ETV Bharat / entertainment

ସିଦ୍ଧିବିନାୟକ ମନ୍ଦିରରେ ରାମଚରଣ, ଗଣପତି ବାପ୍ପାଙ୍କ କଲେ ଦର୍ଶନ

author img

By ETV Bharat Odisha Team

Published : Oct 4, 2023, 3:24 PM IST

ରାମଚରଣ
ରାମଚରଣ

ସାଉଥ୍‌ ସୁପରଷ୍ଟାର ରାମଚରଣ ପୂରା କଲେ ଆୟାପ୍ପା ଦୀକ୍ଷା । କଳା କପଡା ପିନ୍ଧି ସିଦ୍ଧିବିନାୟକ ମନ୍ଦିରରେ ପହଞ୍ଚି ଗଣପତି ବପ୍ପାଙ୍କ ଦର୍ଶନ କରିଛନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଅଧିକ ପଢନ୍ତୁ

ସିଦ୍ଧିବିନାୟକ ମନ୍ଦିରରେ ରାମଚରଣ

ମୁମ୍ବାଇ: ସାଉଥ୍‌ ସୁପରଷ୍ଟାର ରାମ ଚରଣ ଅକ୍ଟୋବର 3ରେ ଏକ ବିଜ୍ଞାପନ ସୁଟିଂ ପାଇଁ ମୁମ୍ବାଇରେ ପହଞ୍ଚିଥିଲେ । ଗୋଟିଏ ଦିନ ପରେ ସେ ମୁମ୍ବାଇର ପ୍ରସିଦ୍ଧ ସିଦ୍ଧିବିନାୟକ ମନ୍ଦିରରେ ଭଗବାନଙ୍କୁ ପୂଜା କରୁଥିବା ଦେଖିବାକୁ ମିଳିଥିଲା । ସେ ତାଙ୍କ ଟିମ୍ ସହିତ ଏକ ସ୍ୱତନ୍ତ୍ର ଦର୍ଶନ କରିଛନ୍ତି, ତାଙ୍କ ଆଗମନ ଖବର ପାଇବା ପରେ ପ୍ରଶଂସକମାନେ ତାଙ୍କ ଝଲକ ପାଇବା ପାଇଁ ମନ୍ଦିର ବାହାରେ ଏକତ୍ରିତ ହୋଇଥିଲେ । 48 ଦିନିଆ ଆୟାପ୍ପା ଦୀକ୍ଷା ଆରମ୍ଭ ପରେ ସେ କଳା କପଡା ପିନ୍ଧି ଖାଲି ପାଦରେ ଚାଲୁଥିବାର ନଜର ଆସିଥିଲେ ।

ରାମ ଚରଣ ବର୍ତ୍ତମାନ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଗେମ୍ ଚେଞ୍ଜର'ର ସୁଟିଂରୁ ବିରତି ନେଇଛନ୍ତି ଏବଂ ସେ ମୁମ୍ବାଇରେ ଏକ ବିଜ୍ଞାପନ ପାଇଁ ସୁଟିଂ କରୁଛନ୍ତି । ଉଲ୍ଲେଖନୀୟ ଯେ, ରାମ ଚରଣ ପ୍ରତିବର୍ଷ 48 ଦିନିଆ ଆୟାପ୍ପା ଦୀକ୍ଷା ନେଇଛନ୍ତି । ରାମ ଚରଣ ପ୍ରତିବର୍ଷ ଏହି ରୀତିନୀତି ପାଳନ କରନ୍ତି । କେରଳର ସାବରିମାଳା ମନ୍ଦିରରେ ପ୍ରବେଶ କରିବା ପୂର୍ବରୁ ଜଣେ ବ୍ୟକ୍ତିଙ୍କୁ ଏହାକୁ ପାଳନ କରିବାକୁ ପଡେ। ଏଥିପାଇଁ ଭକ୍ତମାନଙ୍କୁ ୪୧ଦିନ ଉପବାସ କରିବା ସହ ଖାଲି ପାଦରେ ଚାଲିବାକୁ ଏବଂ ତଳେ ଶୋଇବାକୁ ପଡେ । ରାମ ଚରଣ ଆୟାପ୍ପା ଦୀକ୍ଷା ନେଇଥିବାରୁ ୪୧ଦିନ ଉପବାସ କରିଛନ୍ତି । ଏହା ସହ ଖାଲି ପାଦରେ ଚାଲୁଛନ୍ତି ।

