ETV Bharat / international

ଆଫଗାନିସ୍ତାନରୁ ସ୍ଥାନାନ୍ତର ହେଲେଣି ୫୦୦ରୁ ଉର୍ଦ୍ଧ୍ବ ଋଷ ନାଗରିକ

author img

By

Published : Aug 26, 2021, 7:07 PM IST

ଆଫଗାନିସ୍ତାନରୁ ଉଦ୍ଧାର ହେଲେଣି ୫ ଶହ ରୁଷ ନାଗରିକ
ଆଫଗାନିସ୍ତାନରୁ ଉଦ୍ଧାର ହେଲେଣି ୫ ଶହ ରୁଷ ନାଗରିକ

ଆଫଗାନିସ୍ତାନରୁ ସ୍ଥାନାନ୍ତରିତ ହେଲେଣି ୫ଶହରୁ ଉର୍ଦ୍ଧ୍ବ ଋଷ ନାଗରିକ। ଋଷ ସରକାରଙ୍କ ପକ୍ଷରୁ ସୂଚନା । ଅଧିକ ପଢନ୍ତୁ...

ମସ୍କୋ: ଆଫଗାନିସ୍ତାନ ତାଲିବାନ କବ୍ଜାକୁ ଆସିବା ପରେ ସେଠାରେ ଥିବା ସମସ୍ତ ବିଦେଶୀ ନାଗରିକ ଦେଶ ଛାଡିବାରେ ଲାଗିଛନ୍ତି । ବିଭିନ୍ନ ଦେଶ ସେମାନଙ୍କ ନାଗରିକଙ୍କୁ ସୁରକ୍ଷିତ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରାଇବା ପାଇଁ ସ୍ବତନ୍ତ୍ର ରେସ୍କ୍ୟୁ ଅପରେସନ ଜାରି ରଖିଛନ୍ତି । ବର୍ତ୍ତମାନ ସୁଦ୍ଧା ରୁଷ ତାହାର ୫୦୦ରୁ ଉର୍ଦ୍ଧ୍ବ ନାଗରିକଙ୍କୁ ଆଫଗାନିସ୍ତାନରୁ ସ୍ଥାନାନ୍ତରଣ କରିଥିବା ଜଣାପଡିଛି । ଏନେଇ ଋଷ ପ୍ରତିରକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି । ରାଷ୍ଟ୍ରପତି ଭ୍ଲାଦିମର ପୁତିନଙ୍କ ପ୍ରତ୍ୟକ୍ଷ ନିର୍ଦ୍ଦେଶକ୍ରମେ ଏହି ସ୍ଥାନାନ୍ତରଣ ପ୍ରକ୍ରିୟା ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି ।

ଆଫଗାନିସ୍ତାନରୁ ଉଦ୍ଧାର ହେଲେଣି ୫ ଶହ ରୁଷ ନାଗରିକ
ଆଫଗାନିସ୍ତାନରୁ ଉଦ୍ଧାର ହେଲେଣି ୫ ଶହ ରୁଷ ନାଗରିକ

ମନ୍ତ୍ରୀ ଦେଇଥିବା ସୂଚନା ଅନୁସାରେ, ରୁଷ ତାହାର ସାମରିକ ବିମାନ ମାଧ୍ୟମରେ ଉଦ୍ଧାର ଓ ସ୍ଥାନାନ୍ତରଣ ପ୍ରକ୍ରିୟା ଜାରି ରଖିଛି । the Collective Security Treaty Organization(CSTO) ଦ୍ବାରା ଏହି ଅଭିଯାନ ଜାରି ରଖିଛି ଋଷ । ବୁଧବାର କାବୁଲରୁ 4ଟି ବିମାନ ଉଡ଼ାଣ କରି ଋଷରେ ଅବତରଣ କରିଥିଲା । ସେହିପରି ଆଜି ୨ଟି IL-76 ବିମାନ ମସ୍କୋ ନିକଟସ୍ଥ ଚକାଲୋଭସ୍କି ବିମାନବନ୍ଦରରେ ଅବତରଣ କରିଛି। ଏହାପୂର୍ବରୁ ମଧ୍ୟ 2ଟି ବିମାନ IL-62 ଏବଂ IL -76 ରେ କାବୁଲରୁ ମସ୍କୋରେ ଅବତରଣ କରିଥିଲେ। ବିମାନରେ ପ୍ରାୟ 100 ଋଷ ନାଗରିକ ସହ କିଛି ପଡୋଶୀ ଦେଶ ତଥା ୟୁକ୍ରେନର ନାଗରିକ ଥିବା ମଧ୍ୟ ଋଷ ସରକାରଙ୍କ ପକ୍ଷରୁ କୁହାଯାଇଛି ।

ତାଲିବାନ ଗତ ସପ୍ତାହରେ କାବୁଲରେ ପ୍ରବେଶ କରି ସମ୍ପୂର୍ଣ୍ଣ ଆଫଗାନିସ୍ତାନକୁ ନିଜ କବ୍ଜାକୁ ନେବା ପରେ ବିଦେଶୀ ନାଗରିକ ମାନେ ଦେଶ ଛାଡିବା ଜାରି ରଖିଛନ୍ତି । ନିରାପତ୍ତା ପରିସ୍ଥିତି ଯୋଗୁଁ ଅନେକ ଦେଶ ନିଜ ନାଗରିକ ତଥା କୂଟନୈତିକ କର୍ମଚାରୀଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଶେଷ କରିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.