ETV Bharat / entertainment

Vivek Agnihotri: ସମଲିଙ୍ଗୀ ବିବାହକୁ ସମର୍ଥନ କଲେ 'କାଶ୍ମୀର ଫାଇଲ୍ସ' ନିର୍ଦ୍ଦେଶକ

author img

By

Published : Apr 19, 2023, 10:14 AM IST

ସମଲିଙ୍ଗୀ ବିବାହକୁ 'କାଶ୍ମୀର ଫାଇଲ୍ସ' ନିର୍ଦ୍ଦେଶକଙ୍କ ସମର୍ଥନ
ସମଲିଙ୍ଗୀ ବିବାହକୁ 'କାଶ୍ମୀର ଫାଇଲ୍ସ' ନିର୍ଦ୍ଦେଶକଙ୍କ ସମର୍ଥନ

ଭାରତରେ ସମଲିଙ୍ଗୀ ବିବାହକୁ ସମର୍ଥନ କରିଛନ୍ତି ବଲିଉଡ ଲୋକପ୍ରିୟ ନିର୍ମାତା ବିବେକ ଅଗ୍ନିହୋତ୍ରୀ । ସେ ନିଜ ମତ ସେୟାର କରି ସେ କହିଛନ୍ତି ଯେ, ଭାରତ ଭଳି ପ୍ରଗତିଶୀଳ ଦେଶରେ ସମଲିଙ୍ଗୀ ବିବାହ 'ସ୍ବାଭାବିକ ହେବା ଉଚିତ୍'। ଅଧିକ ପଢନ୍ତୁ

ମୁମ୍ବାଇ: ଚର୍ଚ୍ଚିତ ସମଲିଙ୍ଗୀ ବିବାହ ମାମଲା । ଏହାକୁ ନେଇ ଗତକାଲି(ମଙ୍ଗଳବାର) ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ଏହାକୁ ନେଇ ନିଜର ମତାମତ ଦେଇଛନ୍ତି ବଲିଉଡ ଲୋକପ୍ରିୟ ନିର୍ମାତା ବିବେକ ଅଗ୍ନିହୋତ୍ରୀ । ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ସମଲିଙ୍ଗୀ ବିବାହକୁ ସମର୍ଥନ କରିଛନ୍ତି ସେ । ଏହା ସହ ସେ କହିଛନ୍ତି ସମଲିଙ୍ଗୀ ବିବାହ କୌଣସି ଧାରଣା ନୁହେଁ । ଏହା ମଣିଷଙ୍କ ଆବଶ୍ୟକତା । ଫିଲ୍ମ ନିର୍ମାତାଙ୍କ ଏହି ଟ୍ବିଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

  • NO. Same sex marriage is not an ‘urban elitist’ concept. It’s a human need. Maybe some sarkari elites drafted it who have never travelled in small towns & villages. Or Mumbai locals.

    First, same sex marriage is not a concept. It’s a need. It’s a right.
    And in a progressive,… https://t.co/M4S3o5InXI

    — Vivek Ranjan Agnihotri (@vivekagnihotri) April 18, 2023 " class="align-text-top noRightClick twitterSection" data=" ">

ଫିଲ୍ମ ନିର୍ମାତା ବିବେକ ଅଗ୍ନିହୋତ୍ରୀ ଫିଲ୍ମ ବ୍ୟତୀତ ସେ ସାମାଜିକ ତଥା ରାଜନୈତିକ ପ୍ରସଙ୍ଗରେ ନିଜର ମନ୍ତବ୍ୟକୁ ନେଇ ପାଇଁ ଜଣାଶୁଣା ଅଟନ୍ତି । ବର୍ତ୍ତମାନ ବିବେକ ଅଗ୍ନିହୋତ୍ରୀ ସମଲିଙ୍ଗୀ ବିବାହକୁ ନେଇ ମତ ଦେଇ ଶିରୋନାମାରେ ରହିଛନ୍ତି । ବିବେକ ଅଗ୍ନିହୋତ୍ରୀ ଟ୍ବିଟରରେ ସେୟାର କରିଥିବା ପୋଷ୍ଟରେ ଲେଖାଯାଇଛି ଯେ 'କେନ୍ଦ୍ର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ, ସମଲିଙ୍ଗ ବିବାହ ଏକ ସହରୀ ଧାରଣା, ଯାହା ଦେଶର ସାମାଜିକ ପରିବେଶ ଠାରୁ ବହୁ ଦୂରରେ । ସମାନ ଲିଙ୍ଗ ବିବାହର ସମ୍ପ୍ରସାରଣ ଏକ ନୂଆ ସଂସ୍ଥା ସୃଷ୍ଟି କରିବ । ଏହି ପ୍ରସଙ୍ଗରେ ନିଜର ସମର୍ଥନ ଜଣାଇଛନ୍ତି ଫିଲ୍ମ ନିର୍ମାତା ।

