ETV Bharat / entertainment

The Kerala Story box office Day 12: 150 କୋଟି କ୍ଲବରେ ଏଣ୍ଟ୍ରି କଲା ଅଦା ଶର୍ମାଙ୍କ ଫିଲ୍ମ

author img

By

Published : May 17, 2023, 1:19 PM IST

ସୁଦୀପ୍ତୋ ସେନ୍ ନିର୍ଦ୍ଦେଶିତ ଫିଲ୍ମ 'ଦ କେରଳ ଷ୍ଟୋରୀ' ଲୋକପ୍ରିୟତା ହାସଲ କରି ଦମଦାର ଆୟ କରିବା ଜାରି ରଖିଛି ସଫଳ ହେଉଛି । ଏହି ଫିଲ୍ମ 12 ଦିନ ମଧ୍ୟରେ ଭାରତ ବକ୍ସ ଅଫିସରେ 150 କୋଟିକୁ ଅଧିକ ଆୟ କରି ରେକର୍ଡ ସୃଷ୍ଟି କରିଛି । ଅଧିକ ପଢନ୍ତୁ

150 କୋଟି କ୍ଲବରେ ଏଣ୍ଟ୍ରି କଲା ଅଦା ଶର୍ମାଙ୍କ ଫିଲ୍ମ ମଦ କେରଳ ଷ୍ଟୋରୀ
150 କୋଟି କ୍ଲବରେ ଏଣ୍ଟ୍ରି କଲା ଅଦା ଶର୍ମାଙ୍କ ଫିଲ୍ମ ମଦ କେରଳ ଷ୍ଟୋରୀ

ହାଇଦ୍ରାବାଦ: ବିବାଦ ଏବଂ ଅନେକ ସ୍ଥାନରେ ଫିଲ୍ମ ରିଲିଜ ବ୍ୟାନ୍‌ ପରେ ବି କମାଲ କରିଛି ବଲିଉଡ ଅଭିନେତ୍ରୀ ଅଦା ଶର୍ମାଙ୍କ ଅଭିନୀତ ଫିଲ୍ମ 'ଦ କେରଳ ଷ୍ଟୋରୀ' । ଫିଲ୍ମ ପାଇଁ ପ୍ରତିଦିନ ସିନେମାହଲରେ ଜମୁଛି ଭିଡ଼ । ଏହାରି ମଧ୍ୟରେ ବର୍ତ୍ତମାନ ଫିଲ୍ମ 150 କୋଟିକୁ ଅଧିକ ଆୟ କରି ରେକର୍ଡ ସୃଷ୍ଟି କରିଛି । ଫଳରେ ଏହି ଫିଲ୍ମ 2023ର ସର୍ବାଧିକ ଆୟ କରିଥିବା ଫିଲ୍ମ ମଧ୍ୟରୁ ଗୋଟିଏ ହୋଇପାରିଛି । ଖୁବଶୀଘ୍ର ଭାରତରେ 200 କୋଟି କ୍ଲବ୍‌ରେ ସାମିଲ ହେବ ବୋଲି ଆଶା କରାଯାଉଛି ।

ଘରୋଇ ବଜାରରେ ମାତ୍ର 12 ଦିନ ମଧ୍ୟରେ ଏହି ଫିଲ୍ମ 150 କୋଟି ଟଙ୍କା ଅତିକ୍ରମ କରିବାରେ ସଫଳ ହୋଇଛି । ବକ୍ସ ଅଫିସରେ ଭଲ ନମ୍ବର ସଂଗ୍ରହ କରୁଛି । ଫିଲ୍ମର ଏଭଳି ଆୟ ବୃଦ୍ଧି ହେଉଥିବାରୁ ଖୁବ ଶୀଘ୍ର ଭାରତରେ ଏହି ଫିଲ୍ମ 200 କୋଟି ଅତିକ୍ରମ କରି ଇତିହାସ ରଚିପାରେ ବୋଲି ବୋଲି କୁହାଯାଉଛି । ବିଭିନ୍ନ ରାଜ୍ୟ ଦ୍ବାରା ବ୍ୟାନ ତଥା ବିବାଦ ମଧ୍ୟରେ 'ଦ କେରଳ ଷ୍ଟୋରୀ' ମେ' 5 ତାରିଖ ଦିନ ଭାରତରେ ରିଲିଜ କରିଥିଲା। ଅଦା ଶର୍ମାଙ୍କ ଏହି ଫିଲ୍ମ ପଶ୍ଚିମବଙ୍ଗ ଏବଂ ତାମିଲନାଡୁ ବ୍ୟାନ୍‌ ହୋଇଛି ।

