ETV Bharat / opinion

୨୦୨୨-୨୩ରେ ଘାତକ ବାୟୁ ପ୍ରଦୂଷକ 'PM 2.5'ର ମାତ୍ରା କେତେ ? ତଥ୍ୟ ପ୍ରକାଶ କଲା CPCB

author img

By ETV Bharat Odisha Team

Published : Jan 1, 2024, 8:24 PM IST

Updated : Jan 1, 2024, 8:36 PM IST

CPCB data for 7 cities: ୨୦୨୨ରୁ ୨୦୨୩ ମଧ୍ୟରେ ବାୟୁ ପ୍ରଦୂଷକ 'ସୂକ୍ଷ୍ମ କଣିକା'ର ମାତ୍ରା କେତେ ? ସେ ନେଇ ଦେଶର ୭ଟି ସହରର ତଥ୍ୟ ପ୍ରକାଶ କରିଛି କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) । ଅଧିକ ପଢନ୍ତୁ

CPCB data for 7 cities
CPCB data for 7 cities

ହାଇଦ୍ରାବାଦ: ଦିନକୁ ଦିନ ବିଗିଡିବାରେ ଲାଗିଛି ବାୟୁମଣ୍ଡଳ । ବାୟୁ ପ୍ରଦୂଷଣ ଯୋଗୁଁ ପ୍ରତିବର୍ଷ ଅନେକ ଲୋକଙ୍କ ଅକାଳ ବିୟୋଗ ଘଟୁଛି । ବାୟୁମଣ୍ଡଳରେ ବିଷାକ୍ତ କଣିକା, ଉପାଦାନ ବିଶେଷ କରି ଶ୍ବାସକ୍ରିୟା ମାଧ୍ୟମରେ ଶରୀର ଭିତରକୁ ଯାଇ ଫୁସଫୁସ, ହୃତପିଣ୍ଡ ଓ ମସ୍ତିଷ୍କ ଉପରେ ଗଭୀର ପ୍ରଭାବ ପକାଏ । ବାୟୁ ପ୍ରଦୂଷକ ମଧ୍ୟରେ ସୂକ୍ଷ୍ମ କଣିକା (PM 2.5) ଅଧିକ ଘାତକ ହୋଇଥାଏ । ଏହା ଖୁବ ସହଜରେ ଶ୍ବାସକ୍ରିୟା ସମୟରେ ନାକ ଦ୍ବାରା ଶରୀର ଭିତରକୁ ପ୍ରବେଶ କରେ । ତେବେ ଏହି ବାୟୁ ପ୍ରଦୂଷକର ପରିମାଣ ୨୦୨୨ ଓ ୨୦୨୩ ତୁଳନାରେ କମିଛି ନା ବଢିଛି ସେ ନେଇ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ଦ୍ବାରା ଏକ ରିପୋର୍ଟ ପ୍ରକାଶ ପାଇଛି । ଏଥିରେ ଦେଶର ୭ଟି ସହରର ତଥ୍ୟ ରହିଛି ।

ବୋର୍ଡ ଦ୍ବାରା ଦେଶର ୭ଟି ସହର ଦିଲ୍ଲୀ, ଚଣ୍ଡିଗଡ଼, ଲକ୍ଷ୍ନୌ, ବାରଣାସୀ, ପାଟନା, କୋଲକାତା ଓ ମୁମ୍ବାଇ ସହରରେ ଗତ ୨ ବର୍ଷ ମଧ୍ୟରେ ସୂକ୍ଷ୍ମ କଣିକାର ମାତ୍ରା ବାୟୁମଣ୍ଡଳରେ କେତେ ଅଛି ସେ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି । ବୋର୍ଡ ଏକ ଗ୍ରାଫ ମାଧ୍ୟମରେ ଏହି ବାୟୁ ପ୍ରଦୂଷକର ମାତ୍ରାର ତଥ୍ୟ ସାମ୍ନାକୁ ଆଣିଛି । ୨୦୨୨ ଅପେକ୍ଷା ୨୦୨୩ ନଭେମ୍ବର ମାସରେ ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ସର୍ବାଧିକ ରହିଛି ।

