ETV Bharat / entertainment

Zara Hat Ke Zara Bach Ke: ବିକି-ସାରା ଷ୍ଟାରର୍‌ ଫିଲ୍ମର 'ତେରେ ବାସତେ' ଗୀତ ରିଲିଜ

author img

By

Published : May 22, 2023, 2:57 PM IST

ଜରା ହଟକେ ଜରା ବଚକେ ଫିଲ୍ମର ଗୀତ ତେରେ ବାସତେ ରିଲିଜ୍
ଜରା ହଟକେ ଜରା ବଚକେ ଫିଲ୍ମର ଗୀତ ତେରେ ବାସତେ ରିଲିଜ୍

'ଜରା ହଟକେ ଜରା ବଚକେ' ଫିଲ୍ମକୁ ନେଇ ଚର୍ଚ୍ଚାରେ ରହିଛନ୍ତି ସାରା ଅଲି ଖାନ ଏବଂ ବିକି କୌଶଲ । ଏହାରି ମଧ୍ୟରେ ଆଜି ଫିଲ୍ମର ଗୀତ 'ତେରେ ବାସତେ' ରିଲିଜ୍ ହୋଇଛି । ଏହି ଫିଲ୍ମ ଜୁନ-2ରେ ସିନେମାହଲରେ ରିଲିଜ ହେବ । ଅଧିକ ପଢନ୍ତୁ

ମୁମ୍ବାଇ: ପ୍ରଥମ ଥର ପାଇଁ ସ୍କ୍ରିନ୍‌ ସେୟାର କରିବାକୁ ଯାଉଛନ୍ତି ବଲିଉଡ ଅଭିନେତ୍ରୀ ସାରା ଅଲି ଖାନ ଏବଂ ଅଭିନେତା ବିକି କୌଶଲ । ଲକ୍ଷ୍ମଣ ଉତ୍ତେକରଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଜରା ହଟକେ ଜରା ବଚକେ'ରେ ପରସ୍ପରଙ୍କୁ ରୋମାନ୍ସ କରୁଥିବା ଦେଖିବାକୁ ମଳିବ । ପୂର୍ବରୁ ଫିଲ୍ମର ଟ୍ରେଲର ରିଲିଜ ହୋଇଥିବା ବେଳେ ଆଜି ଫିଲ୍ମର ଗୀତ 'ତେରେ ବାସତେ' ରିଲିଜ୍ ହୋଇଛି । ଫିଲ୍ମକୁ ନେଇ ଫ୍ୟାନ୍ସ ଉତ୍ସାହିତ ଥିବା ବେଳେ ଏହି ରୋମାଣ୍ଟିକ ଗୀତକୁ ଫ୍ୟାନ୍ସ ଖୁବ ପସନ୍ଦ କରୁଛନ୍ତି ।

  • " class="align-text-top noRightClick twitterSection" data="">

ନିକଟରେ ସାରା ଏବଂ ବିକିଙ୍କ ଫିଲ୍ମର ଗୀତ 'ଫିର ଅର କ୍ୟାୟା ଚାହିଏ' ରିଲିଜ ହୋଇଥିଲା । ଗୀତଟିକୁ ଅରିଜିତ ସିଂ ଗାଇଥିବା ବେଳେ ଏହି ଗୀତରେ ଉଭୟଙ୍କ ରୋମାଣ୍ଟିକ ଝଲକ ଦେଖାଇ ଦର୍ଶକଙ୍କୁ ଆକର୍ଷିତ କରିଥିଲେ । ତେବେ ଏବେ ଏହି ଫିଲ୍ମର ଆଉ ଏକ ଗୀତ ରିଲିଜ ହୋଇଛି। ଏହା ମଧ୍ୟ ବେଶ ଲୋକପ୍ରିୟତା ହାସଲ କରିବ ବୋଲି ଆଶା । ଏହି ଗୀତଟି ସଚିନ-ଜିଗର ରଚନା କରିଛନ୍ତି ଏବଂ ମ୍ୟୁଜିକ ଦେଇଛନ୍ତି । ବରୁଣ ଜୈନ, ସଚିନ-ଜିଗର, ଶାହଦାବ ଫରିଦି ଏବଂ ଅତ୍ଲମସ ଫରିଦି ଏକାଠି ଏହି ଗୀତ ଗାଇଛନ୍ତି । ଏହି ଗୀତର ସଂଳାପ ଅମିତାଭ ଭଟ୍ଟାଚାର୍ଯ୍ୟ ଲେଖିଛନ୍ତି ।

ତେବେ ଉଭୟ ଷ୍ଟାର୍‌ ବର୍ତ୍ତମାନ ଏହି ରୋମାଣ୍ଟିକ-ଡ୍ରାମା ଫିଲ୍ମ 'ଜରା ହଟକେ ଜରା ବଚକେ'ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ଏହି ଯୋଡ଼ି ରାଜସ୍ଥାନରେ ପହଞ୍ଚି 170 ସଦସ୍ୟ ଥିବା ପରିବାରକୁ ଭେଟିଥିଲେ । ସେମାନଙ୍କ ସହ ସମୟ ବିତାଇଥିଲେ । ସେଠାକାର ଅନେକ ଫଟୋ ଉଭୟ ସୋସିଆଲ ମିଡିଆରେ ସେୟାର ମଧ୍ୟ କରିଥିଲେ । ପ୍ରଥମ ଥର ପାଇଁ ଏହି ଦୁଇ ତାରକା ସ୍କ୍ରିନ୍‌ ସେୟାର କରୁଛନ୍ତି । ଦର୍ଶକ ଏହି ଯୋଡିକୁ ବଡ଼ ପରଦାରେ ଦେଖିବାକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

ସୂଚନା ଥାଉ କି, ବିକି-ସାରାଙ୍କ ଫିଲ୍ମ ମଧ୍ୟ ଏକ ଫ୍ୟାମିଲି ରୋମାଣ୍ଟିକ ଡ୍ରାମା କମେଡି ଫିଲ୍ମ । ତେବେ 'ଲୁକା ଛୁପି' ଏବଂ 'ମିମି' ପରି ହିଟ୍ ଫିଲ୍ମ ଦେଇଥିବା ନିର୍ଦ୍ଦେଶକ ଲକ୍ଷ୍ମଣ ଉତ୍ତେକର ମଧ୍ୟ ଏହି ଫିଲ୍ମ ଉପରେ ନିଜର ମତାମତ ଦେଇଛନ୍ତି । ସେ କହିଛନ୍ତି, 'ଏହି ଫିଲ୍ମ ମୋ ହୃଦୟର ନିକଟତର । ଏହା ଏକ ଫିଲ୍ମ ଯାହା ପରିବାରର କାହାଣୀକୁ ନେଇ ନିର୍ମିତ ଏବଂ ଦର୍ଶକଙ୍କୁ ମନୋରଞ୍ଜନ କରିବ । ନିର୍ମାତା ଦୀନେଶ ଭଜନ କହିଛନ୍ତି ଯେ ଜରା ହଟକେ ଜରା ବଚକେ କେବଳ ମନୋରଞ୍ଜନ କରିବେ ନାହିଁ ବରଂ ଦର୍ଶକଙ୍କ ସହ ଏକ କନେକ୍ସନ ଯୋଡ଼ିବ । ତେବେ ଫିଲ୍ମଟି ଜୁନ୍ ୨ ରେ ସିନେମାହଲରେ ରିଲିଜ କରିବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.