ETV Bharat / international

ଇତିହାସ ରଚିଲା NASA, ମଙ୍ଗଳ ଗ୍ରହରେ ଜମା କଲା ଅକ୍ସିଜେନ

author img

By

Published : Apr 22, 2021, 9:17 PM IST

ମଙ୍ଗଳ ଗ୍ରହରେ ଜୀବନ ସନ୍ଧାନର ପ୍ରୟାସକୁ ମିଳିଛି ସଫଳତା । ମଙ୍ଗଳ ଗ୍ରହରେ ଅଙ୍ଗାରକାମ୍ଳକୁ ଅମ୍ଳଜାନରେ ପରିବର୍ତ୍ତିତ କରିଛି ନାସା । ଅଧିକ ପଢନ୍ତୁ...

ଇତିହାସ ରଚିଲା NASA, ମଙ୍ଗଳ ଗ୍ରହରେ ଜମାକଲା ଅକ୍ସିଜେନ
ଇତିହାସ ରଚିଲା NASA, ମଙ୍ଗଳ ଗ୍ରହରେ ଜମାକଲା ଅକ୍ସିଜେନ

ୱାଶିଂଟନ: ପୁଣି ଥରେ ଇତିହାସ ରଚିଛି ଆମେରିକା ମହାକାଶ ଗବେଷଣା ସଂସ୍ଥା NASA । ଏଥିସହିତ ମଙ୍ଗଳ ଗ୍ରହରେ ଜୀବନ ସନ୍ଧାନର ପ୍ରୟାସକୁ ମିଳିଛି ସଫଳତା । ମଙ୍ଗଳ ଗ୍ରହରେ ଅଙ୍ଗାରକାମ୍ଳକୁ ଅମ୍ଳଜାନରେ ପରିବର୍ତ୍ତିତ କରିଛି ନାସା ।

ମଙ୍ଗଳ ଗ୍ରହରେ 5.37 ଗ୍ରାମ ଅକ୍ସିଜେନ ଜମା କରିବାରେ ସଫଳ ହୋଇଛି ନାସା । ଏହି ଅକ୍ସିଜେନକୁ ମଙ୍ଗଳ ଗ୍ରହକୁ ପଠାଯାଇଥିବା ମାର୍ସ ପର୍ସିଭରେନ୍ସ ରୋଭରରେ ଲାଗିଥିବା ଏକ ଯନ୍ତ୍ର କରିଛି । ମଙ୍ଗଳ ଗ୍ରହରେ ଅଙ୍ଗାରକାମ୍ଳ ଭର୍ତ୍ତି ବାୟୁମଣ୍ଡଳରୁ ଏହି ଅକ୍ସିଜେନ ବାହାରିଛି । ତେବେ ଯେଉଁ ଯନ୍ତ୍ର ଅକ୍ସିଜେନ ଜମା କରିଛି ତାର ନାଁ ରହିଛି ମୋକ୍ସି ।

ମଙ୍ଗଳ ଗ୍ରହରେ ଅକ୍ସିଜେନ ଜମା ହେବା ମହାକାଶ ଜଗତରେ ଐତିହାସିକ ପଦକ୍ଷେପ । ନାସାର ମାର୍ସ ପର୍ସିଭରେନ୍ସ ରୋଭରର ଭିତରେ ଥିବା ଏକ ଯନ୍ତ୍ର ଲୋହିତ ଗ୍ରହର ବାୟୁମଣ୍ଡଳରୁ ଅକ୍ସିଜେନ ଜମା କରିଛି । ଏହି ଯନ୍ତ୍ରର ପୁରା ନାଁ ରହିଛି ମାର୍ସ ଅକ୍ସିଜେନ ଇନ ମିଟୁ ରିସୋର୍ସ ୟୁଟିଲାଇଜେସନ ଏକ୍ସପେରିମେଣ୍ଟ( (Mars Oxygen In-Situ Resource Utilization Experiment - MOXIE) ।

ଏହା ପୂର୍ବରୁ ମଙ୍ଗଳ ଗ୍ରହରେ ଜୀବନ ଓ ପାଣିର ଅନୁସନ୍ଧାନ ପାଇଁ ଆମେରିକା ସ୍ପେସ ଏଜେନ୍ସି ନାସା ପକ୍ଷରୁ ଜାରି ଅଭିଯାନ ଅନ୍ତର୍ଗତ ମିଳିଥିଲା ବଡ ସଫଳତା । ପ୍ରଥମ ଥର ଅନ୍ୟ ଗ୍ରହରେ ହେଲିକପ୍ଟର ଉଡାଇଥିଲା ନାସା । ଏହି ହେଲିକପ୍ଟରର ନାଁ ରହିଛି ଇଞ୍ଜିନ୍ୟୁଟି ମାର୍ସ ହେଲିକପ୍ଟର ।

ନାସା ସୂଚନା ଦେଇଥିଲା ଯେ ଏଜେନ୍ସି ପକ୍ଷରୁ ପର୍ସିଭରେନ୍ସ ରୋଭର ମାଧ୍ୟମରେ ମଙ୍ଗଳ ଗ୍ରହକୁ ପଠାଯାଇଥିବା ହେଲିକପ୍ଟର (ଇଞ୍ଜିନ୍ୟୁଟି ମାର୍ସ ହେଲିକପ୍ଟର) ସେଠାରେ ପ୍ରଥମ ସଫଳ ଉଡ଼ାଣ ଭରିଛି । ଅନ୍ୟ କୌଣସି ଗ୍ରହରେ ପ୍ରଥମ ଥର ପାଇଁ ହେଲିକପ୍ଟର ଉଡ଼ାଣ ହୋଇଥିବା ସୂଚନା ଦେଇଛି ନାସା । ନାସା ଏହାର ଭିଡିଓ ମଧ୍ୟ ଜାରି କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.