ETV Bharat / entertainment

IPL ମ୍ୟାଚରେ ଉର୍ବଶୀଙ୍କୁ ନେଇ ପ୍ଲାକାର୍ଡ ଦେଖାଇଲେ ଦର୍ଶକ, ଏହା କହିଲେ ଅଭିନେତ୍ରୀ

author img

By

Published : Apr 6, 2023, 7:48 PM IST

ଉର୍ବଶିଙ୍କୁ ନେଇ ଲେଖା ପ୍ଲାକାର୍ଡର କାରଣ ପଚାରିଲେ ଅଭିନେତ୍ରୀ
ଉର୍ବଶିଙ୍କୁ ନେଇ ଲେଖା ପ୍ଲାକାର୍ଡର କାରଣ ପଚାରିଲେ ଅଭିନେତ୍ରୀ

IPL ମ୍ୟାଚରେ 'ଧନ୍ୟବାଦ ଭଗବାନ ଉର୍ବଶୀ ଏଠାରେ ନାହାଁନ୍ତି' ପ୍ଲାକାର୍ଡ ଦେଖାଇଥିଲେ ଜଣେ ଦର୍ଶକ । ସୋସିଆଲ ମିଡିଆରେ ଏହି ପୋଷ୍ଟ ସେୟାର କରି ଏହାର କାରଣ ପଚାରିଛନ୍ତି ବଲିଉଡ ଅଭିନେତ୍ରୀ ଉର୍ବଶି ରୌତେଲା । ଅଧିକ ପଢନ୍ତୁ

ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ତଥା ମଡେଲ ଉର୍ବଶୀ ରୌତେଲା କ୍ରିକେଟ୍‌ ବା କ୍ରିକେଟରଙ୍କୁ ନେଇ ବାରମ୍ବାର ଟ୍ରୋଲ ହୋଇଥାଆନ୍ତି । ସାଧାରଣତଃ ଯେତେବେଳେ ଋଷଭ ପନ୍ତ ଭାରତୀୟ ଦଳ କିମ୍ବା ଆଇପିଏଲ ଦଳ ପାଇଁ ଖେଳିଥାନ୍ତି । ସେହି ସମୟରେ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କୁ ଟ୍ରୋଲ କରାଯାଇଥାଏ । ଏହାରି ମଧ୍ୟରେ ବର୍ତ୍ତମାନ IPL ମ୍ୟାଚରେ ଅଭିନେତ୍ରୀଙ୍କୁ ନେଇ ଲେଖାଥିବା ଏକ ପ୍ଲାକାର୍ଡକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଷ୍ଟାଡିୟମରେ ଜଣେ ଦର୍ଶକ ଏହି ପ୍ଲାକାର୍ଡ ଦେଖାଇଥିଲେ । ଯେଉଁଥିରେ ଲେଖା ଥିଲା, "ଧନ୍ୟବାଦ ଭଗବାନ ଉର୍ବଶୀ ଏଠାରେ ନାହାଁନ୍ତି" । ଏବେ ଏହି ଫଟୋ ସେୟାର କରି ଏଭଳି ପ୍ଲାକାର୍ଡ ଦେଖାଇବାର କାରଣ ପଚାରିଛନ୍ତି ଉର୍ବଶୀ ।