ବିବେକ ରଞ୍ଜନ ଅଗ୍ନିହୋତ୍ରୀ ପୋଷ୍ଟ ସେୟାର କରି ଲେଖିଛନ୍ତି ଯେ 'ନା । ସମଲିଙ୍ଗୀ ବିବାହ ଏକ ସହରୀ ଧାରଣା ନୁହେଁ । ଏହା ଏକ ଲୋକମାନଙ୍କର ଆବଶ୍ୟକତା । ଏହା ହୁଏତ କିଛି ସରକାରୀ ଶ୍ରେଣୀ ଦ୍ବାରା ପ୍ରସ୍ତୁତ ହୋଇଥାଇପାରେ, ଯେଉଁମାନେ ହୁଏତ ଛୋଟ ସହର ଏବଂ ଗ୍ରାମରେ ଭ୍ରମଣ କରିନାହାଁନ୍ତି । ସର୍ବପ୍ରଥମେ, ସମଲିଙ୍ଗୀ ବିବାହ ଏକ ଧାରଣା ନୁହେଁ । ଏହା ଏକ ଆବଶ୍ୟକତା । ଏହା ଏକ ଅଧିକାର ଏବଂ ଭାରତ ପରି ଏକ ପ୍ରଗତିଶୀଳ, ଉଦାରବାଦୀ ଦେଶରେ ଏହା ସ୍ୱାଭାବିକ ହେବା ଉଚିତ୍, ଅପରାଧ ନୁହେଁ ।

ସେପଟେ ବର୍ତ୍ତମାନ ବିବେକ ଅଗ୍ନିହୋତ୍ରୀ ପୂର୍ବରୁ ଅନେକ ସେଲିବ୍ରେଟି ମଧ୍ୟ ସମଲିଙ୍ଗୀ ବିବାହକୁ ସମର୍ଥନ କରିଛନ୍ତି । ଏଥିମଧ୍ୟରେ ଚଳଚ୍ଚିତ୍ର ନିର୍ମାତା ଅନିଲ କପୁର, ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନା, ଫ୍ୟାଶନ ଆଇକନ୍ ତଥା ତାରକା ସୋନମ କପୁର, ପୂର୍ବତନ ବୁୟଟି କୁଇନ ସେଲିନା ଜେଟଲୀ, ନନ୍ଦିତା ଦାସ ରହିଛନ୍ତି ।

ସୂଚନା ଥାଉ କି, ଦେଶରେ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ମାଗିଥିବା ସୁପ୍ରିମକୋର୍ଟର ଏକ ପାଞ୍ଚ ଜଣିଆ ସମ୍ବିଧାନ ବେଞ୍ଚ ଗତକାଲି ଶୁଣାଣି କରିଛନ୍ତି । ବେଞ୍ଚରେ ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୁଡ ଏବଂ ଜଷ୍ଟିସ୍ ଏସ.କେ. କୌଲ୍, ପି. ଏସ. ନରସିଂହ, ହିମା କୋହଲି ଏବଂ ଏସ ରବିନ୍ଦ୍ର ଭଟ୍ଟ ସାମିଲ ରହିଥିଲେ । ସମଲିଙ୍ଗୀ ବିବାହକୁ ବିରୋଧ କରିଥିଲେ କେନ୍ଦ୍ର ସରକାର । ତେବେ ମାମଲାର ଶୁଣାଣି କରି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ସିନିୟର ଆଡଭୋକେଟ କପିଲ ଶିବଲ କହିଛନ୍ତି ଏହି ମାମଲାରେ ରାଜ୍ୟ ଗୁଡିକରେ ଶୁଣାଣି ହେବା ଉଚିତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.