ETV Bharat / entertainment

Tiger 3 Trailer: ଜବରଦସ୍ତ ଆକ୍ସନରେ ଭରପୂର ରହିବ ସଲମାନ-କ୍ୟାଟ୍ରିନାଙ୍କ ଫିଲ୍ମ, ଜାଣନ୍ତୁ କେବେ ହେବ ରିଲିଜ

author img

By ETV Bharat Odisha Team

Published : Oct 4, 2023, 12:50 PM IST

ସଲମାନ ଖାନଙ୍କ ଫିଲ୍ମ ଟାଇଗର 3 ପାଇଁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଫିଲ୍ମର ଟିଜର ରିଲିଜ ହୋଇଛି ଏବଂ ବର୍ତ୍ତମାନ ଟ୍ରେଲର ଖୁବ ଶୀଘ୍ର ରିଲିଜ ହେବ । ଅଧିକ ପଢନ୍ତୁ

ଟାଇଗର 3
ଟାଇଗର 3

ହାଇଦ୍ରାବାଦ: ‘ଟାଇଗର 3’ ହେଉଛି ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର। ପ୍ରଶଂସକମାନେ ଉତ୍ସାହର ସହିତ ଏହି ଚଳଚ୍ଚିତ୍ରକୁ ଅପେକ୍ଷା କରିଛନ୍ତି । ବର୍ତ୍ତମାନ ‘ଟାଇଗର 3’ର ଅପେକ୍ଷା ଧୀରେଧୀରେ କମିବାରେ ଲାଗିଛି ଏବଂ ଦିପାବଳୀ ଅବସରରେ ଏହି ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ସଲମାନ ଖାନ ଟାଇଗର 3ର ଟିଜର ରିଲିଜ କରିଥିଲେ ଏବଂ ବର୍ତ୍ତମାନ ଟ୍ରେଲରର ରିଲିଜ ତାରିଖ ମଧ୍ୟ ପ୍ରକାଶ ପାଇଛି । ସୋସିଆଲ ମିଡିଆରେ ଟାଇଗର 3ର ଟ୍ରେଲର ବିଷୟରେ ୟଶ ରାଜ ଫିଲ୍ମସ ସୂଚନା ଦେଇଛନ୍ତି ।

ଟାଇଗର 3 ହେଉଛି ୟସ ରାଜ୍‌ ଫିଲ୍ମସ୍‌ ସ୍ପାଇ ୟୁନିଭର୍ସର ଏକ ଚଳଚ୍ଚିତ୍ର । ଚଳଚ୍ଚିତ୍ର ନିର୍ମାତା କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଟାଇଗର 3 ଟ୍ରେଲର 16 ଅକ୍ଟୋବରରେ ଗର୍ଜନ କରିବାକୁ ପ୍ରସ୍ତୁତ ଅଛି । ଦିପାବଳୀରେ ଟାଇଗର 3 ପ୍ରେକ୍ଷାଳୟକୁ ଆସୁଛି । ଏହି ଚଳଚ୍ଚିତ୍ର ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ମୁକ୍ତିଲାଭ କରିବ ।

  • " class="align-text-top noRightClick twitterSection" data="">

ଏହା ମଧ୍ୟ ପଢନ୍ତୁ: Tiger Ka Message: 'ଯେପର୍ଯ୍ୟନ୍ତ ଟାଇଗର ମରିନାହିଁ ସେପର୍ଯ୍ୟନ୍ତ...' ଜବରଦସ୍ତ ଆକ୍ସନ୍ ସହ ସଲମାନ୍‌ଙ୍କ ଏହି ଖାସ୍‌ ମେସେଜ୍‌

ଲୁକ୍ ହେବ ଦମଦାର

ଟାଇଗର 3ର ଟିଜର 27 ସେପ୍ଟେମ୍ବରରେ ମୁକ୍ତିଲାଭ କରିଛି । ଯେଉଁଥିରେ ସଲମାନଙ୍କ ଦମଦାର ଲୁକ୍ ଦେଖିବାକୁ ମିଳିଛି । ସେ ଟିଜରରେ କହିଛନ୍ତି, ମୋ ନାମ ଅବିନାଶ ସିଂ ରାଠୋର । କିନ୍ତୁ ତୁମ ସମସ୍ତଙ୍କ ପାଇଁ ମୁଁ ଟାଇଗର ।

  • " class="align-text-top noRightClick twitterSection" data="">

20 ବର୍ଷ ମୁଁ ସବୁକିଛି ଭାରତ ପାଇଁ କଲି, ପ୍ରତିବଦଳରେ କିଛି ମାଗି ନଥିଲି, କିନ୍ତୁ ଆଜି ମାଗୁଛି.... ଆଜି ଆପଣ ସମସ୍ତଙ୍କୁ କୁହାଯାଉଛି ଯେ ଟାଇଗର ଆପଣଙ୍କର ଶତ୍ରୁ । ଟାଇଗର ଜଣେ ଦେଶଦ୍ରୋହୀ । ଟାଇଗର ହେଉଛି ଶତ୍ରୁ ନମ୍ବର, ତେଣୁ 20 ବର୍ଷ ଭାରତର ସେବା କରିବା ପରେ ମୁଁ ମୋର ଚରିତ୍ର ପ୍ରମାଣପତ୍ର ମାଗୁଛି । ମୋ ପୁଅକୁ ମୁଁ ନୁହେଁ, ଭାରତ କହିବ ତା’ ବାପା କ’ଣ ଥିଲା ? ଦେଶଦ୍ରୋହୀ ନା ଦେଶପ୍ରେମୀ... ଯଦି ଜୀବିତ ରହିବି ତ ଆପଣଙ୍କ ସେବାରେ ପୁଣି ଆସିବି ନହେଲେ ଜୟ ହିନ୍ଦ୍‌ ।

ଏହା ମଧ୍ୟ ପଢନ୍ତୁ: ବକ୍ସ ଅଫିସରେ ଧମାଲ ମଚାଇଥିଲା ‘ଏକ ଥା ଟାଇଗର’ ଏବଂ ‘ଟାଇଗର ଜିନ୍ଦା ହୈ‘, ପାରିବ ତ 'ଟାଇଗର 3' ?

ଟାଇଗର 3 ବିଷୟରେ କଥା ହେବା ତ, କ୍ୟାଟ୍ରିନା କୈଫ୍‌ ଏବଂ ଇମ୍ରାନ ହାଶମୀ ସଲମାନ ଖାନଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଚଳଚ୍ଚିତ୍ରରେ ସଲମାନ ଏବଂ କ୍ୟାଟ୍ରିନା ଦୀର୍ଘ 6 ବର୍ଷର ବ୍ୟବଧାନ ପରେ ଟାଇଗର ଏବଂ ଜୋୟା ଭୂମିକାରେ ଫେରୁଛନ୍ତି । ଏହି ଚଳଚ୍ଚିତ୍ରରେ ଇମ୍ରାନଙ୍କୁ ଏକ ନକାରାତ୍ମକ ଭୂମିକାରେ ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ମନୀଷ ଶର୍ମା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.