ନିକଟରେ ଦିଲ୍ଲୀ ଓ ଗୁଜୁରାଟ ଟାଇଟନ୍ସ ମଧ୍ୟରେ ଲିଗ୍‌ ମ୍ୟାଚ୍‌ ଖେଳା ଯାଇଥିଲା । ଏହି ମ୍ୟାଚ୍‌କୁ ଷ୍ଟାଡିୟମରେ ପହଞ୍ଚିଥିଲେ ଭାରତୀୟ କ୍ରିକେଟର ଋଷଭ ପନ୍ତ । ଦୁର୍ଘଟଣାର ଶିକାର ହେବା ପରେ ଦୀର୍ଘ ଦିନ ହେଲା କ୍ରିକେଟଠାରୁ ଦୁରେଇ ରହିଛନ୍ତି ଋଷଭ ପନ୍ତ । ଦିଲ୍ଲୀ କ୍ୟାପିଟାଲ୍ସକୁ ସମର୍ଥନ ମ୍ୟାଚରେ ସେ ଉପସ୍ଥିତ ଥିଲେ । ଏହି ସମୟରେ ତାଙ୍କର ଜଣେ ଫ୍ୟାନ ଜଣେ ‌ଫ୍ୟାନ ପ୍ଲାକାର୍ଡ ଦେଖାଇଥିଲେ । ଏଥିରେ ଲେଖା ଥିଲା "ଭଗବାନଙ୍କୁ ଧନ୍ୟବାଦ ଉର୍ବଶୀ ଏଠାରେ ନାହାଁନ୍ତି ।" ସେ ମହିଳାଙ୍କ ପ୍ଲାକାର୍ଡର ଫଟୋ ଉର୍ବଶୀ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଏବଂ କ୍ୟାପସନରେ ଲେଖିଛନ୍ତି "କାହିଁକି?" । ଅତୀତରେ ଉର୍ବଶୀ ଏବଂ ଋଷଭଙ୍କୁ ସମ୍ପର୍କ ନେଇ ଚର୍ଚ୍ଚା ଜୋର ଧରିଥିଲା । ଏନେଇ ମହିଳା ଜଣକ ଏଭଳି ପ୍ଲାକାର୍ଡ ଧରିଥିବା କୁହାଯାଉଛି।

ଅଭିନେତ୍ରୀ ଏହି ପୋଷ୍ଟ ସେୟାର କରିବା ମାତ୍ରେ ଅନେକ ସୋସିଆଲ ମିଡିଆ ୟୁଜର୍ସ ପ୍ରତିକ୍ରିୟା ଦେଇଥିଲେ । ଏବଂ ଏହି ମହିଳାଙ୍କ ବାର୍ତ୍ତା ପଛରେ ଥିବା ଅର୍ଥ ବର୍ଣ୍ଣନା କରିଥିଲେ । କେତେକ ୟୁଜର୍ସ ଉର୍ବଶୀ ନିଜକୁ ନିଜେ ଟ୍ରୋଲ କରୁଥିବା କହି ତାଙ୍କୁ ପରିହାସ କରିଥିଲେ। ତେବେ ଅନେକ ଲୋକ ଉର୍ବଶୀଙ୍କୁ ପ୍ରଶଂସା ମଧ୍ୟ କରିଥିଲେ । ଅନ୍ୟ କେତେକ ତାଙ୍କୁ ଏହାକୁ ଅଣଦେଖା କରିବାକୁ କହିଥିଲେ ।

ଜଣେ ୟୁଜର୍ସ କହିଛନ୍ତି, 'ଏହା ଭଲ ନୁହେଁ। ଋଷଭ ପନ୍ଥ ଆମ ଦେଶ ପାଇଁ ହିରୋ ଅଟନ୍ତି । ସେହିପରି ଉର୍ବଶୀ ମଧ୍ୟ ମିସ୍‌ ୟୁନିର୍ଭସ ହୋଇ ଦେଶ ପାଇଁ ଗର୍ବ ଆଣିଛନ୍ତି । ଉଭୟଙ୍କୁ ନେଇ ଟ୍ରୋଲ କରିବାର କିଛି ଯଥାର୍ଥ ନାହିଁ ।' ଅନ୍ୟ ଜଣେ ଲେଖିଛନ୍ତି, "ଉର୍ବଶୀଙ୍କ ପାଇଁ କୌଣସି ପ୍ରତିଯୋଗିତା ନାହିଁ ।"

ଦିଲ୍ଲୀରୁ ଋଷଭ ତାଙ୍କ ଘର ରୁଡ୍‌କିକୁ BMW କାର ଧରି ଆସୁଥିବା ବେଳେ ଡିସେମ୍ବର ୩୦ ତାରିଖ ସକାଳ ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ । ଏହି ଦୁର୍ଘଟଣାରେ ଡାହାଣ ଆଣ୍ଠୁ ଓ ପିଠି ସମେତ ଶରୀରର ବିଭିନ୍ନ ଜାଗାରେ ଆଘାତ ଲାଗିଥିଲା । ତେବେ ସେ ବର୍ତ୍ତମାନ ସୁସ୍ଥ ଥିଲେ ମଧ୍ୟ ଆହତ କାରଣରୁ କ୍ରିକେଟରୁ ଦୁରେଇ ରହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.