ETV Bharat / international

ତାଲିବାନ ପ୍ରଶାସନର ନୂଆ ଟିମ ! ଜାଣନ୍ତୁ, କାହାକୁ ମିଳିବ କେଉଁ ଦାୟିତ୍ବ ?

author img

By

Published : Aug 31, 2021, 6:15 PM IST

ତାଲିବାନ ପ୍ରଶାସନର ନୂଆ ଟିମ ! ଯାଣନ୍ତୁ କାହାକୁ ମିଳିବ କେଉଁ ଦାୟିତ୍ବ...
ତାଲିବାନ ପ୍ରଶାସନର ନୂଆ ଟିମ ! ଯାଣନ୍ତୁ କାହାକୁ ମିଳିବ କେଉଁ ଦାୟିତ୍ବ...

ଆମେରିକାର ପ୍ରତ୍ୟାବର୍ତ୍ତନ ପରେ ଆଫଗାନିସ୍ତାନ ରାଜନୀତିରେ ହଲଚଲ ଦେଖିବାକୁ ମିଳିଛି । ବନ୍ଧୁକ ମୁନରେ ଆଫଗାନ ଶାସନ ଗାଦି ଦଖଲ କରିଥିବା ତାଲିବାନ ସଂଗଠନରେ ଏହାପରେ ହୋଇପାରେ ବିଭାଗ ଭାଗବଣ୍ଟା । ଅଧିକ ପଢନ୍ତୁ...

କାବୁଲ: ଦୀର୍ଘ ୨୦ ବର୍ଷ ପରେ ମିଶନ କାବୁଲରେ ପୂର୍ଣ୍ଣଛେଦ ପକାଇ ସ୍ବଦେଶ ଫେରିଯାଇଛନ୍ତି ଆମେରିକା ସୈନିକ । ଆମେରିକାର ପ୍ରତ୍ୟାବର୍ତ୍ତନ ପରେ ଆଫଗାନିସ୍ତାନ ରାଜନୀତିରେ ହଲଚଲ ଦେଖିବାକୁ ମିଳିଛି । ବନ୍ଧୁକ ମୁନରେ ଆଫଗାନ ଶାସନ ଗାଦି ଦଖଲ କରିଥିବା ତାଲିବାନ ସଂଗଠନରେ ଏହାପରେ ହୋଇପାରେ ବିଭାଗ ଭାଗବଣ୍ଟା ।

ଆଫଗାନ ନୂଆ ଅମିର (ରାଷ୍ଟ୍ରମୁଖ୍ୟ) ହେବେ ଅଖୁଣ୍ଡଜାତା

ତାଲିବାନର ସୁପ୍ରିମ କମାଣ୍ଡର ହିବତୁଲ୍ଲାହ ଅଖୁଣ୍ଡଜାତା ହୋଇପାରନ୍ତି ଆଫଗାନିସ୍ତାନର ନୂଆ ଅମିର । ଏନେଇ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇନାହିଁ । ତଲିବାନ କଠୋରପନ୍ଥୀ ମଧ୍ୟରେ ସବୁଠୁ ବଡ ଚେହେରା ହେଉଛନ୍ତି ଅଖୁଣ୍ଡଜାତା । ଆଫଗାନିସ୍ତାନରେ ସମ୍ପୂର୍ଣ୍ଣ ଶାସନ ଭାର ହାତକୁ ନେବା ପରେ ଏଠାରେ ଚାଲିବ ଅଖୁଣ୍ଡଜାଦାଙ୍କ ଆଇନକାନୁନ ।

ସରିଆ ଆଇନ ପକ୍ଷରେ ଥିବା ଅଖୁଣ୍ଡଜାଦାଙ୍କ ଇତିହାସ କୁହେ କି, ସେ ତାଲିବାନର କ୍ରୁର ଓ କଠୋର ନିୟମ କାନୁନ ସବୁ ସେ ହି ଗଠନ କରିଛନ୍ତି । ଶେଷଥର ପାଇଁ ପେଶାୱରରେ ନଜର ଆସିଥିଲେ ଅଖୁଣ୍ଡଜାଦା ।

ତାଲିବାନ ପ୍ରଶାସନର ନୂଆ ଟିମ ! ଯାଣନ୍ତୁ କାହାକୁ ମିଳିବ କେଉଁ ଦାୟିତ୍ବ...
ତାଲିବାନ ପ୍ରଶାସନର ନୂଆ ଟିମ ! ଯାଣନ୍ତୁ କାହାକୁ ମିଳିବ କେଉଁ ଦାୟିତ୍ବ...

