ETV Bharat / international

ଋଷ-ୟୁକ୍ରେନ ଯୁଦ୍ଧକୁ ବର୍ଷେ: ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ପ୍ରୟାସ ହେଉଛି କହିଲେ ପୁଟିନ

author img

By

Published : Feb 21, 2023, 7:11 PM IST

ଋଷ-ୟୁକ୍ରେନ ଯୁଦ୍ଧକୁ ଆଜି ବର୍ଷେ ପୂର୍ତ୍ତି । ଦେଶକୁ ସମ୍ବୋଧିତ କଲେ ରାଷ୍ଟ୍ରପତି ପୁଟିନ । କହିଲେ ଶାନ୍ତିପୂର୍ଣ୍ଣ ସମାଧାନ ପ୍ରୟାସ କରୁଛି ମସ୍କୋ । ଉତ୍ତେଜନା ବଢାଉଛନ୍ତି ପଶ୍ଚିମ ରାଷ୍ଟ୍ର । ସଠିକ ଢଙ୍ଗରେ ଜାରିରହିବ ସାମରିକ ମିଶନ । ଅଧିକ ପଢନ୍ତୁ

ଋଷ-ୟୁକ୍ରେନ ଯୁଦ୍ଧକୁ ବର୍ଷେ ପୂର୍ତ୍ତି
ଋଷ-ୟୁକ୍ରେନ ଯୁଦ୍ଧକୁ ବର୍ଷେ ପୂର୍ତ୍ତି

ହଇଦ୍ରାବାଦ: ୟୁକ୍ରେନ ଉପରେ ଋଷ କରିଥିବା ଆକ୍ରମଣକୁ ଆଜି ବର୍ଷେ ପୁରିଛି। ଆଜି ମଧ୍ୟ ଦୁଇ ଦେଶ ମଧ୍ୟରେ ଲଢେଇ ଜାରି ରହିଥିବା ବେଳେ ଋଷ ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ସମସ୍ତ ପ୍ରକାର ପନ୍ଥା ଆପଣାଉଛି । ହେଲେ ୟୁକ୍ରେନ ପଛରେ ଆମେରିକା ସମେତ ଅନ୍ୟ କିଛି ପଶ୍ଚିମ ରାଷ୍ଟ୍ରଙ୍କ ସହାୟତା ରହିଛି । ଏପରି ସମୟରେ ଋଷ ପଛରେ ଏକ ବଡ ଷଡଯନ୍ତ୍ର କରାଯାଉଛି ବୋଲି କହିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ । ଆଜି (ମଙ୍ଗଳବାର) ଋଷ ପକ୍ଷରୁ ୟୁକ୍ରେନରେ ଆରମ୍ଭ ହୋଇଥିବା ସାମରିକ ଅଭିଯାନକୁ ଏକ ବର୍ଷ ପୂର୍ତ୍ତି ଅବସରରେ ଦେଶକୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ଭ୍ଲାଦମିର ପୁଟିନ । ଏପରି ସ୍ଥିତିରେ ଋଷ ଶାନ୍ତି ଫେରାଇବା ପାଇଁ ଚାହୁଁଥିଲେ ସୁଦ୍ଧା ୟୁକ୍ରେନ ଅନ୍ୟରାଷ୍ଟ୍ରଙ୍କ ସହାୟତାରେ ଯୁଦ୍ଧ ଜାରି ରଖିଥିବାରୁ ଏହି ସାମରିକ ଅଭିଯାନ ଜାରି ରହିବା ନେଇ ପୁଟିନ କହିଛନ୍ତି ।

  • We were doing everything possible to solve this problem peacefully, negotiating a peaceful way out of this difficult conflict, but behind our backs, a very different scenario was being prepared: Russian President Vladimir Putin pic.twitter.com/ZY8p1nEf84

    — ANI (@ANI) February 21, 2023 " class="align-text-top noRightClick twitterSection" data=" ">