ନୂଆଦିଲ୍ଲୀ
ନୂଆଦିଲ୍ଲୀ

ଦିଲ୍ଲୀ:- ୨୦୨୨ ଅପେକ୍ଷା ୨୦୨୩ରେ ଦିଲ୍ଲୀରେ ଶୀତ ଋତୁରେ ପ୍ରଦୂଷଣ ମାତ୍ରାରେ ବୃଦ୍ଧି ଘଟିଥିଲା । ପାଣିପାଗରେ ପରିବର୍ତ୍ତନ ଏବଂ ନିର୍ଗମନ ବୃଦ୍ଧି ଏହାର କାରଣ ରହିଥିଲା । ଅନ୍ୟପଟେ ମୌସୁମୀର ଆଗମନ ପରେ ଜାତୀୟ ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ସ୍ତର ହ୍ରାସ ପାଇଥିଲା । ପ୍ରଦୂଷଣକୁ ହ୍ରାସ କରିବା ଲାଗି ଏଠାରେ ବ୍ୟାପକ ଯୋଜନାର ଆବଶ୍ୟକତା ରହିଛି । ଯାହାଦ୍ବାରା ରାଜଧାନୀବାସୀ ଋତୁକାଳୀନ ଆହ୍ବାନର ସମ୍ମୁଖୀନରୁ ବଞ୍ଚିତ ହେବେ ।

ଚଣ୍ଡିଗଡ଼
ଚଣ୍ଡିଗଡ଼

ଚଣ୍ଡିଗଡ଼:- ହରିୟାଣା ଓ ପଞ୍ଜାବର ରାଜଧାନୀ ଚଣ୍ଡିଗଡ଼ରେ ଗତବର୍ଷ ୨୦୨୩ରେ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଇଥିଲା । ୨୦୨୨ ଅପେକ୍ଷା ୨୦୨୩ ମସିହା ଜାନୁଆରୀ, ଫେବୃଆରୀ ମାସ ସହିତ ଅଗଷ୍ଟରୁ ନଭେମ୍ବର ପର୍ଯ୍ୟନ୍ତ ପ୍ରଦୂଷଣ ମାତ୍ରାଧିକ ଥିଲା । ଏହି ମାସ ବ୍ୟତୀତ ଅନ୍ୟ ମାସ ଗୁଡ଼ିକରେ ପ୍ରଦୂଷଣର ମାତ୍ରା ସ୍ଥିର ରହିଥିବା ବେଳେ କିଛି କିଛି ମାସରେ ହ୍ରାସ ମଧ୍ୟ ପାଇଥିଲା ।

ଲକ୍ଷ୍ନୌ
ଲକ୍ଷ୍ନୌ

ଲକ୍ଷ୍ନୌ:- ଉତ୍ତରପ୍ରଦେଶର କ୍ୟାପିଟାଲ ସିଟି ଲକ୍ଷ୍ନୌ ସହରରେ ପ୍ରଦୂଷଣକୁ ରୋକିବା ପାଇଁ ନିୟାମକ ପ୍ରୟାସ ସତ୍ତ୍ବେ ପ୍ରଭାବଶାଳୀ ନୀତି କାର୍ଯ୍ୟକାରୀ ପାଇଁ ପ୍ରଦୂଷଣ ସ୍ତରର ବିସ୍ତୃତ ମୂଲ୍ୟାଙ୍କନ ଜରୁରୀ । କେବଳ ଅଗଷ୍ଟ ଏବଂ ସେପ୍ଟେମ୍ବରରେ ଲକ୍ଷ୍ନୌର ପ୍ରଦୂଷଣ ସ୍ତର 40 mg/m3 ରହିଛି । ଏହି ମାସରେ ପ୍ରଦୂଷଣର ମାତ୍ରା ହ୍ରାସ କରିବା ଉପରେ ବିଶେଷ ଧ୍ୟାନ ଦେବା ଉଚିତ । ବର୍ଷସାରା ବାୟୁ ଗୁଣବତ୍ତା ମାନ ହ୍ରାସ ପାଇଁ ସ୍ଥାୟୀ ତଥା ତୀବ୍ର ପଦକ୍ଷେପଗୁଡ଼ିକର ଗୁରୁତ୍ବର ଆବଶ୍ୟକ ରହିଛି ।

ବାରଣାସୀ
ବାରଣାସୀ

ବାରଣାସୀ:- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ବାଚନମଣ୍ଡଳୀ ବାରଣାସୀରେ ବ୍ୟାପକ ନିର୍ମାଣ କାର୍ଯ୍ୟ ସତ୍ତ୍ବେ ୨୦୨୨ରୁ ୨୦୨୩ ପର୍ଯ୍ୟନ୍ତ ପ୍ରଦୂଷଣ ସ୍ତରରେ ଉଲ୍ଲେଖନୀୟ ହ୍ରାସ ଘଟିଛି । ୨୦୨୨ ମସିହାରେ ଏହି ସହର ଜାତୀୟ ପ୍ରଦୂଷଣ ମାନଦଣ୍ଡ ୬ ମାସ ପୂରଣ କରିଥିବାବେଳେ ୨୦୨୩ ମସିହାରେ ଏହି ଧାରା ଜାରି ରହିଥିଲା । ଏହି ଉନ୍ନତି ସୂଚିତ କରେ ଯେ ଜାରି ରହିଥିବା ପ୍ରୟାସ, ସମ୍ଭବତଃ ନିୟାମକ ପଦକ୍ଷେପ ଏବଂ ନିର୍ମାଣ ପରିଚାଳନା ଅଭ୍ୟାସ ବଜାୟ ରଖିଲେ ବାରାଣାସୀରେ ପ୍ରଦୂଷଣର ମାତ୍ରା ହ୍ରାସ ପାଇବ । ନିରନ୍ତର ମନିଟରିଂ ଏବଂ ହସ୍ତକ୍ଷେପ ଜାତୀୟ ପ୍ରଦୂଷଣ ମାନ ବଜାୟ ରଖିବାରେ ସହରର ଅଗ୍ରଗତିକୁ ଆହୁରି ବଢାଇପାରେ ।

