ETV Bharat / entertainment

ଆଡ୍‌ମିଟ୍ କାର୍ଡରେ ସନ୍ନି ଲିଓନିଙ୍କ ଅଶ୍ଳୀଳ ଫଟୋ, ତଦନ୍ତ ନିର୍ଦ୍ଦେଶ

author img

By

Published : Nov 9, 2022, 5:10 PM IST

ପରୀକ୍ଷାର୍ଥୀଙ୍କ ଆଡ୍‌ମିଟ୍ କାର୍ଡରେ ସନ୍ନି ଲିଓନିଙ୍କ ଅଶ୍ଳୀଳ ଫଟୋ, ତଦନ୍ତ ଆଦେଶ ଜାରି
ପରୀକ୍ଷାର୍ଥୀଙ୍କ ଆଡ୍‌ମିଟ୍ କାର୍ଡରେ ସନ୍ନି ଲିଓନିଙ୍କ ଅଶ୍ଳୀଳ ଫଟୋ, ତଦନ୍ତ ଆଦେଶ ଜାରି

ଆଡ୍‌ମିଟ୍ କାର୍ଡରେ ସନ୍ନି ଲିଓନିଙ୍କ ଅଶ୍ଳୀଳ ଫଟୋ । କର୍ଣ୍ଣାଟକ ଶିକ୍ଷକ ନିଯୁକ୍ତି ପରୀକ୍ଷା ଦେଉଥିବା ଜଣେ ପରୀକ୍ଷାର୍ଥୀଙ୍କ ଆଡମିଟ୍ କାର୍ଡରେ ରହିଛି ସନ୍ନି ଲିଓନିଙ୍କ ଅଶ୍ଳୀଳ ଫଟୋ । ସୋସିଆଲ ମିଡିଆରେ ଏହି ଫଟୋ ଘୂରି ବୁଲିବା ପରେ ପ୍ରଶାସନ ପକ୍ଷରୁ ଏହାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଅଧିକ ପଢନ୍ତୁ

ବେଙ୍ଗାଲୁରୁ: କର୍ଣ୍ଣାଟକ ଶିକ୍ଷା ବିଭାଗ ପକ୍ଷରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ରାଜ୍ୟରେ ଆୟୋଜିତ ହେବାକୁ ଯାଉଥିବା କର୍ଣ୍ଣାଟକ ଶିକ୍ଷକ ନିଯୁକ୍ତି ପରୀକ୍ଷା (Karnataka TET) ପାଇଁ ଆଡମିଟ୍ କାର୍ଡ ଜାରି କରାଯାଇଛି, ଯେଉଁଥିରେ ଏକ ବଡ ଭୁଲ ଦେଖିବାକୁ ମିଳିଛି । INC କର୍ଣ୍ଣାଟକର ଚେୟାରମ୍ୟାନ୍ ବି.ଆର ନାଇଡୁ ଟ୍ୱିଟରରେ ସୂଚନା ଦେଇଛନ୍ତି ଯେ, ଜଣେ ପରୀକ୍ଷାର୍ଥୀଙ୍କ ଆଡମିଟ୍ କାର୍ଡରେ ଅଭିନେତ୍ରୀ ସନ୍ନି ଲିଓନଙ୍କ ଅଶ୍ଳୀଳ ଫଟୋ ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଏହି ଆଡମିଟ କାର୍ଡର ଫଟୋ ଭାଇରାଲ ହେବା ପରେ ପ୍ରଶାସନ ପକ୍ଷରୁ ଏହାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।

  • ಶಿಕ್ಷಕರ ನೇಮಕಾತಿಯ ಪ್ರವೇಶಾತಿ ಪತ್ರದಲ್ಲಿ ಅಭ್ಯರ್ಥಿಯ ಬದಲು ನೀಲಿಚಿತ್ರ ತಾರೆಯ ಫೋಟೋ ಪ್ರಕಟಿಸಲಾಗಿದೆ.

