ETV Bharat / international

ଦୀପାବଳିକୁ ଆମେରିକାରେ ସରକାରୀ ଛୁଟି ଘୋଷଣା କରିବା ଲାଗି ବିଲ ଆଗତ

author img

By

Published : May 27, 2023, 10:31 PM IST

legislation introduced to make diwali a federal holiday in us
ଦୀପାବଳିକୁ ଆମେରିକାରେ ସରକାରୀ ଛୁଟି ଘୋଷଣା ପାଇଁ ବିଲ ଆଗତ

ଦୀପାବଳି ପର୍ବକୁ ଆମେରିକାରେ ସରକାରୀ ଛୁଟି ଭାବେ ଘୋଷଣା କରିବା ଲାଗି ଆମେରିକା କଂଗ୍ରେସରେ ବିଲ ଆଗତ । ଅଧିକ ପଢ଼ନ୍ତୁ

ୱାଶିଂଟନ: ଆମେରିକାରେ ପାଳନ ହେବ ହିନ୍ଦୁ ପର୍ବ ଦୀପାବଳି । ଆଲୋକର ପର୍ବ ଦୀପାବଳୀକୁ ସରକାରୀ ଛୁଟି ରୂପେ ଘୋଷଣା କରିବା ନେଇ ଶୁକ୍ରବାର ଜଣେ ଆମେରିକୀୟ ସାଂସଦ ଆମେରିକା କଂଗ୍ରେସରେ ଏକ ବିଲ ଆଗତ କରିଛନ୍ତି। ଏହି ପ୍ରସ୍ତାବକୁ ନେଇ ଦେଶର ବିଭିନ୍ନ ସମ୍ପ୍ରଦାୟ ସ୍ବାଗତ ଜଣାଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: White House: ବାଇଡେନଙ୍କୁ ହତ୍ୟା ଯୋଜନା ! ହ୍ବାଇଟ ହାଉସ ପାଚେରୀକୁ ଟ୍ରକରେ ଧକ୍କା ଦେଲେ ଭାରତୀୟ

ବିଲ ଆଗତ କରିଥିବା କଂଗ୍ରେସ ମହିଳା ସାଂସଦ ଗ୍ରେସଡ ମେଙ୍ଗ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ନ୍ୟୁୟର୍କ ଏବଂ ଆମେରିକାରେ ରହୁଥିବା ବହୁ ପରିବାର ତଥା ସମ୍ପ୍ରଦାୟଙ୍କ ପାଇଁ ଦୀପାବଳି ଏକ ଗୁରୁତ୍ବପୂର୍ଣ୍ଣ ଦିନ ଅଟେ । ତେଣୁ ଏହି ପର୍ବକୁ ସରକାରୀ ଛୁଟି ଘୋଷଣା କରିବା ଉଚିତ । ' ଦି ଦିୱାଲି ଡେ ଆକ୍ଟ' କଂଗ୍ରେସରେ ଅନୁମୋଦନ ଲାଭ କରିବା ପରେ ଏହାକୁ ଆଇନରେ ପରିଣତ କରିବା ଲାଗି ରାଷ୍ଟ୍ରପତିଙ୍କୁ ପଠାଯିବ । ରାଷ୍ଟ୍ରପତି ଏଥିରେ ସ୍ବାକ୍ଷର କଲେ ଦୀପାବଳି ସରକାରୀ ସ୍ବୀକୃତିପ୍ରାପ୍ତ ଦ୍ବାଦଶ ଛୁଟି ଦିବସ ଭାବେ ଘୋଷଣା ହେବ । ଏହି ଦିନ ଛୁଟି ମିଳିଲେ ସମସ୍ତ ପରିବାର ଏବଂ ବନ୍ଧୁ ପ୍ରିୟଜନଙ୍କ ସହ ଏକାଠି ଆଲୋକର ପର୍ବ ଦୀପାବଳି ଉତ୍ସବ ପାଳନ କରିପାରିବେ । ଏହା ଦ୍ବାରା ସରକାର ବିଭିନ୍ନ ସଂସ୍କୃତି ଓ ପରମ୍ପରାକୁ ଗୁରୁତ୍ବ ଦେଉଥିବା ଦର୍ଶାଇବ ।

ଏହା ମଧ୍ୟ ପଢ଼ନ୍ତୁ: ଜୁନ 22ରେ ଆମେରିକା ଯିବେ ପ୍ରଧାନମନ୍ତ୍ରୀ, ବାଇଡେନ ଆୟୋଜନ କରିବେ ନୈଶ୍ୟଭୋଜି

ଗ୍ରେସଡ ମେଙ୍ଗ ଆହୁରି ମଧ୍ୟ କହିଛନ୍ତି ଯେ, ଦୀପାବଳି ଏକ ଚମତ୍କାର ଉତ୍ସବ । ଲୋକଙ୍କ ପାଇଁ ଏହି ଦିନଟି କେତେ ଗୁରୁତ୍ବ ବହନ କରେ ତାହା ଜଣାପଡ଼ିଥାଏ । ବିବିଧ ଅନୁଭୂତି, ସଂସ୍କୃତି ଓ ସମ୍ପ୍ରଦାୟରୁ ହିଁ ଆମେରିକାର ସାମର୍ଥ୍ୟ ସୃଷ୍ଟି ହୋଇଛି । ସେ ପୁଣି କହିଛନ୍ତି, ଦୀପାବଳି ପର୍ବ ବିଷୟରେ ଆମେରିକୀୟଙ୍କୁ ଅବଗତ କରାଇବା ଏବଂ ଆମେରିକାର ବିବିଧତାକୁ ପାଳନ କରିବା ଲାଗି 'ଦି ଦିୱାଲି ଡେ ଆକ୍ଟ' ଏକ ପ୍ରୟାସ । ତେବେ କଂଗ୍ରେସ ଏହି ବିଲ ଅନୁମୋଦନ କରିବ ବୋଲି ଆଶା ରଖିଥିବା ଗ୍ରେସଡ ମେଙ୍ଗ କହିଛନ୍ତି । ଗ୍ରେସଡ ମେଙ୍ଗଙ୍କ ଏହି ପ୍ରସ୍ତାବକୁ ନ୍ୟୁୟର୍କ ବିଧାନସଭା ସଦସ୍ୟ ସ୍ବାଗତ ଜଣାଇ ସମର୍ଥନ କରି କହିଛନ୍ତି ଯେ, ଏହାଦ୍ବାରା କେବଳ ଦୀପାବଳି ପାଳନ କରୁଥିବା ଲୋକଙ୍କୁ ନୁହେଁ ଏହାର ସାଂସ୍କୃତିକ ପରମ୍ପରାକୁ ସମ୍ମାନିତ କରିବ ।

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.