ETV Bharat / entertainment

Priyanka And Nick: ରୋମ ରାସ୍ତାରେ ପ୍ରିୟଙ୍କା ଓ ନିକ୍‌ଙ୍କ ରୋମାନ୍ସ, ଭିଡିଓ ଭାଇରାଲ

author img

By

Published : Apr 21, 2023, 5:18 PM IST

ରୋମ ରାସ୍ତାରେ ଲିପଲକ ହେଲେ ପ୍ରିୟଙ୍କା ଚୋପ୍ରା ଏବଂ ନିକ୍ ଜୋନସ
ରୋମ ରାସ୍ତାରେ ଲିପଲକ ହେଲେ ପ୍ରିୟଙ୍କା ଚୋପ୍ରା ଏବଂ ନିକ୍ ଜୋନସ

ରୋମରେ ଲୋକପ୍ରିୟ ସେଲିବ୍ରିଟି ଦମ୍ପତି ପ୍ରିୟଙ୍କା ଚୋପ୍ରା ଜୋନସ୍ ଏବଂ ନିକ୍ ଜୋନସଙ୍କୁ ଦେଖିବାକୁ ମିଳିଥିଲା ​। ଆମେରିକୀୟ ଗାୟକ ତଥା ଅଭିନେତା ନିକ୍‌ ତାଙ୍କ ସୋସିଆଲ ମିଡିଆରେ ପତ୍ନୀ ପ୍ରିୟଙ୍କାଙ୍କ ସହ ଏକ ରୋମାଣ୍ଟିକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ଦମ୍ପତି ଲିପଲକ କରୁଥିବାର ନଜର ଆସିଛନ୍ତି । ଅଧିକ ପଢ଼ନ୍ତୁ

ମୁମ୍ବାଇ: ଗ୍ଲୋବାଲ୍ ଆଇକନ୍ ପ୍ରିୟଙ୍କା ଚୋପ୍ରା ଏବଂ ଆମେରିକୀୟ ଗାୟକ ନିକ୍ ଜୋନସ୍ ପ୍ରିୟ ସେଲିବ୍ରିଟି ଦମ୍ପତିଙ୍କ ମଧ୍ୟରୁ ଜଣେ । ସୋସିଆଲ ମିଡିଆରେ ଏହି ଯୋଡି ସର୍ବଦା ନିଜ ସୁନ୍ଦର ଫଟୋ ଏବଂ ଭିଡିଓ ସେୟାର କରୁଥିବା ଦେଖିବାକୁ ମିଳିଥାଏ । ଏହାରି ମଧ୍ୟରେ ଆଜି ପୁଣି ଉଭୟ ନିଜର ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ରୋମ୍‌ ରାସ୍ତାରେ ଉଭୟ ଲିପ୍‌ଲକ କରୁଥିବାର ନଜର ଆସିଛନ୍ତି । ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ଆଜିକାଲି ଇଟାଲୀର ରୋମରେ ପ୍ରିୟଙ୍କା ଚୋପ୍ରା ତାଙ୍କ ସ୍ବାମୀ ନିକ୍ ଜୋନସଙ୍କ ସହ ନିଜ ଛୁଟିଦିନ ବିତାଉଛନ୍ତି । ଏହାରି ମଧ୍ୟରେ ଦମ୍ପତି ରୋମ୍‌ ରାସ୍ତାର ବୁଲୁଥିବା ବେଳର ଏକ ଭିଡିଓ ନିଜ ଇନ୍‌ଷ୍ଟାଗ୍ରାମରେ ସେୟାର କରିଛନ୍ତି । ଏହି ଭିଡିଓରେ ଉଭୟ କିସ୍‌ କରୁଥିବା ନଜର ଆସିଛନ୍ତି । ଏଥିସହ ନିକ୍ ହ୍ୱାଇଟ୍‌ ସହ ଗୋଲାପୀ ରଙ୍ଗର ସାର୍ଟ ପିନ୍ଧିଥିବାବେଳେ ପ୍ରିୟଙ୍କା ଗ୍ରୀନ ଆଉଟଫିଟ ସହ ବ୍ଲାକ ଜ୍ୟାକେଟରେ ଖୁବ୍‌ ସୁନ୍ଦର ଦେଖାଯାଉଥିଲେ । ଭିଡିଓରେ ଉଭୟ ଛୁଟି ଦିନକୁ ବେଶ ଉପଭୋଗ କରୁଥୁବା ଦେଖିବାକୁ ମିଳିଛି ।