ନୂଆ ପ୍ରତିରକ୍ଷାମନ୍ତ୍ରୀ ଅବଦୁଲ କୟୁମ ଜାକିର !

ଅବଦୁଲ କୟୁମ ଜାକିରଙ୍କୁ ଆଫଗାନିସ୍ତାନର ନୂଆ ପ୍ରତିରକ୍ଷାମନ୍ତ୍ରୀ କରିପାରେ ତାଲିବାନ । ଜାକିର ସର୍ବଦା ଶାନ୍ତିବାର୍ତ୍ତାର ବିରୁଦ୍ଧରେ ରହିଆସିଛନ୍ତି । ଅସରଫ ଘନିଙ୍କ ଫେରାର ହେବା ପରେ ଆଫଗାନିସ୍ତାନ ରାଷ୍ଟ୍ରପତି ଭବନ ଭିତରେ ସର୍ବପ୍ରଥମେ ପ୍ରବେଶ କରିଥିଲେ କୟୁମ ଜାକିର ।

ତାଲିବାନ ପ୍ରଶାସନର ନୂଆ ଟିମ ! ଯାଣନ୍ତୁ କାହାକୁ ମିଳିବ କେଉଁ ଦାୟିତ୍ବ...
ତାଲିବାନ ପ୍ରଶାସନର ନୂଆ ଟିମ ! ଯାଣନ୍ତୁ କାହାକୁ ମିଳିବ କେଉଁ ଦାୟିତ୍ବ...

ଅର୍ଥ ବିଭାଗ ଉପରେ ରହିବ ଇଶାକାଜିଙ୍କ ଆଖି !

ତାଲିବାନର ଆର୍ଥିକ କମିଶନ ଅଧ୍ୟକ୍ଷ ରହିଥିବା ଗୁଲ ଆଗା ଇଶାକାଜୀକୁ ଆଫଗାନିସ୍ତାନ ଅର୍ଥବିଭାଗ ହସ୍ତାନ୍ତର କରାଯାଇପାରେ । ଗୁଲ ଆଗା ଇଶାକାଜି ଉପରେ ଜାତିସଂଘ ସମେତ ଅନେକ ଦେଶ ପ୍ରତିବନ୍ଧକ ଲଗାଇଛନ୍ତି । ମୁଲ୍ଲା ଉମରର ନିକଟତର ଥିବା ଇଶାକାଜି ଉପରେ ଆତ୍ମଘାତୀ ଆକ୍ରମଣ ପାଇଁ ପାଣ୍ଠି ଯୋଗାଡର ଅଭିଯୋଗ ରହିଛି ।

ତାଲିବାନ ପ୍ରଶାସନର ନୂଆ ଟିମ ! ଯାଣନ୍ତୁ କାହାକୁ ମିଳିବ କେଉଁ ଦାୟିତ୍ବ...
ତାଲିବାନ ପ୍ରଶାସନର ନୂଆ ଟିମ ! ଯାଣନ୍ତୁ କାହାକୁ ମିଳିବ କେଉଁ ଦାୟିତ୍ବ...

ହକ୍କାନୀଙ୍କ ହାତରେ ଶିକ୍ଷା ବିଭାଗ !