ତାଙ୍କୁ ଦେଖିବା ପାଇଁ ତାଙ୍କ ପ୍ରଶଂସକମାନେ ବାହାରେ ଏକାଠି ହୋଇଥିଲେ । ରାମ ଚରଣ ମଧ୍ୟ କଡା ସୁରକ୍ଷା ଭିତରେ ଏଠାକୁ ଆସିଥିଲେ । ବାପ୍ପାଙ୍କ ଦର୍ଶନ ପରେ ବାହାରକୁ ଯିବାବେଳେ ତାଙ୍କୁ ହାଲୁକା ନୀଳ ଶାଲ ଘୋଡାଇଥିବାର ଦେଖିବାକୁ ମିଳିଥିଲା । ସେ କପାଳରେ ଚନ୍ଦନ ଏବଂ ତିଲକ ଲଗାଇ ବାହାରକୁ ଆସିଥିଲେ । ଲୋକମାନେ ତାଙ୍କୁ ଚତୁର୍ଦ୍ଦିଗରୁ ଘେରି ରହିଥିଲେ। ଗଣମାଧ୍ୟମ ମଧ୍ୟ ତାଙ୍କ ସାମ୍ନାରେ ମାଇକ୍ ରଖିବାକୁ ଚେଷ୍ଟା କରିଥିଲା ​​କିନ୍ତୁ ସେ କଥା ହୋଇପାରିଲେ ନାହିଁ । କେବଳ ହାତ ଯୋଡି ସମସ୍ତଙ୍କୁ ବିଦାୟ ଜଣାଇଲେ ।

ଏହା ମଧ୍ୟ ପଢନ୍ତୁ: Tiger 3 Trailer: ଜବରଦସ୍ତ ଆକ୍ସନରେ ଭରପୂର ରହିବ ସଲମାନ-କ୍ୟାଟ୍ରିନାଙ୍କ ଫିଲ୍ମ, ଜାଣନ୍ତୁ କେବେ ହେବ ରିଲିଜ

ରାମ ଚରଣ କିଆରା ଆଡଭାନୀଙ୍କ ସହ 'ଗେମ୍ ଚେଞ୍ଜର'ରେ ନଜର ଆସିବେ । ଏହି ଚଳଚ୍ଚିତ୍ର ଆସନ୍ତା ବର୍ଷ ମୁକ୍ତିଲାଭ କରିବ। ତେବେ 2019ରେ ବିନୟ ବିଧୈୟ ରାମା ସାଉଥ ଫିଲ୍ମରେ କିଆରା ଏବଂ ରାମ ଚରଣ ଏକାଠି କାମ କରିବା ପରେ ପୁଣି ଗେମ୍ ଚେଞ୍ଜରରେ ଉଭୟଙ୍କୁ ନଜର ଆସିବେ । ଏସ ଶଙ୍କରଙ୍କ ଦ୍ବାରା ନିର୍ମିତ ଗେମ୍ ଚେଞ୍ଜର 3ଟି ଭାଷାରେ ଯଥା-ତେଲୁଗୁ, ତାମିଲ୍ ଏବଂ ହିନ୍ଦୀରେ ରିଲିଜ ହେବ । ଏହି ଫିଲ୍ମରେ ଏସ.ଜେ ସୂର୍ଯ୍ୟ, ଜୟରାମ, ଅଞ୍ଜଳି ଏବଂ ଶ୍ରୀକାନ୍ତ ମଧ୍ୟ ଅଭିନୟ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.