ETV Bharat / international

ମୋଦିଙ୍କ ଫଟୋକୁ Mr Covid ସମ୍ବୋଧନ

author img

By

Published : Apr 22, 2022, 11:09 AM IST

ମୋଦିଙ୍କ ଫଟୋକୁ Mr Covid ସମ୍ବୋଧନ
ମୋଦିଙ୍କ ଫଟୋକୁ Mr Covid ସମ୍ବୋଧନ

ମୋଦିଙ୍କ ଏହି ଫଟୋକୁ 'ମିଷ୍ଟର କୋଭିଡ' ବୋଲି ସମ୍ବୋଧନ କରିଛନ୍ତି ଆମେରିକାର ଜଣେ ସୁରକ୍ଷାକର୍ମୀ । ସାମ୍ବାଦିକ ଅନୁରାଗ ବର୍ମା ଏ ସମ୍ପର୍କିତ ଏକ ଭିଡିଓ ଟ୍ବିଟରରେ ପୋଷ୍ଟ କରିଛନ୍ତି । ଅଧିକ ପଢନ୍ତୁ

ନ୍ୟୁୟର୍କ: କୋରୋନା ଟିକା ପ୍ରମାଣପତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ରହିଛି । ଏହା ସମସ୍ତଙ୍କୁ ଜଣା । ମୋଦିଙ୍କ ଏହି ଫଟୋକୁ 'ମିଷ୍ଟର କୋଭିଡ' ବୋଲି ସମ୍ବୋଧନ କରିଛନ୍ତି ଆମେରିକାର ଜଣେ ସୁରକ୍ଷାକର୍ମୀ । ସାମ୍ବାଦିକ ଅନୁରାଗ ବର୍ମା ଏ ସମ୍ପର୍କିତ ଏକ ଭିଡିଓ ଟ୍ବିଟରରେ ପୋଷ୍ଟ କରିଛନ୍ତି ।

  • My friend @confusedvichar has gone to USA where he had to show his vaccine certificate to enter a club. Listen what this watchman said after seeing the picture of Modi on vaccine certificate 😂 pic.twitter.com/0oPyGVn3j1

    — Shyam Meera Singh (@ShyamMeeraSingh) April 21, 2022 " class="align-text-top noRightClick twitterSection" data=" ">

ଅନୁରାଗ ବର୍ମା ନ୍ୟୁୟର୍କର ମାନହଟ ସ୍ଥିତ ବ୍ଲୁଜ କ୍ଲବର ନିୟମ ଅନୁଯାୟୀ ତାଙ୍କର କୋଭିଡ ଟିକା ପ୍ରମାଣପତ୍ର ସୁରକ୍ଷାକର୍ମୀଙ୍କୁ ଦେଖାଇଥିଲେ । ଏତିକିବେଳେ ସେଥିରେ ଥିବା ପ୍ରଧାନମନ୍ତ୍ରୀଙ୍କ ଫଟୋକୁ ଦେଖି କ୍ଳବର ସୁରକ୍ଷାକର୍ମୀ ମିଷ୍ଟର କୋଭିଡ ବୋଲି ସମ୍ବୋଧନ କରିଥିଲେ । ସୁରକ୍ଷାକର୍ମୀଙ୍କ ପ୍ରତିକ୍ରିୟାର ଭିଡିଓକୁ ସାମ୍ବାଦିକ ଅନୁରାଗ ବର୍ମା ଟ୍ବିଟରରେ ପୋଷ୍ଟ କରିଛନ୍ତି । ବର୍ମାଙ୍କ ଟ୍ବିଟ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟ୍ବିଟରେ ଏବେ Mr Covid ସମ୍ବୋଧନ କରିବା ଆରମ୍ଭ ହୋଇଛି ।

ମିଷ୍ଟର କୋଭିଡଙ୍କୁ ଦେଖି ମୁଁ ବହୁତ ଖୁସି ବୋଲି କହିଥିଲେ ସୁରକ୍ଷାକର୍ମୀ ଜଣଙ୍କ । ସୁରକ୍ଷାକର୍ମୀଙ୍କ ସମ୍ବୋଧନ ଶୁଣି ସେଠାରେ ଉପସ୍ଥିତ ସମସ୍ତେ ହସିବାକୁ ଲାଗିଥିଲେ । ଏହି ଭିଡିଓଟି ଏବେ ଭାଇରାଲ ହେବାରେ ଲାଗିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.