ETV Bharat / international

ସେନା ସୁରକ୍ଷା ପାଇଁ ଆଫଗାନିସ୍ତାନ ଛାଡିଲୁ, କୌଣସି ଡେଡଲାଇନ ନଥିଲା: ବାଇଡେନ

author img

By

Published : Sep 1, 2021, 8:58 AM IST

us-president-joe-biden-address-the-country-on-afghanistan-crisis
ସେନା ସୁରକ୍ଷା ପାଇଁ ଆଫଗାନିସ୍ତାନ ଛାଡିଲୁ, କୌଣସି ଡେଡଲାଇନ ନଥିଲା: ବାଇଡେନ

ନିର୍ଦ୍ଧାରିତ ସମୟ ପୂର୍ବରୁ ଆଫଗାନିସ୍ତାନ ଛାଡିଲା ଆମେରିକା । ଦେଶବାସୀଙ୍କୁ ସମ୍ବୋଧିତ କଲେ ଜୋ ବାଇଡେନ । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ଆମେରିକୀୟ ସେନା ଆଫଗାନିସ୍ତାନ ମାଟି ଛାଡିବା ପରେ ଦେଶବାସୀଙ୍କୁ ସମ୍ବୋଧିତ କଲେ ରାଷ୍ଟ୍ରପତି ଜୋ ବାଇଡେନ । ୩୧ ପୂର୍ବରୁ ଆଫଗାନିସ୍ତାନ ଛାଡିବା ପାଇଁ କୌଣସି ଡେଡଲାଇନ୍ ନଥିଲା । ଆମେରିକୀୟ ସେନାଙ୍କ ସୁରକ୍ଷା ପାଇଁ ଏପରି ନିଷ୍ପତ୍ତି ନିଆଯାଇଥିଲା ବୋଲି ବାଇଡେନ କହିଛନ୍ତି ।

  • The success of this evacuation (from Afghanistan) was due to selfless courage of our military. They risked their lives to serve others... 'not in a mission of war but in a mission of mercy'...No nation has ever done this in history, it's only United States: President Joe Biden pic.twitter.com/Vk2BZ2VtRh

    — ANI (@ANI) August 31, 2021 " class="align-text-top noRightClick twitterSection" data=" ">

ବାଇଡେନ ଦେଶବାସୀଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ, ଆମ ମିଶନ୍ ସଫଳ ହୋଇଛି । 20 ବର୍ଷ ଧରି ଆମେରିକା ଆଫଗାନିସ୍ତାନରେ ଶାନ୍ତି ବଜାୟ ରଖିଥିଲା । ଆଫଗାନିସ୍ତାନରୁ ଆମେରିକା ସେନାର ପ୍ରତ୍ୟାବର୍ତ୍ତନ ପାଇଁ ସାଧାରଣ ନାଗରିକ, ସାମରିକ ପରାମର୍ଶଦାତା, ସେବା ମୁଖ୍ୟ ତଥା କମାଣ୍ଡୋଙ୍କ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆ ଯାଇଥିଲା । ଅବଶିଷ୍ଟ ଆମେରିକୀୟଙ୍କ ନିରାପଦ ପ୍ରତ୍ୟାବର୍ତ୍ତନ ପାଇଁ ଆଫଗାନୀଙ୍କ ସାହାଯ୍ୟ ଆବଶ୍ୟକ ନଥିଲା ସେଥିପାଇଁ ଏକ ନିର୍ଦ୍ଧାରିତ ସମୟ ପୂର୍ବରୁ ନାଗରିକଙ୍କୁ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଥିଲୁ ।

ସେହିପରି ଆମେରିକାର ରାଷ୍ଟ୍ରପତି କହିଛନ୍ତି ଯେ, 'ଆମେ କରିଥିବା କାମ ଅନ୍ୟ କେହି କରି ପାରିବେ ନାହିଁ । ତାଲିବାନର ଉପସ୍ଥିତି ସତ୍ତ୍ୱେ ଯେଉଁମାନେ ବାହାରକୁ ଯିବାକୁ ଚାହୁଁଥିଲେ ଆମେ ସେମାନଙ୍କୁ ସୁରକ୍ଷିତ ଆଣିପାରିଛୁ । ଆମେ ଏକ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରିପାରିଛୁ । କିନ୍ତୁ ତାଲିବାନ ଦାବି କରୁଛି ଯେ ଆମେ ସେଠାରୁ ଆଉ ଅଧିକ 25 ହଜାର ଲୋକଙ୍କୁ ସ୍ଥାନାନ୍ତର କରିଛୁ ।'

ଆମେ ଆଫଗାନିସ୍ତାନ ମିଳିତ ମଞ୍ଚ ସହ ମିଶି କାମ କରିବାକୁ ଚାହୁଁଛୁ । ବର୍ତ୍ତମାନ ଆଫଗାନିସ୍ତାନ ତାଲିବାନ ଶାସନକୁ ଚାଲିଯାଇଛି । ଆମେ ବିଶ୍ୱକୁ ସୁରକ୍ଷିତ ରଖିବାକୁ ଚାହୁଁଛୁ । ଆମର କାର୍ଯ୍ୟ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ଦୁଇ ଦଶନ୍ଧିର ସ୍ଥିତିକୁ ଅନୁଧ୍ୟାନ କରି ଯାହା ଉଚିତ୍ ହେବ ତାହା କରିଛୁ । ଆମେ ଚୀନ ଠାରୁ ପ୍ରତିଯୋଗିତାର ସମ୍ମୁଖୀନ ହେଉଛୁ । ଆମ ସହିତ ପ୍ରତିଯୋଗିତାରେ ଚୀନ ଏବଂ ରୁଷ ଆଗକୁ ବଢୁଛନ୍ତି । ଆମର ମିଶନ୍ ସ୍ପଷ୍ଟ ହେବା ସହ ଆମେରିକାର ମୂଳ ନୀତି ଉପରେ ଆଧାରିତ ହେବା ଉଚିତ ।

ବାଇଡେନ ଏହା ମଧ୍ୟ କହିଛନ୍ତି ଯେ, ଆମେ ସବୁବେଳେ ଆଫଗାନିସ୍ତାନ ଲୋକଙ୍କୁ ସାହାଯ୍ୟ କରିବୁ । ମହିଳା ଓ ଶିଶୁଙ୍କ ପାଇଁ ଆମେ ସାରା ବିଶ୍ୱରେ ସେମାନଙ୍କର ଅଧିକାର ପାଇଁ ଲଢିବାକୁ ପ୍ରସ୍ତୁତ । କିନ୍ତୁ ଏହା ହିଂସା ଉପରେ ଆଧାରିତ ହେବ ନାହିଁ । କୂଟନୈତିକ ଉପାୟ ମାଧ୍ୟମରେ ମାନବିକ ଅଧିକାର ଦେବାକୁ ଆମେ ଚେଷ୍ଟା କରିବୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.