ଏହି ଭିଡିଓ ସେୟାର ହେବାର କିଛି ସମୟ ମଧ୍ୟରେ ପ୍ରଶଂସକମାନେ ଏହାକୁ ଲାଇକ କରିବା ସହ ହାର୍ଟ ଏବଂ ଫାୟାର ଇମୋଜି ସହ ପ୍ରତିକ୍ରିୟା ଦେଇଛନ୍ତି । ଜଣେ ପ୍ରଶଂସକ ଲେଖିଛନ୍ତି, "ଆଦର୍ଶ ସମ୍ପର୍କ, ବହୁତ ସୁନ୍ଦର"। ଅନ୍ୟ ଜଣେ ପ୍ରଶଂସକ ଲେଖିଛନ୍ତି, "ମୋର ପ୍ରିୟ ସେଲିବ୍ରିଟି ଦମ୍ପତି ।" ଜଣେ ପ୍ରଶଂସକ ଲେଖିଛନ୍ତି, "ବହୁତ ସୁନ୍ଦର କପଲ ।"

ସୂଚନା ଥାଉ କି, ପ୍ରିୟଙ୍କା ଏବଂ ନିକ୍‌ ଜୋନସ 2018, ଡିସେମ୍ବର 1 ଏବଂ 2 ରେ ଯୋଧପୁରର ଉମାଇଡ ପ୍ୟାଲେସରେ ଖ୍ରୀଷ୍ଟିଆନ ଏବଂ ହିନ୍ଦୁ ରୀତିନୀତିରେ ମହା ଆଡ଼ମ୍ବରରେ ବିବାହ କରିଥିଲେ । ପରେ ଏହି ଦମ୍ପତି ଦିଲ୍ଲୀ ଏବଂ ମୁମ୍ବାଇରେ ମଧ୍ୟ ଦୁଇଟି ରିସେପ୍ସନ ପାର୍ଟି କରିଥିଲେ । ଜାନୁଆରୀ 2022ରେ ଏହି ଦମ୍ପତି ସରୋଗେସି ମାଧ୍ୟମରେ ଝିଅ ମାଲତୀ ମାରିଙ୍କୁ ଜନ୍ମ ଦେଇଥିଲେ ।

ପ୍ରିୟଙ୍କାଙ୍କ ୱାର୍କ ଫ୍ରଣ୍ଟ କଥା କହିବାକୁ ଗଲେ, ଆଗାମୀ ହଲିଉଡ ଆକ୍ସନ୍ ଥ୍ରୀଲର ୱେବ୍‌ ସିରିଜ୍‌ 'ସିଟାଡେଲ'ରେ ନଜର ଆସିବାକୁ ୟାଉଛନ୍ତି ପ୍ରିୟଙ୍କା । 'ସିଟାଡେଲ' ସିରିଜର ପ୍ରଥମ ସିଜନରେ 6ଟି ଏପିସୋଡ୍ ରହିଛି । ରୁସୋ ବ୍ରଦର୍ସଙ୍କ AGBO ଏବଂ ଶୋ’ରନର୍ ଡେଭିଡ୍ ୱିଲ୍ ଏହି ସିରିଜ୍ ପ୍ରସ୍ତୁତ କରିଥିବା ବେଳେ ଏଥିରେ ପ୍ରିୟଙ୍କା ଚୋପ୍ରା ଜୋନାସଙ୍କ ବ୍ୟତୀତ ଷ୍ଟାନଲି ଟୁଚି ଏବଂ ଲେସଲି ମାନଭିଲ୍ ମୁଖ୍ୟ ଭୂମିକାରେ ନଜର ଆସିବେ । ତେବେ ଏହି ୱେବ୍‌ ସିରିଜ୍‌ ଇଂରାଜୀ, ହିନ୍ଦୀ, ତାମିଲ, ତେଲୁଗୁ, ମାଲାୟାଲମ୍ ଏବଂ କନ୍ନଡରେ ରିଲିଜ ହେବାକୁ ଯାଉଛି । ସେହିପରି ପ୍ରିୟଙ୍କା ଚୋପ୍ରା ଖୁବ୍ ଶୀଘ୍ର ଫରହାନ୍ ଅଖତରଙ୍କ ଆଗାମୀ ବଲିଉଡ ଫିଲ୍ମ 'ଜୀ ଲେ ଜରା'ରେ ମଧ୍ୟ ନଜର ଆସିବେ । ଏହି ଫିଲ୍ମରେ ପ୍ରିୟଙ୍କାଙ୍କ ସହ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ, କ୍ୟାଟ୍ରିନା କୈଫଙ୍କୁ ମଧ୍ୟ ଦେଖିବାକୁ ମିଳିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.