ଅବଦୁଲ ବକୀ ହକ୍କାନୀଙ୍କୁ ଆଫଗାନିସ୍ତାନର ଉଚ୍ଚଶିକ୍ଷା ବିଭାଗ ଦାୟିତ୍ବ ଦିଆଯାଇପାରେ । ତାଲିବାର ପ୍ରଥମ ଶାସନ କାଳରେ ହକ୍କାନୀ ଖୋସ୍ତ ଓ ପକ୍ଟିକା ରାଜ୍ୟର ଗଭର୍ଣ୍ଣର ରହିଥିଲେ । ଏହାସହିତ ସେ ସୂଚନା, ସଂସ୍କୃତି ଓ ବୈଦେଶିକ ମନ୍ତ୍ରଣାଳୟ ଦାୟିତ୍ବ ମଧ୍ୟ ସମ୍ଭାଳୁଥିଲେ ।

ଗୃହ ବିଭାଗ ସମ୍ଭାଳିବେ ଇବ୍ରାହିମ ସଦର !

ଇବ୍ରାହିମ ସଦରଙ୍କୁ ଗୁରୁତ୍ବପୂର୍ଣ୍ଣ ଗୃହ ମନ୍ତ୍ରଣାଳୟ ଦାୟିତ୍ବ ଦେଇପାରେ ତାଲିବାନ । ସଦର ଜଣେ ଅନୁଭବୀ ତାଲିବାନ ନେତା । ୮୦ ଦଶନ୍ଧିରେ ସେ ସୋଭିଏତ ଶାସନ ବିରୋଧରେ ଲଢୁଥିବା ମୁଜାହିଦିନର ଅଂଶ ଥିଲେ । ପରେ ସେ ତାଲିବାନରେ ସାମିଲ ହୋଇଯାଇଥିଲେ ।

ଧାର୍ମିକ କଠୋରପନ୍ଥୀ ସଦର ପୂର୍ବ ତାଲିବାନ ସରକାରରେ ଜିହାଦୀ କିମ୍ବା ଆତଙ୍କବାଦୀ ଗୋଷ୍ଠୀ ସହ ଘନିଷ୍ଠ ସମ୍ପର୍କ ସ୍ଥାପନ କରିଥିଲେ । ଏହି ସମୟ ମଧ୍ୟରେ ସେ ଅଲ-କାଏଦାର ଅତି ନିକଟତର ହୋଇଥିଲେ । ଯେତେବେଳେ 2001 ମସିହାରେ ଆମେରିକାର ନେତୃତ୍ବାଧୀନ ଅପରେସନ ତାଲିବାନ ସରକାରକୁ କ୍ଷମତାରୁ ହଟାଇ ଦେଇଥିଲା, ସେତେବେଳେ ସେ ଅଣ୍ଡରଗ୍ରାଉଣ୍ଡ ହୋଇାଇଥିଲେ । ପରେ 2016 ରେ ସେ ତାଲିବାନର ସାମରିକ ମୁଖ୍ୟ ଭାବରେ ଫେରିଥିଲେ ।

ଗୁଇନ୍ଦା ବିଭାଗ ଦେଖିବେ ନଜୀବୁଲ୍ଲା !

ନଜୀବୁଲ୍ଲାଙ୍କୁ ତାଲିବାନର ନୂଆ ପ୍ଲଶାସନରେ ଗୁଇନ୍ଦା ବିଭାଗର ଦାୟିତ୍ବ ଦିଆଯାଇପାରେ । ଦେଶର ବର୍ତ୍ତମାନ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହା ସବୁଠୁ ବଡ ଦାୟିତ୍ବ କୁହାଯାଇପାରେ ।

ଏସବୁ ବ୍ୟତୀତ ତାଲିବାନ ଶାସନରେ ଅନେକ ବଡ ଚେହେରା ସାମିଲ ଅଛନ୍ତି । ଆଫଗାନିସ୍ତାନର ଆଭ୍ୟନ୍ତରୀଣ ତଥା ବିଶ୍ବସ୍ତରୀୟ କାର୍ଯ୍ୟକଳାପକୁ ପରିଚାଳନା କରିବା ପାଇଁ ତାଲିବାନ ଏକ ନୂତନ ପ୍ରଶାସନ ଗଠନ କରୁଥିବା ସୂଚନା ରହିଛି । ଏଥିରେ ବଡ ନେତାମାନଙ୍କୁ ସ୍ଥାନ ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.