ETV Bharat / international

Turkey quake: 128 ଘଣ୍ଟା ପରେ କଂକ୍ରିଟ ଗଦା ତଳୁ ଉଦ୍ଧାର ହେଲା ନବଜାତ ଶିଶୁ

author img

By

Published : Feb 12, 2023, 9:56 PM IST

ତୁର୍କୀରେ ପ୍ରକୃତିର ତାଣ୍ଡବ ମଧ୍ୟରେ ଦେଖିବାକୁ ମିଳୁଛି ଚମତ୍କାର । 128 ଘଣ୍ଟା ପରେ କଂକ୍ରିଟ ଗଦା ତଳୁ ଉଦ୍ଧାର ହେଲା 2 ମାସର ଶିଶୁ । ହସ୍ପିଟାଲରେ ଭର୍ତ୍ତି, ସ୍ଥିର ରହିଛି ସ୍ବାସ୍ଥ୍ୟାବସ୍ଥା । ଅଧିକ ପଢନ୍ତୁ

108 ଘଣ୍ଟା ପରେ କଂକ୍ରିଟ ଗଦା ତଳୁ ଉଦ୍ଧାର ହେଲା 2 ମାସର ଶିଶୁ
108 ଘଣ୍ଟା ପରେ କଂକ୍ରିଟ ଗଦା ତଳୁ ଉଦ୍ଧାର ହେଲା 2 ମାସର ଶିଶୁ

108 ଘଣ୍ଟା ପରେ କଂକ୍ରିଟ ଗଦା ତଳୁ ଉଦ୍ଧାର ହେଲା 2 ମାସର ଶିଶୁ

ନୂଆଦିଲ୍ଲୀ: ରଖେ ହରି ତ ମାରେ କିଏ । ଭାରତୀୟ ସମାଜରେ ଶୁଣିବାକୁ ମିଳୁଥିବା ଏପରି ଏକ ଲୋକକଥା ଏବେ ଭୂକମ୍ପ ପ୍ରଭାବରେ ଧ୍ବସ୍ତବିଧ୍ବସ୍ତ ତୁର୍କୀରେ ଦେଖିବାକୁ ମିଳିଛି । ତୁର୍କୀରେ ଜାରି ରହିଥିବା ମୃତ୍ୟର ତାଣ୍ଡବ ବିଶ୍ବବାସୀଙ୍କୁ ବ୍ୟଥିତ କରିଥିବା ବେଳେ ଅତି ଚମତ୍କାର ହେବା ପରି 128 ଘଣ୍ଟା ପରେ ଅଟ୍ଟାଳିକାର ଭଗ୍ନାବଶେଷ ତଳୁ ସୁରକ୍ଷିତ ଉଦ୍ଧାର ହୋଇଛି ଏକ 2 ମାସର ଶିଶୁ । ଦୀର୍ଘ 128 ଘଣ୍ଟା ପରେ କୋଠାର କଂକ୍ରିଟ ଭଗ୍ନାବଶେଷ ତଳୁ ଶିଶୁଟିକୁ ଜୀବନ୍ତ ତଥା ସୁରକ୍ଷିତ ଉଦ୍ଧାର କରାଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଉଦ୍ଧାର କରାଗଲା ପରେ ଶିଶୁକୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏକ ଡାକ୍ତରୀ ଦଳ ତାର ନିରୀକ୍ଷଣ ଜାରି ରଖିଛନ୍ତି । ଶିଶୁର ପରିବାର ସଦସ୍ୟ କିମ୍ବା ପରିଚୟ ସମ୍ପର୍କରେ କିଛି ସ୍ପଷ୍ଟ ହୋଇପାରିନାହିଁ ।

