ETV Bharat / entertainment

Dia Mirza Sons Birthday: ପରିବାର ସହ ପୁଅ ଅଭ୍ୟାନଙ୍କ ଜନ୍ମଦିନ ପାଳିଲେ ଦିୟା

author img

By

Published : May 16, 2023, 10:40 AM IST

ପୁଅ ଅଭ୍ୟାନଙ୍କ ଜନ୍ମଦିନର ସୁନ୍ଦର ଫଟୋ ସେୟାର କଲେ ଦିୟା ମିର୍ଜା
ପୁଅ ଅଭ୍ୟାନଙ୍କ ଜନ୍ମଦିନର ସୁନ୍ଦର ଫଟୋ ସେୟାର କଲେ ଦିୟା ମିର୍ଜା

ଦିୟା ମିର୍ଜା ପୁରା ପରିବାର ସହ ପୁଅ ଅଭ୍ୟାନଙ୍କ ଦ୍ୱିତୀୟ ବର୍ଷ ଜନ୍ମଦିନ ପାଳନ କରିଛନ୍ତି । ଜନ୍ମଦିନର ସୁନ୍ଦର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହି ଫଟୋକୁ ଫ୍ୟାନ୍ସ ଏବଂ ଅନେକ ତାରକା ଲାଇକ କରିବା ସହ କମେଣ୍ଟ କରିଛନ୍ତି । ଅଧିକ ପଢନ୍ତୁ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦିୟା ମିର୍ଜା ଗତ ସୋମବାର ପୁଅ ଅଭ୍ୟାନଙ୍କ ଦ୍ୱିତୀୟ ବର୍ଷ ଜନ୍ମଦିନ ପାଳନ କରିଛନ୍ତି । ସୋସିଆଲ ମିଡିଆରେ ଜନ୍ମଦିନ ପାର୍ଟିର ଅନେକ ସୁନ୍ଦର ଫଟୋ ସେୟାର କରିଛନ୍ତି । ଏହି ଫଟୋ ସେୟାର କରିବା ସହ ସେ ଏକ ହୃଦୟସ୍ପର୍ଶୀ ନୋଟ୍ ମଧ୍ୟ ସେୟାର କରିଛନ୍ତି । ଏହି ଫଟୋକୁ ଫ୍ୟାନ୍ସ ଏବଂ ଅନେକ କଳାକାର ଲାଇକ୍‌ କରିବା ସହ ପ୍ରତିକ୍ରିୟାରେ ଅଭ୍ୟାନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।

ଅଭ୍ୟାନଙ୍କ ଜନ୍ମଦିନର ଆକର୍ଷଣୀୟ ଫଟୋ ସେୟାର କରିବା ସହ ଦିୟା କ୍ୟାପସନରେ ଲେଖିଛନ୍ତି, "ଏହି ଲିିଟିଲ୍‌ ମାଷ୍ଟରଙ୍କ ସହ ଯାଦୁଇ ଦୁଇ ବର୍ଷ । ମୋତେ ତୁମ ମାଆ ଭାବରେ ବାଛିଥିବାରୁ ଥ୍ୟାଙ୍କ୍‌ ୟୁ ମାଇ ଜାନ୍‌ । ଏହାଠାରୁ ଅଧିକ ସୁଖ ମୋ ପାଇଁ କିଛି ନାହିଁ । ମେ' 14 ସବୁବେଳେ ମୋର ପାଇଁ ପ୍ରିୟ ଦିନ ହେବ ।" ଏହି ପୋଷ୍ଟ ସହ ଦିୟା ପରିବାରର ଅନେକ ଲୋକଙ୍କୁ ଟ୍ୟାଗ୍ କରିଛନ୍ତି । ସେ ସେୟାର କରିଥିବା ଫଟୋରେ, ଦିୟା ଅଭ୍ୟାନଙ୍କ ସହ ଏକ ଜଙ୍ଗଲ ଥିମ୍ କେକ୍ କାଟୁଥିବା ଦେଖିବାକୁ ମିଳିଛି । ସେପଟେ ଅଭ୍ୟାନ ମଧ୍ୟ ନିଜ ପରିବାର ଏବଂ ସାଙ୍ଗମାନଙ୍କ ସହ ଜନ୍ମଦିନ ପାର୍ଟି ଉପଭୋଗ କରୁଥିବା ନଜର ଆସିଛନ୍ତି ।

ଏଥିସହ ଅଭ୍ୟାନ ଏବଂ ପୂରା ପରିବାର ସହ ଏକ ସୁନ୍ଦର ପାରିବାରିକ ଫଟୋ ପାଇଁ ପୋଜ୍ ଦେଇଥିଲେ ଦିୟା । ପ୍ରଶଂସକମାନେ ତଥା ସେଲିବ୍ରେଟିମାନେ ମଧ୍ୟ ଫଟୋଗୁଡ଼ିକୁ ପସନ୍ଦ କରିଥିଲେ ଏବଂ ପ୍ରତିକ୍ରିୟାରେ ଛୋଟ ଅଭ୍ୟାନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଅଭିନେତ୍ରୀ ଲାରା ଦତ୍ତା ଲେଖିଛନ୍ତି, "ଏହି ଛୋଟିଆ ବାଘ ପାଇଁ ବହୁତ ସାରା ପଭଲପାଇବା !" ସେହିପରି ମଲାଇକା ଆରୋରା ଲେଖିଛନ୍ତି, 'ଜନ୍ମଦିନର ଶୁଭେଚ୍ଛା ଅଭ୍ୟାନ୍'। ସେପଟେ ଅଭିନେତ୍ରୀ ନେହା ଧୁପିଆ ଏବଂ ଡାଏନା ପେଣ୍ଟି ମଧ୍ୟ ପ୍ରତିକ୍ରିୟାରେ ହାର୍ଟ ଇମୋଜି ସେୟାର କରିଛନ୍ତି । ଏଥିସହ ଅନେକ ଫ୍ୟାନ୍ସ ମଧ୍ୟ ପ୍ରତିକ୍ରିୟାରେ ଅଭ୍ୟାନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ଲାଲ୍‌ ହାର୍ଟ୍‌ ଇମୋଜି ଦେଇଛନ୍ତି ।

ସୂଚନା ଥାଉ କି, ଦିୟା ଫେବୃଆରୀ 2021ରେ ବିଜ୍‌ନେସମ୍ୟାନ୍‌ ବୈଭବଙ୍କୁ ବିବାହ କରିଥିଲେ । 2021 ମେ 14ରେ ଅଭ୍ୟାନଙ୍କୁ ସ୍ୱାଗତ କରିଥିଲେ ଏହି ଦମ୍ପତି । ଦିୟାଙ୍କ ୱାର୍କ ଫ୍ରଣ୍ଟ୍‌ କଥା କହିବାକୁ ଗଲେ, ଦିୟା ତାପସୀ ପନ୍ନୁ, ରତ୍ନା ପଠକ ଶାହା, ଫାତିମା ସନା ଶେଖ ଏବଂ ସଞ୍ଜନା ସାଙ୍ଗୀଙ୍କ ସହ 'ଧକ ଧକ'ରେ ନଜର ଆସିବେ । ତରୁଣ ଦୁଦେଜାଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମ 'ଧକ ଧକ' ସାହସିକତା ଶୈଳିର ଏକ ଫିଲ୍ମ, ଯାହାକି ଏକ ଝିଅର ଏକ ଗ୍ରୁପ୍‌ ସହ ସଡ଼କ ଯାତ୍ରାର କାହାଣୀ ଦର୍ଶାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.