ଏହି ଯୁଦ୍ଧ ଜାରି ରହିବା ପଛରେ ପଶ୍ଚିମ ଦେଶଙ୍କୁ ଦାୟୀ କରିଛନ୍ତି ପୁଟିନ । ପଶ୍ଚିମ ରାଷ୍ଟ୍ର ସମୂହ କ୍ରମାଗତ ୟୁକ୍ରେନକୁ ସହଯୋଗ କରିଆସୁଛନ୍ତି । ମସ୍କୋ ପଛରେ ଷଡଯନ୍ତ୍ର କରିଆସୁଛନ୍ତି । ଫଳରେ ଯୁଦ୍ଧ ଜାରି ରହିବା ସହ ଉତ୍ତେଜନା ମଧ୍ୟ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ମୃତାହତଙ୍କ ସଂଖ୍ୟା ସମ୍ପର୍କରେ ପଶ୍ଚିମ ଦେଶମାନେ ସର୍ବଦା ମିଛ କହିଆସିଛନ୍ତି । ଦୁଇ ଦେଶ ମଧ୍ୟରେ ଆରମ୍ଭ ହୋଇଥିବା ଦ୍ବିପାକ୍ଷିକ ବିବାଦକୁ ପଶ୍ଚିମ ରାଷ୍ଟ୍ରମାନେ ମିଶି ବୈଶ୍ବିକ ଉତ୍ତେଜନାରେ ପରିଣତ କରିବାକୁ ପ୍ରୟାସ କରୁଛନ୍ତି । ଫଳରେ ଋଷ ଶାନ୍ତି ଫେରାଇବା ନେଇ ଚାହୁଁଥିଲେ ସୁଦ୍ଧା, ଏପରି ସ୍ଥିତିକୁ ସଠିକ ତରିକାରେ ମୁକାବିଲା କରିବା ଜାରି ରଖିବ । ତେଣୁ ୟୁକ୍ରେନରେ ଜାରି ରହିଥିବା ସାମରିକ ମିଶନ ସଠିକ ଢଙ୍ଗରେ ଜାରି ରହିବା ନେଇ ପୁଟିନ ନିଜ ସମ୍ବୋଧନରେ କହିଛନ୍ତି ।

ଗତବର୍ଷ ଆଜି ତାରିଖରେ ୟୁକ୍ରେନ ବିରୋଧରେ ସାମରିକ ଅଭିଯାନ ଆରମ୍ଭ କରିବା ପାଇଁ ସେନାକୁ ନିର୍ଦ୍ଦେଶ ଦେଇଥିଲେ ରାଷ୍ଟ୍ରପତି ପୁଟିନ । ଆକ୍ରମଣ ପୂର୍ବ ରାତିରେ ସେ ୟୁକ୍ରେନକୁ ଏକ ଚରମବାଣୀ ଶୁଣାଇଥିଲେ । ଏପରି ଆକ୍ରମଣ ହେବ ବିଶ୍ବ କେବେ ଦେଖିନଥିବ ବୋଲି ପୁଟିନ କହିଥିଲେ । ଏହାର ପରଦିନ ଋଷ ବାୟୁସେନା ବିମାନ ୟୁକ୍ରେନରେ ବୋମା ବର୍ଷଣ ଆରମ୍ଭ କରିଥିଲା । ପ୍ରାରମ୍ଭିକ ସମୟରେ ବେଶ ଅସହାୟ ନଜର ଆସିଥୁବା ୟୁକ୍ରେନ, କ୍ରମାଗତ ପଶ୍ଚିମ ତଥା ନାଟୋ ସଦସ୍ୟ ରାଷ୍ଟ୍ରଙ୍କ ସମର୍ଥନରେ ଋଷକୁ କଡା ଜବାବ ଦେଇଥିଲା । ଯୁଦ୍ଧକୁ ଏକବର୍ଷ ପୂର୍ତ୍ତି ହୋଇଥିବା ବେଳେ ଏବେ ମଧ୍ୟ ସମାଧାନ ନେଇ କୌଣସି ନିର୍ଣ୍ଣୟରେ ପହଞ୍ଚା ପାରିନାହାନ୍ତି ଉଭୟ ଦେଶ । ଦୁଇ ଦେଶ ସାମରିକ ମିଶନ ଜାରି ରଖିଛନ୍ତି ।

ଏହାରି ମଧ୍ୟରେ ନିକଟରେ ଏକାଧିକ ରାଷ୍ଟ୍ରମୁଖ୍ୟ ମଧ୍ୟ ୟୁକ୍ରେନ ଗସ୍ତ କରି ରାଜଧାନୀ କିଭରେ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଭେଟି ଆଲୋଚନା କରିଛନ୍ତି । ପୂର୍ବରୁ ଅନେକ ୟୁରୋପୀୟ ନେତା କିଭ ଗସ୍ତ କରିସାରିଥିବା ବେଳେ ବର୍ଷ ପୂର୍ତ୍ତିର ମାତ୍ର ଗୋଟିଏ ଦିନ ପୂର୍ବରୁ ( ଗତକାଲି) ଆମେରିକା ରାଷ୍ଟ୍ରପତି ବାଇଡେନ ମଧ୍ୟ ଅଚାନକ ୟୁକ୍ରେନ ଗସ୍ତ କରି ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ ଆଲୋଚନା କରିଛନ୍ତି । ୟୁକ୍ରେନକୁ ଆର୍ଥିକ ସହୟତା ଘୋଷଣା କରିବା ସହ ଆଗାମୀ ଦିନରେ ମଧ୍ୟ ସମସ୍ତ ସହଯୋଗ ଜାରି ରହିବା ନେଇ ବାଇଡେନ ପ୍ରତିଶୃତି ଦେଇଥିବା ୟୁକ୍ରେନ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.