ETV Bharat / entertainment

ବିବାହ ପରେ SidKiaraଙ୍କ ପ୍ରଥମ ଆୱାର୍ଡ ଶୋ, ଷ୍ଟାଇଲିସ ଅନ୍ଦାଜରେ ଆସିଲେ ନଜର

author img

By

Published : Feb 26, 2023, 8:50 PM IST

SidKiara
SidKiara

ରାଜସ୍ଥାନରେ ଗ୍ରାଣ୍ଡ ୱେଡିଂ ସେରିମନି ପରେ ମୁମ୍ବାଇର ଏକ ଆୱାର୍ଡ ଶୋ'ରେ ଏକାଠି ନଜର ଆସିଲେ ସିଡ କିଆରା । ଅଧିକ ପଢନ୍ତୁ

ମୁମ୍ବାଇ: ନବ ବିବାହିତ ଲଭବାର୍ଡ ସିଦ୍ଧାର୍ଥ ମଲହୋତ୍ରା ଓ ଅଭିନେତ୍ରୀ କିଆରା ଆଡଭାନୀ ବିବାହ ପରେ ପ୍ରଥମ କରି ଏକ ଆୱାର୍ଡ ଶୋ'ରେ ଏକାଠି ନଜର ଆସିଛନ୍ତି । ଶନିବାର ଆୱାର୍ଡ ଶୋ'ର ରେଡ କାର୍ପେଟରେ ଗ୍ଲାମରସ ଅନ୍ଦାଜରେ ନଜର ଆସିଛନ୍ତି । କିଆରା ହଳଦୀ ରଙ୍ଗର ଶାଢୀ ପିନ୍ଧିଥିବା ବେଳେ ସିଦ୍ଧାର୍ଥ ଏକ ବ୍ଲାକ ସୁଟରେ ପାପାରାଜିକୁ ପୋଜ ଦେଉଥିବା ଦେଖିବାକୁ ମିଳିଛି । ଏହି ଆୱାର୍ଡ ଶୋ'ରେ କିଆରା ଏକ ଆୱାର୍ଡ ଜିତିଥିବା ମଧ୍ୟ ଦେଖିବାକୁ ମିଳିଛି ।

  • Their first award show appearance together 😭🥺🫶
    It feels so personal like I imagined this happening a long time ago and couldn't even express how happy I feel seeing them together...
    Sid cheering for Kiara as a husband 🥺❤️
    PROTECT🧿#SidKiara #SidharthMalhotra #KiaraAdvani pic.twitter.com/3sQ8jy9fQ4

    — ˢ ᶦ ᵈ ᵏ ᶦ ᵃ ʳ ᵃ❤️ (@tishai1505) February 25, 2023 " class="align-text-top noRightClick twitterSection" data=" ">

ଗତ ୭ ତାରିଖରେ ଉଭୟ ରାଜସ୍ଥାନରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ବିବାହ ପରେ ଏହି ଷ୍ଟାର କପଲ୍‌ ନିଜ ନିଜ କାମକୁ ଫେରିଛନ୍ତି । ନିକଟରେ କିଆରା ଏନେଇ ଇନଷ୍ଟାଗ୍ରାମରେ ଏକ ଷ୍ଟୋରୀ କରି ସେୟାର କରି କାମକୁ ଫେରିଥିବା ନିଜ ଫ୍ୟାନ୍ସଙ୍କୁ ସେୟାର ଦେଇଥିଲେ । ଏହି ଇଭେଣ୍ଟ ଲାଗି କିଆରା ହଳଦୀ ରଙ୍ଗର ଶାଢୀ ପିନ୍ଧିଥିବା ବେଳେ ଓପନ ହେୟାରରେ ନଜର ଆସିଥିଲେ । ସେପଟେ ସିଦ୍ଧାର୍ଥ ବ୍ଲାକ, ସିଲଭର ରଙ୍ଗର ସୁଟରେ ନଜର ଆସିଥିଲେ । କିଆରା ଆୱାର୍ଡ ଜିତିଥିବା ବେଳେ ତାଙ୍କୁ ଉତ୍ସାହିତ କରିଥିଲେ ହବି ସିଦ୍ଧାର୍ଥ ।

ଏହା ବି ପଢନ୍ତୁ- Aligarh@7: ଫିଲ୍ମକୁ ପ୍ରଶଂସା କରି ସୋସିଆଲ ମିଡିଆରେ ନୋଟ୍‌ ଲେଖିଲେ ନିର୍ଦ୍ଦେଶକ

ନିକଟରେ ସିଦ୍ଧାର୍ଥ ଏକ ଇଭେଣ୍ଟରେ ଯୋଗଦେଇଥିଲେ । ଏଥିରେ ସେ କିଆରାଙ୍କୁ ନିଜ ପତ୍ନୀ କହି ସମ୍ବୋଧିତ କରିଥିଲେ । ଏହାର ଏକ ଭିଡିଓ କ୍ଲିପ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡିଓରେ ସେ ନିଜ ପରଫ୍ୟୁମ କଲେକ୍ସନ ସମ୍ପର୍କରେ ଆଲୋଚନା କରିଛନ୍ତି । ସେ ଏଥିରେ କହିଛନ୍ତି, "ମୋ ପାଖରେ ଦିନ ଲାଗି ଏକ ପ୍ରକାରର ପରଫ୍ୟୁମ ଓ ରାତି ଲାଗି ଏକ ପ୍ରକାରର ପରଫ୍ୟୁମ ଅଛି । ମୋର ଆଶା ଯେ ଏହା ମୋ ପତ୍ନୀଙ୍କୁ ପସନ୍ଦ ଆସିବ ।"

କିଆରାଙ୍କ ଆଗାମୀ ଫିଲ୍ମ ସମ୍ପର୍କରେ ଆଲୋଚନା କଲେ ସେ ଆଗକୁ 'ସତ୍ୟପ୍ରେମ କି କଥା'ରେ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ବିପକ୍ଷରେ ନଜର ଆସିବେ । 'ଭୁଲ ଭୁଲେୟା-୨' ପରେ ଉଭୟ ପୁଣି ଏକାଠି ନଜର ଆସିବେ । ଅନ୍ୟପଟେ ସାଉଥ ଅଭିନେତା ରାମ ଚରଣଙ୍କ ସହିତ 'RC 15'ରେ ନଜର ଆସିବେ କିଆରା । ଏହି ଫିଲ୍ମଟି ବର୍ତ୍ତମାନ ରାଜନୀତି ସହିତ ଆକ୍ସନ ଡ୍ରାମା ଫିଲ୍ମ ଉପରେ ଆଧାରିତ । ସୂଚନା ଥାଉ କି ରାଜସ୍ଥାନରେ ସିଦ୍ଧାର୍ଥ ଓ କିଆରା ବିବାହ କରିବା ପରେ ଏହାକୁ ନେଇ ବେଶ ଚର୍ଚ୍ଚା ହୋଇଥିଲା । ଉଭୟ ନିଜ ସୋସିଆଲ ମିଡିଆରେ ବିବାହ ଫଟୋ ସେୟାର କରିଥିଲେ । ଯାହାକୁ ଖୁବ ପସନ୍ଦ କରିଥିଲେ ଫ୍ୟାନ୍ସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.