    ಸದನದಲ್ಲಿ ನೀಲಿಚಿತ್ರ ವೀಕ್ಷಿಸುವ ಪಕ್ಷದವರಿಂದ ಇನ್ನೇನು ತಾನೇ ನಿರೀಕ್ಷಿಸಲು ಸಾಧ್ಯ?@BCNagesh_bjp ಅವರೇ, ನೀಲಿಚಿತ್ರ ತಾರೆ ನೋಡುವ ಹಂಬಲವಿದ್ದರೆ ಒಂದು ಫೋಟೋ ನೇತಾಕಿಕೊಳ್ಳಿ, ಅದಕ್ಕೆ ಶಿಕ್ಷಣ ಇಲಾಖೆಯನ್ನು ಉಪಯೋಗಿಸಬೇಡಿ! pic.twitter.com/Czb7W0d1xJ

    — B.R.Naidu ಬಿ.ಆರ್.ನಾಯ್ಡು Vasanthnagar (@brnaidu1978) November 8, 2022 " class="align-text-top noRightClick twitterSection" data=" ">

ବି.ଆର ନାଇଡୁ ତାଙ୍କ ଟ୍ୱିଟରେ ଏହା ବି କହିଛନ୍ତି ଯେ, ଶିକ୍ଷକ ନିଯୁକ୍ତି ପାଇଁ ଆଡମିଟ୍ କାର୍ଡରେ ପରୀକ୍ଷାର୍ଥୀଙ୍କ ସ୍ଥାନରେ ବ୍ଲୁ-ଫିଲ୍ମ ଷ୍ଟାରଙ୍କ ଫଟୋ ଛପା ଯାଇଛି । ଯେଉଁ ଦଳର ସଦସ୍ୟ ବିଧାନସଭାରେ ଆପତ୍ତିଜନକ ଚଳଚ୍ଚିତ୍ର ଦେଖୁଛନ୍ତି, ସେହି ଦଳ ଠାରୁ କଣ ଆଶା କରାଯାଇପାରିବ ବୋଲି ସେ କହିଛନ୍ତି ? @BCNagesh_ bjp ବ୍ଲୁ ଫିଲ୍ମ ଷ୍ଟାର ଦେଖିବାକୁ ଅଛି ତ ଦେଖନ୍ତୁ, ମାତ୍ର ଶିକ୍ଷା ବିଭାଗର ବ୍ୟବହାର କରନ୍ତୁ ନାହିଁ ।' ସେ ଆଡମିଟ୍ କାର୍ଡର ଫଟୋ ଟୁଇଟ୍ କରି ବିଜେପିକୁ ଟାର୍ଗେଟ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ସ୍ତ୍ରୀ ଦେହରେ ନିଆଁ ଲଗାଇଦେଲେ ସ୍ବାମୀ, ଜଳନ୍ତା ଅବସ୍ଥାରେ ସ୍ବାମୀଙ୍କୁ କଲେ ଆଲିଙ୍ଗନ

ଏଥି ସହିତ କର୍ଣ୍ଣାଟକ ଶିକ୍ଷା ମନ୍ତ୍ରୀ ବିସି ନାଗେଶଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିବୃତ୍ତି ଅନୁଯାୟୀ, ପରୀକ୍ଷାର୍ଥୀମାନେ ନିଜେ ନିଜର ଫଟୋ ଅପଲୋଡ କରିଥାନ୍ତି । କମ୍ପ୍ୟୁଟର ସେହି ଅନୁସାରେ ଆଡମିଟ କାର୍ଡ ପ୍ରସ୍ତୁତ କରିଥାଏ । ଏ ବିଷୟରେ ଯେତେବେଳେ ସଂପୃକ୍ତ ପରୀକ୍ଷାର୍ଥୀଙ୍କୁ ପଚରାଗଲା କି, ସେ ସନ୍ନି ଲିଓନିଙ୍କ ଫଟୋ ରଖିଛନ୍ତି କି ନାହିଁ, ସେତେବେଳେ ସେ ଏକ ଆଶ୍ଚର୍ଯ୍ୟଜନକ ଉତ୍ତର ଦେଇଥିଲେ । ସେ କହିଛନ୍ତି, ସେ ନିଜେ ପରୀକ୍ଷାର ଫର୍ମ ପୂରଣ କରିନଥିଲେ ଓ ତାଙ୍କ ସ୍ବାମୀଙ୍କ ବନ୍ଧୁ ଏହା କରିଥିଲେ। ଏଣୁ ସେ ଫଟୋ ଅପଲୋଡ କରିଥାଇପାରନ୍ତି । ତେବେ ବିଭାଗ ଏଫଆଇଆର ପଞ୍ଜୀକୃତ କରିଛି ଏବଂ ବର୍ତ୍ତମାନ ଘଟଣାର ତଦନ୍ତ ଚାଲିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.