ETV Bharat / entertainment

ଶାଶୁଙ୍କ ନାଁରେ ଶିଶୁ କଲ୍ୟାଣ ପାଇଁ ଲକ୍ଷେ ଟଙ୍କା ଦାନ କଲେ ରଣବୀର

author img

By ETV Bharat Odisha Team

Published : Dec 26, 2023, 5:46 PM IST

ଶାଶୁଙ୍କ ନାଁରେ ଶିଶୁ କଲ୍ୟାଣ ପାଇଁ ଲକ୍ଷେ ଟଙ୍କା ଦାନ କଲେ ରଣବୀର
ଶାଶୁଙ୍କ ନାଁରେ ଶିଶୁ କଲ୍ୟାଣ ପାଇଁ ଲକ୍ଷେ ଟଙ୍କା ଦାନ କଲେ ରଣବୀର

Ranbir Donated Rs 1 Lakh To Child Welfare: ରଣବୀର କପୁର ଆଜିକାଲି 'ଆନିମଲ' ର ସଫଳତାକୁ ବେଶ ଉପଭୋଗ କରୁଛନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ ଅଭିନେତା ଶାଶୁଙ୍କ ନାଁରେ ଶିଶୁ କଲ୍ୟାଣ ପାଇଁ ଲକ୍ଷେ ଟଙ୍କା ଦାନ କରି ସମସ୍ତଙ୍କ ହୃଦୟ ଜିତିଛନ୍ତି । ଅଧିକ ପଢନ୍ତୁ,

ହାଇଦ୍ରାବାଦ: ରଣବୀର କପୁର ବର୍ତ୍ତମାନ ରିଲିଜ ଫିଲ୍ମ ଆନିମଲ ପାଇଁ ଶିରୋନାମାରେ ରହିଛନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ ଅଭିନେତା ନିଜ ପରିବାର ଧୁମଧମାରେ ଖ୍ରୀଷ୍ଟାମାସ ସେଲିବ୍ରେସନ କରିଛନ୍ତି । ଏଥିସହ ନିଜ ଝିଅର ରାହାଙ୍କ ଚେହେରା ଦେଖାଇ ମଧ୍ୟ ଫ୍ୟାନ୍ସଙ୍କୁ ଉପହାର ଦେଇଥିଲେ । ତେବେ ଏବେ ଅଭିନେତା ପୁଣି ଫ୍ୟାନ୍ସଙ୍କ ମନ ଜିତିଛନ୍ତି । ସେ ଶିଶୁ କଲ୍ୟାଣ ପାଇଁ ୧ ଲକ୍ଷ ଟଙ୍କା ଦାନ କରିଛନ୍ତି । ଅଭିନେତା ଶାଶୁଙ୍କ ନାଁରେ ଏହି ସହାୟତା ରାଶି ପ୍ରଦାନ କରିଛନ୍ତି ।

ଡିସେମ୍ବର ୨୪ରେ ରଣବୀର ପତ୍ନୀ ଆଲିଆ, ଝିଅ ରାହା ଏବଂ ପରିବାର ଶହ ଧୁମଧାମରେ ଖ୍ରୀଷ୍ଟାମସ ପାର୍ଟି ସେଲିବ୍ରେଟ କରିଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଏହି ପାର୍ଟିରେ ଆଲିଆଙ୍କ ମା' ସୋନି ରଜଦାନ ମଧ୍ୟ ସାମିଲ ହୋଇଥିଲେ । ତେବେ ପାର୍ଟି ପରେ ସେ ଖୁଲାସା କରିଛନ୍ତି ତାଙ୍କ ଜ୍ବାଇଁ ରଣବୀର ତାଙ୍କ ନାଁରେ ଶିଶୁ କଲ୍ୟାଣ ପାଇଁ ୧ ଲକ୍ଷ ଟଙ୍କା ଦାନ କରିଛନ୍ତି । ସୋନି ନିଜ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଏହି ସୂଚନା ଦେଇଛନ୍ତି ।

ସୋନି ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ସାର୍ଟିଫେକଟ ସେୟାର କରିଥିଲେ । ଯେଉଁଥିରେ ସେ ଲେଖିଥିଲେ, 'ମାଇ ଡାର୍ଲିଙ୍ଗ ଏସଆଇଏଲ । ବହୁତ ସୁନ୍ଦର ଉପହାର ।' ଏହିପରି ସୋନି ନିଜ ଜ୍ବାଇଁ ରଣବୀର ଙ୍କ ଖୁବ ପ୍ରଶଂସା କରିଛନ୍ତି । ସାର୍ଟିଫିକେଟ ଲେଖା ଥିଲା ଯେ, ସୋନି ଭଟ୍ଟଙ୍କ ନାଁରେ ଶିଶୁ କଲ୍ୟାଣ ପାଇଁ ୧ ଲକ୍ଷ ଟଙ୍କା ଦାନ କରାଯାଇଛି । ସୂଚନା ଥାଉ କି, ଗତକାଲି ଆଲିଆ-ରଣବୀର ନିଜ ମା' ସୋନି ଏବଂ ଭଉଣୀ ଏବଂ ତାପରେ କପୁର ପରିବାର ସହ ଖୁବ ଧୁମଧାମରେ ଖ୍ରୀଷ୍ଟମାସ ପାଳନ କରିଥିଲେ । ଏବଂ ମିଡିଆ ଆଗରେ ଲାଡଲି ରାହାଙ୍କ ଚେହେରା ଦେଖାଇଥିଲେ ।

ଏହା ମଧ୍ୟ ପଢନ୍ତୁ: ଝିଅ ରାହା ସହ ନୂଆବର୍ଷ ପାଳନ ପାଇଁ ଭ୍ୟାକେସନରେ ଗଲେ ଆଲିଆ-ରଣବୀର, ଏୟାରପୋର୍ଟରେ ଆସିଲେ ନଜର

କହିରଖୁଛୁ କି, ଆଲିଆ-ରଣବୀର ବ୍ରହ୍ମାସ୍ତ୍ର ଫିଲ୍ମର ସୁଟିଂ ସମୟରେ ପ୍ରେମରେ ପଡିଯାଇଥିଲେ । ଏହାପରେ ପରସ୍ପର ଡେଟିଂ କରିବା ପରେ ୨୦୨୨, ଏପ୍ରିଲ ୧୪ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଏହା ପରେ ନଭେମ୍ବର ୬, ୨୦୨୨ ରେ ଝିଅ ରାହାଙ୍କ ପିତାମାତା ହୋଇଥିଲେ । ତେବେ ଚଳିତ ବର୍ଷ ରାହାଙ୍କ ପ୍ରଥମ ଜନ୍ମଦିନରେ ଏହି ଦମ୍ପତି ଅନେକ ଖୁଲାସା କରିଥିଲେ । ବର୍ତ୍ତମାନ ରାହାଙ୍କ ଚେହେରା ସମସ୍ତଙ୍କୁ ଦେଖାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.