ETV Bharat / international

PM Modi Egypt Visit: 2 ଦିନିଆ ଇଜିପ୍ଟ ଗସ୍ତରେ ବାହାରିଲେ ମୋଦି

author img

By

Published : Jun 24, 2023, 8:04 AM IST

ଆମେରିକା ଗସ୍ତ ଶେଷ ପରେ ଦୁଇ ଦିନିଆ ଇଜିପ୍ଟ ଗସ୍ତରେ ବାହାରିଲେ ମୋଦି । ଗସ୍ତର ପ୍ରଥମ ଦିନରେ ଅଲ ହକିମ ମସଜିଦ ପରିଦର୍ଶନ କରିବେ ମୋଦି । ଅଧିକ ପଢନ୍ତୁ

PM Modi departs for Egypt
PM Modi departs for Egypt

ହାଇଦ୍ରାବାଦ: 5 ଦିନିଆ ବିଦେଶ ଗସ୍ତରେ ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆମେରିକାରେ 3 ଦିବସୀୟ ଯାତ୍ରା ଶେଷ କରିବା ପରେ ଆଜି (ଶନିବାର) ଇଜିପ୍ଟର କାଇରୋ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ମୋଦି । ମିଶର ରାଷ୍ଟ୍ରପତି ଅବଦେଲ ଫତହ ଅଲ-ସିସିଙ୍କ ନିମନ୍ତ୍ରଣରେ ମୋଦି ଇଜିପ୍ଟ ଗସ୍ତରେ ବାହାରିଛନ୍ତି । ସେଠାରେ ପହଞ୍ଚିବା ପରେ କାଇରୋରେ ଆୟୋଜିତ ଏକ ଇଭେଣ୍ଟରେ ମୋଦି ଯୋଗ ଦେବେ । ଏଥିସହ ଇଜିପ୍ଟ ପ୍ରଧାନମନ୍ତ୍ରୀଙ୍କ ସହ ବୈଠକ କରିବେ ମୋଦି । ଦୁଇ ଦେଶର ନେତାଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହେବ ।

ଏନେଇ ଇଜିପ୍ଟରେ ଭାରତୀୟ ରାଷ୍ଟ୍ରଦୂତ ଅଜିତ ଗୁପ୍ତା କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଇଜିପ୍ଟ ଗସ୍ତରେ ଆସୁଛନ୍ତି । ପ୍ରଥମ ଥର ପାଇଁ ଇଜିପ୍ଟ ପ୍ରଧାନମନ୍ତ୍ରୀ ଓ ମୋଦିଙ୍କ ମଧ୍ୟରେ ଏକ ବୈଠକ ହେବ । ଏହି ଦୁଇ ଦେଶ ମଧ୍ୟରେ ସମ୍ପର୍କ ପ୍ରାୟ 4000 ବର୍ଷ ପୁରୁଣା । ଦୁଇ ଦେଶ ମଧ୍ୟରେ ସାମୁଦ୍ରିକ ସମ୍ପର୍କ ରହିଆସିଛି । ଆଗକୁ ଏହି ସମ୍ପର୍କ ଆହୁରି ମଜବୁତ ହେବ । 2014ରେ ଇଜିପ୍ଟର ରାଷ୍ଟ୍ରପତି ଅବଦେଲ ଫତହ ଅଲ ସିସିସିସି ଏବଂ ପ୍ରଧାନମନ୍ତ୍ରୀ ମୋଦି କ୍ଷମତାକୁ ଆସିବା ପରେ ଇଜିପ୍ଟରେ ଭାରତୀୟ ରାଷ୍ଟ୍ରଦୂତ ନିୟୋଜିତ ହୋଇଥିଲେ ।