ସ୍ଥାନୀୟ ଗଣମାଧ୍ୟମରେ ଶିଶୁକୁ ଉଦ୍ଧାର ସମୟର ଭିଡିଓ ମଧ୍ୟ ପ୍ରସାରିତ ହୋଇଛି । ଉଦ୍ଧାର ପରେ ତାକୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେ ଏବେ ସୁସ୍ଥ ରହିଛି । ବର୍ତ୍ତମାନ ସୁଦ୍ଧା ତୁର୍କୀ ଓ ସିରିଆରେ ପ୍ରାୟ 30 ହଜାର ନାଗରିକଙ୍କ ମୃତ୍ୟୁ ହୋଇଥିବା ଆକଳନ କରାଯାଇଛି । ଏହି ସଂଖ୍ୟା ତୁର୍କୀରେ କେବଳ 24 ହଜାରରୁ ଅଧିକ ହୋଇଥିବା ବେଳେ ସିରିଆରେ ପ୍ରାୟ ସାଢେ 3 ହଜାର ହୋଇଥିବା ତଥ୍ୟ କହୁଛି । ଦୁଇ ଦେଶରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଗତକାଲି ମଧ୍ୟ ଉଦ୍ଧାର ବେଳେ ଏକ ଅସମ୍ଭବ ତଥା ଚମତ୍କାର କରିବା ପରି ସଫଳତା ଉଦ୍ଧାରକାରୀ ଟିମ ହାତରେ ଲାଗିଥିଲା । ତୁର୍କୀର ସର୍ବାଧିକ ପ୍ରଭାବିତ ସହର ମଧ୍ୟରେ ଥିବା ନୁରଦାଗରେ ଏକ ଭଙ୍ଗା ଅଟ୍ଟାଳିକାର କଂକ୍ରିଟ ଆବର୍ଜନା ମଧ୍ୟରୁ ଦୀର୍ଘ 129 ଘଣ୍ଟା ପରେ ଗୋଟିଏ ପରିବାରର 5 ଜଣଙ୍କୁ ଜୀବନ୍ତ ତଥା ସୁରକ୍ଷିତ ଉଦ୍ଧାର କରାଯାଇଥିଲା । ସମସ୍ତେ ଗୋଟିଏ ପରିବାର ସଦସ୍ୟ ଥିଲେ । ଉଦ୍ଧାର ବ୍ୟକ୍ତିଙ୍କ ମଧ୍ୟରେ 70 ବର୍ଷ ବୟସ୍କ ଜଣେ ମହିଳା ଥିବା ବେଳେ 16 ବର୍ଷୀୟ ନାବାଳକ ମଧ୍ୟ ରହିଥଲେ । ଭୂକମ୍ପରେ ଅଟ୍ଟାଳିକାଟି ଭୁଶୁଡି ପଡିବା ପରେ ସେମାନେ ଏହା ତଳେ 129 ଘଣ୍ଟା ଅର୍ଥାତ ପ୍ରାୟ ସାଢେ 5 ଦିନ ଧରି ଫସି ରହିଥିଲେ । ସେମାନଙ୍କ କଣ୍ଠସ୍ବର ଧିରେ ଧିରେ ଶୁଣାଯାଉଥିବା ବେଳେ ଉଦ୍ଧାରକାରୀ ଟିମ ଅଭିଯାନ ଆରମ୍ଭ କରିଥିଲା । ଅତି ସତର୍କତାର ସହ ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା । ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୋମବାର (6 ତାରିଖ) 7.8 ମ୍ୟାଗ୍ନିଚ୍ୟୁଡର ଭୂକମ୍ପରେ ଛାରଛାର ହୋଇପଡିଛି ତୁର୍କୀ ଓ ମଧ୍ୟପ୍ରାଚ୍ୟ ଦେଶ ସିରିଆ । ଅପେକ୍ଷାକୃତ ତୁର୍କୀ ଅଧିକ ପ୍ରଭାବିତ ହୋଇଛି । ମୋଟ 10ଟି ପ୍ରଦେଶ ଗମ୍ଭୀର ଭାବେ ପ୍ରଭାବିତ ହେବା ସହ ବର୍ତ୍ତମାନ ସୁଦ୍ଧା 24,000 ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । 80,000 ଲୋକ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ହଜାର ହଜାର କୋଠା ମାଟିରେ ମିଶିଯାଇଛି । ଲକ୍ଷ ଲକ୍ଷ ଲୋକ ବାସହୀନ ହୋଇପଡିଛନ୍ତି । ଭାରତ ସମତେ ବିଭିନ୍ନ ଦେଶରୁ ଆସିଥିବା ଉଦ୍ଧାରକାରୀ ଟିମ ଅପରେସନ ଜାରି ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.