ETV Bharat / international

କଙ୍ଗୋରେ ସେନା ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ସଂଘର୍ଷ, 26 ମୃତ

author img

By ETV Bharat Odisha Team

Published : Sep 1, 2023, 9:55 AM IST

Congo army and religious group clashes
Congo army and religious group clashes

କଙ୍ଗୋର ଗୋମା ସହରରେ ସେନା ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ଭୟଙ୍କର ସଂଘର୍ଷ ଘଟିବାରୁ 26 ଜଣଙ୍କର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ

କିନସାସା: ମଧ୍ୟ ଆଫ୍ରିକୀୟ ଦେଶ କଙ୍ଗୋରେ ହିଂସାକାଣ୍ଡ । ସେନା ଓ ଧାର୍ମିକ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହେବାରୁ ଅତି କମରେ 26 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 50 ଜଣ ଆହତ ହୋଇଛନ୍ତି । ବୁଧବାର ସକାଳ ସମୟରେ ପୂର୍ବ ଗୋମା ସହରରେ ଏହି ହିଂସାକାଣ୍ଡ ଘଟିଥିବା ସ୍ଥାନୀୟ ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।

ୱାଜାଲେଣ୍ଡୋ ଅନୁଗାମୀମାନେ ଜାତିସଂଘର ଶାନ୍ତି ରକ୍ଷା ମିଶନ ଏବଂ ଅନ୍ୟାନ୍ୟ ଆନ୍ତର୍ଜାତୀୟ ସଂଗଠନ ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ ପାଇଁ ପୂର୍ବ ଗୋମା ସହରରେ ଏକାଠି ହୋଇଥିଲେ । ଏହା ପୂର୍ବରୁ ବିରୋଧ ପ୍ରଦର୍ଶନ ଉପରେ ସ୍ଥାନୀୟ ମେୟର ପ୍ରତିବନ୍ଧକ ଲଗାଇଥିଲେ । କଙ୍ଗୋ ସେନା ବିକ୍ଷୋଭକାରୀଙ୍କୁ ବିରୋଧ କରିଥିଲେ । ଏହି ସମୟରେ କଙ୍ଗୋ ସେନା ବିକ୍ଷୋଭକାରୀଙ୍କ ଉପରକୁ ଗୁଳିମାଡ କରିଥିବା ଅଭିଯୋଗ ହୋଇଥିଲା । ଅନ୍ୟପଟେ କଙ୍ଗୋ ସେନା କହିଛି ଯେ, ବିକ୍ଷୋଭକାରୀ ମାନେ ପଥର ମାଡ କରିବାରୁ ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ଫଳରେ 160 ଜଣ ବିକ୍ଷୋଭକାରୀଙ୍କୁ ଗିରଫ କରାଯାଇଛି ।

ଉତ୍ତର କିଭ ଅଞ୍ଚଳରେ ସିଭିଲ୍ ସୋସାଇଟିର ଉପ ସଭାପତି ପ୍ଲାସିଡ୍ ନଜିଲାମ୍ବା ଗୁରୁବାର କହିଛନ୍ତି ଯେ, ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ସେନା ଓ ବିକ୍ଷୋଭକାରୀଙ୍କ ସଂଘର୍ଷରେ 26 ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଥିବା ବେଳେ ଅତି କମରେ 50 ଜଣ ଆହତ ହୋଇଛନ୍ତି । ଗୋମାର ନିକଟସ୍ଥ ନଡୋଶୋ ହସ୍ପିଟାଲରେ ଆହତଙ୍କୁ ଭର୍ତ୍ତି କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-କଙ୍ଗୋରେ ଆତଙ୍କବାଦୀ ଆକ୍ରମଣ, ୬୦ରୁ ଊର୍ଦ୍ଧ୍ବ ମୃତ

ଗୋମା ମେୟର ଫ୍ୟୁଷ୍ଟିନ ନାପେଣ୍ଡା କାପେଣ୍ଡ ଅଗଷ୍ଟ 23ରେ ବିକ୍ଷୋଭ ପ୍ରଦର୍ଶନ ଉପରେ ରୋକ ଲଗାଇଥିଲେ । ବିରୋଧ ପ୍ରଦର୍ଶନ ଉପରେ ପ୍ରତିବନ୍ଧକ ଲଗାଯିବା ପରେ ବୁଧବାର କଙ୍ଗୋ ସୁରକ୍ଷାକର୍ମୀ ଓ ପ୍ରତିରକ୍ଷା ବାହିନୀ ପ୍ରମୁଖ ଛକରେ ନିୟୋଜିତ ହୋଇଥିଲେ । ଏହି ସମୟରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଧାର୍ମିକ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଆରମ୍ଭ ହୋଇଥିଲା । ବିରୋଧ ପ୍ରଦର୍ଶନ କରୁଥିବା ଧାର୍ମିକ ଗୋଷ୍ଠୀର ମୁଖ୍ୟ ହେଉଛନ୍ତି ଇଫ୍ରୟିମ ବିସିମୱା, ଯିଏ କି କଙ୍ଗୋରେ ଥିବା ୟୁଏନ ଶାନ୍ତି ରକ୍ଷା ମିଶନ ସମେତ ଏହି ଅଞ୍ଚଳରେ କାର୍ଯ୍ୟ କରୁଥିବା ପାଶ୍ଚାତ୍ୟ ସଂଗଠନକୁ ବିରୋଧ କରୁଛନ୍ତି । ଯାହାକୁ MONUSCO କୁହାଯାଏ ।

କଙ୍ଗୋରେ ଶାନ୍ତି ନିମନ୍ତେ 1999ରେ ଜାତିସଂଘର ଶାନ୍ତି ରକ୍ଷା ମିଶନ କାର୍ଯ୍ୟ ଆରମ୍ଭ କରିଥିଲା । ଜାତିସଂଘର ସୂଚନା ଅନୁଯାୟୀ, ଉତ୍ତର-ପୂର୍ବ ଅଞ୍ଚଳରେ ତିନି ଦଶନ୍ଦି ଧରି ବିବାଦ ଲାଗି ରହିଥିବାରୁ 6 ମିଲିୟନରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । 2021 ମସିହା ପର ଠାରୁ ବିବାଦ ଆହୁରି ବଢିଚାଲିଛି । ଜାତିସଂଘର ଶାନ୍ତି ରକ୍ଷା ମିଶନ 2022 ଜୁଲାଇରେ ବିବାଦ ମଧ୍ୟରୁ ସାଧାରଣ ଲୋକଙ୍କୁ ରକ୍ଷା କରିବାରେ ଏତେଟା କାର୍ଯ୍ୟ କରିପାରିନଥିବା ଚର୍ଚ୍ଚା ହେଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.