ETV Bharat / international

ଆଫଗାନିସ୍ତାନ କବଜା ସତ୍ତ୍ବେ କାଙ୍ଗାଳ ରହିବ ତାଲିବାନ, ଆମେରିକା ଦେଲା ଝଟକା

author img

By

Published : Aug 18, 2021, 7:30 PM IST

ଆଫଗାନିସ୍ତାନ କବଜା ସତ୍ତ୍ବେ କାଙ୍ଗାଳ ରହିବ ତାଲିବାନ, ଆମେରିକା ଦେଲା ଝଟକା
ଆଫଗାନିସ୍ତାନ କବଜା ସତ୍ତ୍ବେ କାଙ୍ଗାଳ ରହିବ ତାଲିବାନ, ଆମେରିକା ଦେଲା ଝଟକା

ତାଲିବାନକୁ ଝଟକା ଦେଇଛି ଆମେରିକା । ରବିବାର ଆଫଗାନିସ୍ତାନ ସରକାର ଆମେରିକୀୟ ବ୍ୟାଙ୍କରେ ଜମା କରିଥିବା ଟଙ୍କାକୁ ଫ୍ରିଜ୍ କରିଛନ୍ତି ବାଇଡେନ ସରକାର । ଅଧିକ ପଢନ୍ତୁ...

ୱାଶିଂଟନ: ଆଫଗାନିସ୍ତାନକୁ ସମ୍ପୂର୍ଣ୍ଣ ରୂପେ ନିଜ କବଜାକୁ ନେଇସାରିଛି କଠୋରପନ୍ଥୀ ତାଲିବାନ । ନିର୍ଦ୍ଧାରିତ ସମୟରେ ଆମେରିକା ସୈନ୍ୟଙ୍କ ପ୍ରତ୍ୟାବର୍ତ୍ତନ ପରେ ଆଫଗାନିସ୍ତାନକୁ ଦଖଲ କରିଛନ୍ତି ତାଲିବାନ ଆତଙ୍କୀ । ଆଉ ସରକାର ଗଠନ ପାଇଁ ଚାଲିଛି ପ୍ରୟାସ ।

ସରକାର ଗଠନ ପାଇଁ ବିଶ୍ବ ସମୂହକୁ ମାନ୍ୟତା ମାଗୁଛି ତାଲିବାନ । ଯଦି ତାଲିବାନ ଆଫଗାନିସ୍ତାନରେ ସରକାର ଗଠନ କରୁଛି ତେବେ କିଏ ଯୋଗାଇବ ଆର୍ଥିକ ସହାୟତା ? କିଭଳି ଚାଲିବ ସରକାର, ଏନେଇ ଉଠିଛି ତମାମ ପ୍ରଶ୍ନ । କ୍ଷମତାକୁ ଯଦିଓ ତାଲିବାନ ଦଖଲ କରୁଛି, ତଥାପି ଅର୍ଥବଳ ଅଭାବରୁ ଶାସନ ଚଳାଇବା ଏମାନଙ୍କ ପକ୍ଷେ ହୋଇପଡିବ କଷ୍ଟକର । ଏହାରି ମଧ୍ୟରେ ତାଲିବାନକୁ ଝଟକା ଦେଇଛି ଆମେରିକା ।

ରବିବାର ଆଫଗାନିସ୍ତାନ ସରକାର ଆମେରିକୀୟ ବ୍ୟାଙ୍କରେ ଜମା କରିଥିବା ଟଙ୍କାକୁ ଫ୍ରିଜ୍ କରିଛନ୍ତି ବାଇଡେନ ସରକାର । ଏହା ପରେ, ଏହି କୋଟି କୋଟି ଟଙ୍କା ବର୍ତ୍ତମାନ ତାଲିବାନୀଙ୍କ ପାଖରେ ପହଁଞ୍ଚିପାରିବ ନାହିଁ । ଟ୍ରେଜେରୀ ସଚିବ ଜେନେଟ ଏଲ ୟେଲେନ ଏବଂ ଟ୍ରେଜେରୀ ବିଭାଗର ବୈଦେଶିକ ସମ୍ପତ୍ତି ନିୟନ୍ତ୍ରଣ କାର୍ଯ୍ୟାଳୟର ଅଧିକାରୀମାନେ ନେଇଛନ୍ତି ଏହି ନିଷ୍ପତ୍ତି । ଆମେରିକାର ବୈଦେଶିକ ବିଭାଗ ମଧ୍ୟ ଆଲୋଚନାରେ ସାମିଲ ହୋଇଥିଲା । ଏହାସହିତ ହ୍ବାଇଟ ହାଉସର ଅଧିକାରୀମାନେ ସ୍ଥିତି ଉପରେ କଡା ନଜର ରଖିଛନ୍ତି ।

ଆମେରିକାରେ ଅବସ୍ଥିତ ଆଫଗାନିସ୍ତାନ ସରକାରଙ୍କ କୌଣସି ସମ୍ପତ୍ତି ଉପରେ ତାଲିବାନର ଅଧିକାର ରହିବ ନାହିଁ। ଆଫଗାନିସ୍ତାନକୁ ନେଇ ସରକାର ଏପର୍ଯ୍ୟନ୍ତ ନୀତି ପ୍ରସ୍ତୁତ କରିନାହାଁନ୍ତି ବୋଲି ଆମେରିକା ସରକାର ବିବୃତ୍ତିରେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.