ଗସ୍ତର ପ୍ରଥମ ଦିନରେ ୧୧ଶ ଶତାବ୍ଦୀର ଅଲ-ହକିମ ମସଜିଦ ପରିଦର୍ଶନ କରିବେ ମୋଦି । ଏଠାରେ ଅଧା ଘଣ୍ଟା ସମୟ ବିତାଇବେ ପ୍ରଧାନମନ୍ତ୍ରୀ । ଏହାପରେ ଇଜିପ୍ଟର ରାଜଧାନୀ କାଇରୋରେ ମଧ୍ୟ ଆୟୋଜିତ ଏକ ଇଭେଣ୍ଟରେ ମୋଦି ଯୋଗ ଦେବେ । ଏହା ପୂର୍ବରୁ ସେଠାକାର ସରକାରଙ୍କ ମନ୍ତ୍ରୀମାନଙ୍କ ସହିତ ଆଲୋଚନା କରିବେ । ମିଶର ରାଷ୍ଟ୍ରପତି ଭାରତ ସହିତ ସମ୍ପର୍କକୁ ସୁଦୃଢ କରିବା ଲାଗି ବରିଷ୍ଠ ମନ୍ତ୍ରୀମାନଙ୍କୁ ନେଇ ଏକ ମନ୍ତ୍ରୀମଣ୍ଡଳ ଗଠନ କରିଛନ୍ତି । ଏମାନଙ୍କ ସହିତ ଆଲୋଚନା କରିବେ ମୋଦି । ଏହା ପରେ ହେଲିୟା ପୋଲିସ ଶହୀଦ ସ୍ମାରକ ଯାଇ ପ୍ରଥମ ବିଶ୍ବଯୁଦ୍ଧରେ ଶହୀଦ ହୋଇଥିବା ଭାରତୀୟ ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ ପ୍ରଧାନମନ୍ତ୍ରୀ ।

ଆଫ୍ରିକୀୟ ମହାଦେଶରେ ଭାରତର ଅନ୍ୟତମ ପ୍ରମୁଖ ବାଣିଜ୍ୟ ଅଂଶୀଦାର ହୋଇଥିବାରୁ ପ୍ରଧାନମନ୍ତ୍ରୀଙ୍କ ଇଜିପ୍ଟ ଗସ୍ତ ବେଶ ଗୁରୁତ୍ବ ବହନ କରୁଛି । 1978 ମାର୍ଚ୍ଚ ପରଠାରୁ ଭାରତ-ଇଜିପ୍ଟ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି ଚାଲିଛି । ଏହା ମୋଷ୍ଟ ଫେବର୍ଡ ନେସନ ଉପରେ ଆଧାରିତ । 2022 ଏପ୍ରିଲରୁ ଡିସେମ୍ବର ମଧ୍ୟରେ ଭାରତ ଇଜିପ୍ଟର ପଞ୍ଚମ ବୃହତ୍ତମ ବାଣିଜ୍ୟ ଭାଗିଦାରୀ ରହିଥିଲା । ଇଜିପ୍ଟ ବର୍ତ୍ତମାନ 450 ଭାରତୀୟ କମ୍ପାନୀ ରହିଛନ୍ତି । ସେମାନଙ୍କ ମଧ୍ୟରେ 50ଟି ବିଭିନ୍ନ କ୍ଷେତ୍ରରେ ସକ୍ରିୟ ରହିଥିବା ବେଳେ ମିଳିତ ଭାବରେ 3.15 ବିଲିୟନ ଡଲାର ବିନିଯୋଗ କରିଛନ୍ତି । ସେହିପରି ଭାରତରେ ଇଜିପ୍ଟ କମ୍ପାନୀ 37 ମିଲିୟନ ବିନିଯୋଗ କରିଛନ୍ତି।

1980 ମସିହାରୁ ଭାରତରୁ ଇଜିପ୍ଟକୁ ଚାରି ଜଣ ପ୍ରଧାନମନ୍ତ୍ରୀ ଗସ୍ତ କରିଛନ୍ତି । 1985 ରାଜୀବ ଗାନ୍ଧୀ, 1995 ରେ ପି.ଭି ନରସିଂହ ରାଓ, 1997ରେ ଆଇ କେ ଗୁଜରାଲ ଏବଂ 2009ରେ ମନମୋହନ ସିଂ ଇଜିପ୍ଟ ଗସ୍ତରେ ଯାଇଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.