ଚଳଚ୍ଚିତ୍ର ବାଣିଜ୍ୟ ବିଶ୍ଳେଷକଙ୍କ ଅନୁଯାୟୀ, 'ଦ କେରଳ ଷ୍ଟୋରୀ' ମେ' 16ରେ ସିନେମା ହଲରେ 150 କୋଟି ଟଙ୍କାର ମାର୍କ ଅତିକ୍ରମ କରିବାରେ ସଫଳ ହୋଇଛି । ମୋଟ ଘରୋଇ ବକ୍ସ ଅଫିସରେ 156.84 କୋଟି ଟଙ୍କା ସଂଗ୍ରହ କରିଛି । ଆଉ ଏକ ସପ୍ତାହରେ ଅଦା ଶର୍ମା ଷ୍ଟାରର୍ 200 କୋଟି ଟଙ୍କା ଅତିକ୍ରମ କରିପାରେ ।

ଏହି ଫିଲ୍ମ ମାଧ୍ୟମରେ ଲଭ୍‌ ଜିହାଦ ଓ କେରଳ ଯୁବତୀ କିପରି ଧର୍ମ ପରିବର୍ତ୍ତନ କରି ଆତଙ୍କବାଦୀ ସଂଗଠନ ISISରେ ଯୋଗ ଦେଇଥିବା ଦାବି କରାଯାଇଛି । ଫିଲ୍ମ ଟ୍ରେଲର୍‌ରେ ଏହି ଧର୍ମ ପରିବର୍ତ୍ତନ କରିଥିବା ଯୁବତୀଙ୍କ ସଂଖ୍ୟାକୁ 32 ହଜାର ଦେଖାଯାଇଥିଲା । ଯାହା ବିବାଦ ସୃଷ୍ଟି କରିଥିଲା ଏବଂ ଫିଲ୍ମକୁ ନେଇ ନିର୍ମାତାଙ୍କ ଉଦ୍ଦେଶ୍ୟ ଉପରେ ବି ପ୍ରଶ୍ନ କରାଯାଇଥିଲା । ମାତ୍ର ବିବାଦ ଉପୁଜିବା ପରେ ଫିଲ୍ମ ନିର୍ମାତା ଯୁବତୀଙ୍କ ସଂଖ୍ୟାକୁ 3କୁ ପରିବର୍ତ୍ତନ କରିଥିଲେ । ଫିଲ୍ମରେ ଅଦା ଶର୍ମା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ସେ ଜଣେ ହିନ୍ଦୁ ଯୁବତୀ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ କିପରି ଧର୍ମ ପରିବର୍ତ୍ତନ କରି ISISରେ ସାମିଲ ହୋଇଛନ୍ତି ତାହା ଫିଲ୍ମରେ ଦର୍ଶାଯାଇଛି । ଫିଲ୍ମଟି ବିପୁଲ ଅମୃତଲାଲ ଶାହାଙ୍କ ଦ୍ୱାରା ନିର୍ମିତ ଏବଂ ସୁଦୀପ୍ତୋ ସେନ୍‌ଙ୍କ ଦ୍ୱାରା ନିର୍ଦ୍ଦେଶିତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.