ETV Bharat / entertainment

ସଲମାନ ଖାନ୍‌ଙ୍କ ‘କିସିକା ଭାଇ କିସିକା ଜାନ୍‌’ର ଟ୍ରେଲର ରିଲିଜ, ଇଦ୍‌ରେ ରିଲିଜ ହେବ ଫିଲ୍ମ

author img

By

Published : Apr 10, 2023, 9:24 PM IST

ଇଦ୍ ଦିନ ରିଲିଜ ହେବ ଫିଲ୍ମ
ଇଦ୍ ଦିନ ରିଲିଜ ହେବ ଫିଲ୍ମ

ରିଲିଜ ହେଲା ଦବଙ୍ଗ ଅଭିନେତା ସଲମାନ ଖାନଙ୍କ ଫିଲ୍ମ ‘କିସିକା ଭାଇ କିସିକା ଜାନର’ର ଟ୍ରେଲର । କ’ଣ ରହିଛି ଫିଲ୍ମର ଟ୍ରେଲରରେ ପକାନ୍ତୁ ନଜର । ଅଧିକ ପଢ଼ନ୍ତୁ

ମୁମ୍ବାଇ: ବଲିଉଡର ଭାଇଜାନ ତଥା ଦବଙ୍ଗ ଆକ୍ଟର ସଲମାନ ଖାନଙ୍କ ମୋଷ୍ଟ ଆୱେଟେଡ୍‌ ଫିଲ୍ମ ‘‘କିସିକା ଭାଇ କିସିକା ଜାନ’’ର ଟ୍ରେଲର ରିଲିଜ ହୋଇଯାଇଛି । ଏହି ଟ୍ରେଲରରେ ସଲମାନ ଖାନଙ୍କ ଜବରଦସ୍ତ ଲୁ୍‌କ୍‌ ସମ୍ନାକୁ ଆସିଛି । ସବୁ ଫିଲ୍ମଠାରୁ ତାଙ୍କର ହଟକେ ଅନ୍ଦାଜର କାୟଲ ହୋଇଛନ୍ତି ଫ୍ୟାନ୍ । ଫିଲ୍ନରେ ଭାଇଜାନଙ୍କ ଅପୋଜିଟରେ ସାଉଥ ଷ୍ଟାର ପୂଜା ହେଗଡେ ନଜର ଆସିବେ । ସଲୁଙ୍କ ଏହି ଫିଲ୍ମକୁ ତାଙ୍କ ଫ୍ୟାନ୍ସ ଅପେକ୍ଷା କରିଥିବେ ବେଳେ ଟ୍ରେଲର ରିଲିଜ ହେବା ପରେ ଫ୍ୟାନ୍ସଙ୍କ ମଧ୍ୟରେ ଆନନ୍ଦର ଲହିରି ଖେଳିଯାଇଛି ।

  • " class="align-text-top noRightClick twitterSection" data="">

ଫିଲ୍ନର ଟ୍ରେଲର କଥା କହିଲେ ମାତ୍ର ଏକ ଘଣ୍ଟା ମଧ୍ୟରେ ୩ ମିନିଟ ୨୫ ସେକେଣ୍ଡର ଏହି ଟ୍ରେଲରକୁ ୧ ମିଲିୟନ ଭିିୟୁ୍ର୍ସ ଦେଖି ସାରିଲେଣି । ଏହି ଫିଲ୍ମରେ ଦମଦାର ଆକ୍ସନ, ରୋମାନ୍ସ ଓ ଫ୍ୟାମିଲି ଡ୍ରାମା ଦେଖିବାକୁ ମିଳିବ । ଫିଲ୍ମରେ ଜବରଦସ୍ତ ଡାଇଲଗ ରହିଥିବା ବେଳେ ଆପଣକୁ ସିନେମା ଘରକୁ ଯିବା ପାଇଁ ମଜବୁର କରିଦେବ । ଟ୍ରେଲରରେ ଫିଲ୍ମର ବଳିଷ୍ଠ କାହାଣୀ ବିଷୟରେ ହିଣ୍ଟ୍‌ ଦେବା ସହ ଷ୍ଟୋରି ଲାଇନକୁ ବେଶି ରିଭିଲ କରା ଯାଇନାହିଁ । ଟ୍ରେଲରରେ ଆପଣ ଆକ୍ସନର ସିନ୍‌ ଦେଖିବାକୁ ପାଇବେ ଯାହାକୁ ବେସ ସୁନ୍ଦର ଭାବେ ଉପସ୍ଥାପନ କରାଯାଇଛି ।

ଟ୍ରେଲରରେ ପୂଜା ହେଗଡେଙ୍କୁ ଏକ ଚୁଲୁବୁଲି ଭୁମିକାରେ ଦେଖିବାକୁ ପାଇବେ ଦର୍ଶକ । ଟ୍ରେଲରରେ ସେ ବେସ୍‌ ସୁନ୍ଦର ଲାଗୁଛନ୍ତି । ଫିଲ୍ମର ଧାସୁ ଡାଇଲଗ ଉପରେ ନଜର ପାକାଇଲେ ସଲାମାନ ଖାନ ନିଜକୁ ଇଣ୍ଟ୍ରଡ୍ୟୁସ କରି କହିଛନ୍ତି, 'ମୋର କିଛି ନାଁ ନାହିଁ... କିନ୍ତୁ ମତେ ସମସ୍ତେ ଭାଇଜାନ ବୋଲି' ଡାକନ୍ତି । ଅନ୍ୟ ଏକ ଡାଇଲଗରେ ସଲମାନ ପୂଜାଙ୍କୁ କହୁଛନ୍ତି, 'ଶାଶୁଘର ତେମେ ସଜାଡି ଦେଲ... ମାଇକା ମୁଁ ସଜାଡିବି ।'

ଫିଲ୍ମ ଟ୍ରେଲରରେ ସାଉଥ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତାଙ୍କୁ ଦେଖିବାକୁ ମିଳୁଛି । ସଲମାନ ଖାନ ଓ ପୂଜା ହେଗଡେଙ୍କ ସହ ସାଉଥ ସୁପର ଷ୍ଟାର ଭେଙ୍କେଟେସ, ସେହେନାଜ ଗିଲ୍‌ , ଶ୍ବେତା ତିୱାରୀଙ୍କ ଝିଅ ପଲକ ତିୱାରୀ ନଜର ଆସିବେ । ଅନ୍‌ ସ୍କ୍ରିନରେ ସଲାମନ ଏବଂ ପୂଜାଙ୍କ କେମେଷ୍ଟ୍ରି ମଧ୍ୟ ସୁନ୍ଦର ଲାଗୁଛି । ତେବେ ଫିଲ୍ମ କଥା କହିବାକୁ ଗଲେ ଫିଲ୍ମଟିକୁ ସଲମାନ ଖାନଙ୍କ ନିଜ ବ୍ୟାନର ଦ୍ବାରା ପ୍ରସ୍ତୁତ କରୁଛନ୍ତି । ଫିଲ୍ମ ‘‘କିସିକା ଭାଇ କିସିକା ଜାନର’’ ୨୧ ଏପ୍ରିଲ ଇଦ୍ ଦିନ ରିଲିଜ ହେବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.