ETV Bharat / international

ଗୁଳିମାଡ଼ ପରେ ପ୍ରଥମ ଥର କ୍ୟାମେରା ସାମ୍ନାରେ ଇମ୍ରାନ, କହିଲେ ଆକ୍ରମଣ ନେଇ ଥିଲି ଅବଗତ

author img

By

Published : Nov 4, 2022, 9:08 PM IST

ଗୁଳିମାଡ଼ ପରେ ପ୍ରଥମ ଥର ପାଇଁ କ୍ୟାମେରା ସାମ୍ନାକୁ ଆସିଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା PTI ମୁଖ୍ୟ ଇମ୍ରାନ ଖାନ । ଆକ୍ରମଣ ନେଇ ଅବଗତ ଥିଲି ବୋଲି କହିଛନ୍ତି ଇମ୍ରାନ ଖାନ (Former Pakistan PM Imran Khan)। ଅଧିକ ପଢ଼ନ୍ତୁ

I already came to know about attack on me said Former Pakistan PM Imran Khan
ଗୁଳିମାଡ଼ ପରେ ପ୍ରଥମ ଥର କ୍ୟାମେରା ସାମ୍ନାରେ ଇମ୍ରାନ, କହିଲେ ଆକ୍ରମଣ ନେଇ ଥିଲି ଅବଗତ

ଇସଲାମାବାଦ: ଗୁଳିମାଡ଼ ପରେ ପ୍ରଥମ ଥର ପାଇଁ କ୍ୟାମେରା ସାମ୍ନାକୁ ଆସିଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା PTI ମୁଖ୍ୟ ଇମ୍ରାନ ଖାନ । ଗୁରୁବାର ଅପରାହ୍ନରେ ପାକିସ୍ତାନର ଓ୍ବାଜିରାବାଦରେ ଇମ୍ରାନଙ୍କ ଦଳ ପିଟିଆଇ (Tehreek-e-Insaf (PTI) ପକ୍ଷରୁ ଏହି ରାଲି ଆୟୋଜନ କରାଯାଇଥିଲା । ଏଥିରେ ଇମ୍ରାନ ଖାନ ଏକ କଣ୍ଟେନରରେ ରାଲିର ନେତୃତ୍ବ ନେଉଥିବା ବେଳେ ତାଙ୍କୁ ଗୁଳିମାଡ ହୋଇଥିଲା (firing near rally of former Pakistan PM Imran khan)। ତେବେ ଆକ୍ରମଣ ନେଇ ଆଗରୁ ଅବଗତ ଥିଲି ବୋଲି କହିଛନ୍ତି ଇମ୍ରାନ ଖାନ ।

  • Pakistan | I already came to know a day before that there will be an attack on me: Former Pakistan PM Imran Khan

    (Source: Pakistan Tehreek-e-Insaf) pic.twitter.com/BwiPJg8cZy

    — ANI (@ANI) November 4, 2022 " class="align-text-top noRightClick twitterSection" data=" ">

ଗୁଳିମାଡ଼ର ଗୋଟିଏ ଦିନ ପରେ କ୍ୟାମେରା ସାମ୍ନାକୁ ଆସିଛନ୍ତି ଇମ୍ରାନ ଖାନ । ସେ କହିଛନ୍ତି, "ଆକ୍ରମଣ ନେଇ ମୁଁ ଗୋଟିଏ ଦିନ ଆଗରୁ ଅବଗତ ଥିଲି । ସେମାନେ ମୋତେ ହତ୍ୟା କରିବାକୁ ଷଡ଼ଯନ୍ତ୍ର ରଚିଥିଲେ । କିନ୍ତୁ ଏଥିରେ ବିଫଳ ହୋଇଛନ୍ତି । ମୁଁ ସାଧାରଣ ଲୋକଙ୍କ ମଧ୍ୟରୁ ଆସିଛି । ମୋ ପାର୍ଟି ସେନା ନିୟନ୍ତ୍ରଣରେ ନାହିଁ । ମୁଁ ଦେଶ ପାଇଁ ୨୨ ବର୍ଷ କାଳ ସଂଘର୍ଷ କରିଛି ।"

ଏହି ଗୁଳିକାଣ୍ଡ ପଛରେ ୪ ଜଣ ରହିଛନ୍ତି । ଇମ୍ରାନଙ୍କ ପାଖରେ ଏନେଇ ଏକ ଭିଡିଓ ରହିଛି । ଯଦି ତାଙ୍କୁ କିଛି ହୋଇଯାଏ ତେବେ ସେହି ଭିଡିଓ ରିଲିଜ୍‌ କରାଯିବ । ରାଲି ଦିନ ସେ ଏକ କଣ୍ଟେନରରେ ଥିଲେ । ଅଚାନକ ତାଙ୍କ ଉପରକୁ ଗୁଳି ବର୍ଷଣ ହେଲା । ଏହାପରେ ସେ ତଳେ ପଡ଼ିଗଲେ । ଦୁଇ ଜଣ ଇମ୍ରାନଙ୍କ ଉପରକୁ ଗୁଳି ଚଳାଇଥିଲେ । ତେବେ ତାଙ୍କୁ ଯଦି ପୂର୍ବରୁ କାବୁ କରାଯାଇ ନଥାଆନ୍ତା, ଇମ୍ରାନ ଜୀବିତ ଫେରି ପାରିନଥାଆନ୍ତେ ବୋଲି କହିଛନ୍ତି ।

ଗୁରୁବାର ଏକ ରାଲି କରୁଥିବା ବେଳେ ତାଙ୍କ ଉପରକୁ ଜଣେ ଦୁର୍ବୃତ୍ତ ଗୁଳି ଚଳାଇଥିଲା । ଫଳରେ ଗୁରୁତର ଭାବରେ ଆହତ ହୋଇଥିଲେ ଇମ୍ରାନ । ଏହାପରେ ତାଙ୍କୁ ଲାହୋରସ୍ଥିତ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି । ତେବେ ଗୁଳିକାଣ୍ଡ ପରେ ପ୍ରଥମ ଥର କ୍ୟାମେରା ସାମ୍ନାକୁ ଆସି ସମସ୍ତ ଘଟଣା ବର୍ଣ୍ଣନା କରିଛନ୍ତି ଇମ୍ରାନ ଖାନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.