହି ରକେଟରେ ବିଳମ୍ବ କାରଣରୁ ଆମାଜନକୁ ଆଟଲାସ୍ Vକୁ ସ୍ଥାନାନ୍ତର କରିବାକୁ ପଡିଲା । ତେବେ ଭବିଷ୍ୟତରେ, ଭାଲକାନ୍ ସେଣ୍ଟାଉର ମାଧ୍ୟମରେ ପ୍ରୋଜେକ୍ଟ କୁଇପର ସାଟେଲାଇଟ ଉତକ୍ଷେପଣ କରାଯାଇ ପାରିବ ।

ଆମେରିକାର ଫେଡେରାଲ୍ କମ୍ୟୁନିକେସନ୍ କମିଶନ ସହିତ ଆମାଜନର ଲାଇସେନ୍ସ ପାଇଁ 2026 ଜୁଲାଇ ସୁଦ୍ଧା କମ୍ପାନୀ ପ୍ରାରମ୍ଭିକ ସମୂହରେ ଅଧାରୁ ଅଧିକ ସାଟେଲାଇଟ ସଞ୍ଚାଳନ କରିବା ଆବଶ୍ୟକ । ଯଦି ସବୁ କିଛି ଯୋଜନା ମୁତାବକ ହୁଏ ତେବେ 2024 ଶେଷ ସୁଦ୍ଧା କମ୍ପାନୀ କିଛି ଗ୍ରାହକଙ୍କୁ ସେବା ପ୍ରଦାନ କରିପାରିବ ।

ଏହା ମଧ୍ୟ ପଢନ୍ତୁ: ମିଶନ ମହାକାଶ: 51ଟି ଷ୍ଟାରଲିଙ୍କ୍‌ ସାଟେଲାଇଟ ଲଞ୍ଚ୍‌ କଲା SpaceX

ଷ୍ଟାରଲିଙ୍କ ସହିତ ପ୍ରତିଦ୍ବନ୍ଦୀ କରିବ ପ୍ରୋଜେକ୍ଟ କୁଇପର: ପ୍ରୋଜେକ୍ଟ କୁଇପର ଅନ୍ୟ ଏକ ଇଣ୍ଟରନେଟ୍ ମେଗାକନଷ୍ଟେଲେସନ୍- ସ୍ପେସ୍ ଏକ୍ସର ଷ୍ଟାରଲିଙ୍କ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବା ନେଇ ଚର୍ଚ୍ଚା ଜୋର ଧରିଛି । ଯାହା ପୂର୍ବରୁ ଲୋ ଅର୍ଥ ଅର୍ବିଟରେ କାର୍ଯ୍ୟକ୍ଷମ ହୋଇସାରିଛି । ଯେଉଁଥିରେ ବର୍ତ୍ତମାନ ପ୍ରାୟ 5000 କାର୍ଯ୍ୟକ୍ଷମ ସାଟେଲାଇଟ ସାମିଲ ରହିଛି । ସ୍ପେସ୍ଏକ୍ସରେ 12,000 ସାଟେଲାଇଟକୁ ନିୟୋଜନ ପାଇଁ ଅନୁମତି ରହିଛି ଏବଂ ଅନ୍ୟ 30,000 ପାଇଁ ଅନୁମୋଦନ ପାଇଁ ଆବେଦନ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.