କୋଲକାତା
କୋଲକାତା

ପାଟନା:- ବିହାରର କ୍ୟାପିଟାଲ ସିଟି ପାଟନାରେ ୨୦୨୨ ତୁଳନାରେ ୨୦୨୩ ମସିହାରେ ପ୍ରଦୂଷଣ ସ୍ତରରେ ହ୍ରାସ ଘଟିଥିଲା । ୨୦୨୩ ବର୍ଷ ଆରମ୍ଭରୁ ଜାନୁଆରୀରେ ପ୍ରଦୂଷଣ ମାତ୍ରା ଅଧିକ ଥିବା ବେଳେ ଡିସେମ୍ବର ଶେଷ ସୁଦ୍ଧା ଏହା ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିଥିଲା । ତେବେ ଜାତୀୟ ପ୍ରଦୂଷଣ ମାନ ବଜାୟ ରଖିବା ପାଇଁ ଉଦ୍ୟମ ଜରୁରୀ ।

କୋଲକାତା
କୋଲକାତା

କୋଲକାତା:- ଦେଶର ଅନ୍ୟତମ ପ୍ରମୁଖ ସହର କୋଲକାତାରେ ୨୦୨୨ ଓ ୨୦୨୩ରେ ପ୍ରଦୂଷଣର ମାତ୍ରା ହ୍ରାସ ପାଇଥିଲା । ଗତ ୨ ବର୍ଷ ଧରି ଜାତୀୟ ପ୍ରଦୂଷଣ ମାନ ବଜାୟ ରଖିଥିଲା ସହର । ଯାହାକି ନିଶ୍ଚିତ ଏକ ଉଲ୍ଲେଖନୀୟ ସଙ୍କେତ । ଏହା ସୂଚିତ କରିଛି ଯେ ପ୍ରଦୂଷଣଙ୍କୁ ନିୟନ୍ତ୍ରଣ ଓ ପରିଚାଳନା ଦିଗରେ ନିରନ୍ତର ପ୍ରୟାସ ନିଶ୍ଚିତ ଫଳପ୍ରଦ । ଜାରି ରହିଥିବା ପ୍ରୟାସ, ସମ୍ଭବତଃ ନିୟାମକ ପଦକ୍ଷେପ ଏବଂ ନିର୍ମାଣ ପରିଚାଳନା ଅଭ୍ୟାସ ବଜାୟ ରହିଲେ ସହରରେ ବାୟୁ ଗୁଣାବତ୍ତାର ମାନ ମଧ୍ୟ ନିୟନ୍ତ୍ରଣରେ ରହିବ ।

ମୁମ୍ବାଇ
ମୁମ୍ବାଇ

ମୁମ୍ବାଇ:- ଦେଶର ପ୍ରଦୂଷିତ ସହରମାନଙ୍କ ମଧ୍ୟର ମାୟାନଗରୀ ସାମିଲ । ତେବେ ୨୦୨୨ ମସିହା ତୁଳନାରେ ୨୦୨୩ରେ ପ୍ରଦୂଷଣର ମାତ୍ରା ହ୍ରାସ ପାଇବାରେ ଉନ୍ନତି ଦେଖିବାକୁ ମିଳିଥିଲା । ୨୦୨୩ ମସିହାରେ ୬ ମାସ ଧରି ଜାତୀୟ ପ୍ରଦୂଷଣ ମାନ ବଜାୟ ରଖିଥିଲା ସହର । ତେବେ ଏହି ପ୍ରକ୍ରିୟାରେ ସାମାନ୍ୟ ଉନ୍ନତି ଆସିଥିବା ବେଳେ ଏହାକୁ ବଜାୟ ରଖିବା ଲାଗି ନିରନ୍ତର ପ୍ରୟାସ ଜାରି ରହିବା ଆବଶ୍ୟକ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Jan 1, 2024, 8:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.