ETV Bharat / international

କଙ୍ଗୋରେ ଆତଙ୍କବାଦୀ ଆକ୍ରମଣ, ୬୦ରୁ ଊର୍ଦ୍ଧ୍ବ ମୃତ

author img

By

Published : Feb 2, 2022, 5:03 PM IST

ମଧ୍ୟ ଆଫ୍ରିକୀୟ ଦେଶ କଙ୍ଗୋରେ ଆତଙ୍କବାଦୀ ଆକ୍ରମଣ । ୬୦ରୁ ଊର୍ଦ୍ଧ୍ବ ମୃତ, ଅନେକ ଆହତ । ଅଧିକ ପଢନ୍ତୁ

କଙ୍ଗୋରେ ଆତଙ୍କବାଦୀ ଆକ୍ରମଣ, ୬୦ ରୁ ଉର୍ଦ୍ଧ୍ବ ମୃତ
କଙ୍ଗୋରେ ଆତଙ୍କବାଦୀ ଆକ୍ରମଣ, ୬୦ ରୁ ଉର୍ଦ୍ଧ୍ବ ମୃତ

କିନସାସା: ମଧ୍ୟ ଆଫ୍ରିକୀୟ ଦେଶ କଙ୍ଗୋର ପୂର୍ବାଞ୍ଚଳରେ ଏକ ବଡ ଧରଣର ଆତଙ୍କୀ ହାମଲା ହୋଇଛି । ଏହି ଆକ୍ରମଣରେ ପ୍ରାୟ ୬୦ରୁ ଊର୍ଦ୍ଧ୍ବ ସ୍ଥାନୀୟ ବାସିନ୍ଦା ପ୍ରାଣ ହରାଇବା ସହ ଅନେକ ଆହତ ମଧ୍ୟ ହୋଇଥିବା ସ୍ଥାନୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

ମିଳିଥିବା ସୂଚନା ଅନୁସାରେ, ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋର ପୂର୍ବାଞ୍ଚଳ ଇଟୁରି ପ୍ରଦେଶରରେ ଥିବା ଏକ ବିସ୍ଥାପନ ଶିବିରରେ ଏହି ଆକ୍ରମଣ କରିଛନ୍ତି ବିଦ୍ରୋହୀ ତଥା ମିଲିସିଆ ଗୋଷ୍ଠୀ । ଆଜି (ବୁଧବାର) ମିଲିସିଆଙ୍କ ଅତର୍କିତ ଆକ୍ରମଣରେ ବିସ୍ଥାପିତଙ୍କ ସମେତ ପ୍ରାୟ ୬୦ରୁ ଊର୍ଦ୍ଧ୍ବ ସ୍ଥାନୀୟ ବାସିନ୍ଦାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ମଧ୍ୟ ହୋଇଥିଲେ । ସେଠାରେ ବର୍ତ୍ତମାନ ହାଇଆଲର୍ଟ ଜାରି ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.